ବିଦେଶ ଫେରନ୍ତା ୩ ଜଣଙ୍କୁ ଠାବ କଲା ମେଡିକାଲ ଟିମ୍‌

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ବିଦେଶ ଫେରନ୍ତା ୩ ଜଣଙ୍କୁ ସୋମବାର ମେଡିକାଲ ଟିମ ଠାବ କରିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ଉତ୍ତରକୂଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି। ସୂଚନା ଅନୁଯାୟୀ, ସୁପରିଣ୍ଟେଣ୍ଡେଣ୍ଟ ସୁକାନ୍ତ ଦଳାଇଙ୍କ ନିର୍ଦ୍ଦେଶକ୍ରମେ ଡା. ସ୍ବାଇଁ ଉତ୍ତରକୂଳସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଏହା ପରେ ସେ ଡା. ଅୟୁଷକାନ୍ତ ମହାନ୍ତି ଓ ୨ଜଣ ମେଲ ଓ୍ବାର୍କରଙ୍କ ସହ ସ୍ଥାନୀୟ ଚମ୍ପା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ଉକ୍ତ ବ୍ୟକ୍ତିଜଣଙ୍କ ମାର୍ଚ୍ଚ ୧୧ରେ ଦୁବାଇରୁ ଘରକୁ ଫେରିଥିଲେ। ସେହିପରି ଦୁଇପୁର ଗ୍ରାମର ଜଣେ ବ୍ୟକ୍ତି ମାର୍ଚ୍ଚ ୪ ରେ କେନିଆରୁ ଫେରିଥିଲେ। ମହମ୍ମଦପୁର ଗ୍ରାମର ଜଣେ ବ୍ୟକ୍ତି ଫେବୃୟାରୀ ୨୬ରେ ସାଉଦିଆରବରୁ ଫେରିଥିଲେ। ଏହି ୩ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରି ସଚେତନା କରାଇବା ସହ ପ୍ରଥମ ପର୍ଯ୍ୟାୟ ୧୪ଦିନ ଓ ପରେ ୧୪ଦିନ ଆଇସୋଲେଶନରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଦିନ ଏମାନଙ୍କ ସ୍ବାସ୍ଥ୍ୟ ରିପୋର୍ଟ ନିଆଯିବ। ଯଦି ଏହି ସମୟ ମଧ୍ୟରେ କିଛି ଲକ୍ଷ୍ୟଣ ଦେଖାଯାଏ ଏମାନଙ୍କୁ ଅବଜରଭେଶନରେ ରଖାଯାଇ ଚିକତ୍ସା ଯୋଗାଇଦିଆଯିବ ବୋଲି ଡା. ସ୍ବାଇଁ କହିଛନ୍ତି। ଅନ୍ୟପକ୍ଷରେ ଥଣ୍ଡା, କାଶ କିମ୍ବା ଜ୍ୱର ହୋଇ ନ ଥିବା ଉକ୍ତ ସମ୍ପୃକ୍ତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri