ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର
ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କୋସିଓଯୋକ (ଯାହାର ଉଚ୍ଚତା ୨,୨୨୮ ମିଟର)କୁ ସଫଳତାର ସହ ଆରୋହଣ କରି ଅଜସ୍ର ସମ୍ମାନର ଅଧିକାରିଣୀ ହେବା ସଙ୍ଗେ ସଙ୍ଗେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଥିଲ ଏବଂ ଭାରତ ତଥା ନିଜ ରାଜ୍ୟ ଓଡ଼ିଶାକୁ ଗୌରବାନ୍ବିତ କରିଥିଲ। ମନରେ ଥିଲା ତୁମର ଅସୁମାରି ଇଚ୍ଛା ଓ ଦୃଢ଼ ମନୋବଳ ଆଉ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ। ତେଣୁ ୨୦୧୯ ଏପ୍ରିଲ ୨୩ ତାରିଖରେ ତମେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲ ଏକ ୩ଜଣିଆ ମହିଳା ଦଳ ସହିତ। ଅନ୍ୟ ୨ ଜଣ ଥିଲେ ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମନଙ୍ଗ। ଏଥର ବିି ଶାଢ଼ି ପିନ୍ଧି ୮,୮୪୮ମିଟର ଉଚ୍ଚ ମାଉଣ୍ଟ ଏଭରେଷ୍ଟର ଶିଖରରେ ପହଞ୍ଚତ୍ଥିଲ ୨୩ ମେ ୨୦୧୯ରେ। ପ୍ରାୟ ଏକ ମାସ ଶାଢ଼ି ପିନ୍ଧି ଯାତ୍ରାକରି ଏବଂ ଏଭରେଷ୍ଟ ଶୃଙ୍ଗରେ ଜାତୀୟ ପତାକା ଉଡ଼ାଇ ପୁଣି ଏକ ଇତିହାସ ସୃଷ୍ଟି କଲ ସମଗ୍ର ଦେଶ ପାଇଁ। ଏଭରେଷ୍ଟର ପାଦଦେଶରୁ ଶିଖର ପର୍ଯ୍ୟନ୍ତ ରହିଛି ୪ଟି ବେସ୍‌ କ୍ୟାମ୍ପ। ପ୍ରଥମଟିର ଉଚ୍ଚତା ପ୍ରାୟ ୬୦୦୦ ମିଟର, ଦ୍ୱିତୀୟଟିର ୬୪୦୦, ତୃତୀୟଟିର ୭୩୦୦ ଏବଂ ଚତୁର୍ଥଟିର ୮୦୦୦ମିଟର। ୮୦୦୦ରୁ ଆହୁରି ୮୪୦ମିଟର ଉପରକୁ ଗଲେ ଶିଖରରେ ପହଞ୍ଚତ୍ହେବ ଏବଂ ଏହା ସବୁଠୁ ବିପଦପୂର୍ଣ୍ଣ ଜୋନ୍‌ ବୋଲି କୁହାଯାଏ। ପ୍ରତ୍ୟେକ ବେସ୍‌ କ୍ୟାମ୍ପରେ ବିଯୁକ୍ତ ୪୦୦ ଡିଗ୍ରୀ ସେଲସିୟସକୁ ଖାପ ଖୁଆଇ ଚାଲିବା ପାଇଁ ସ୍ବତନ୍ତ୍ର ପୋଷାକ ଓ ଜୋତା ଥିଲେ ମଧ୍ୟ ତମେ ଶାଢ଼ି ପିନ୍ଧି ଉପରକୁ ଉଠିଥିଲ ନିଜ ସଂସ୍କୃତିର ବାର୍ତ୍ତାବହ ହୋଇ ବିଶ୍ୱକୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ।
ସେହିଦିନ ଅପରାହ୍ଣରେ ଫେରୁଥିବା ବାଟରେ ଅନ୍ୟ ଆରୋହଣକାରୀ ଦଳଗୁଡ଼ିକର ପ୍ରବଳ ଗହଳି ଯୋଗୁ ପାଖାପାଖି ୨ଘଣ୍ଟା ତୁମକୁ ଧାଡ଼ିରେ ରହିବାକୁ ପଡ଼ିଥିଲା ବିଯୁକ୍ତ ୪୦ଂ ତାପମାତ୍ରାରେ। ସେଠୁ ଓହ୍ଲାଇବା ସମୟରେ ତୁମେ ଅସୁସ୍ଥତା ଅନୁଭବ କରି ପାଖାପାଖି ୮୩୦ମିଟରରେ ଥିବା ବାଲକୋନି କ୍ୟାମ୍ପରେ ପ୍ରାଣ ହରାଇଲ। ଇତିହାସ ପାଲଟିଗଲ ତୁମେ ଓଡ଼ିଶା ଢେଙ୍କାନାଳ ଜିଲା ସାରିଆପଡ଼ା ଗ୍ରାମର କଳ୍ପନା ଦାଶ। ତୁମ ଜନ୍ମ ୨୭ ଜୁଲାଇ ୧୯୬୬ ମସିହା। ବାପା ଥିଲେ ଜଣେ ପାହାଡ଼ ଚଢ଼ାଳି। ପିଲାଟି ଦିନରୁ ପାହାଡ଼ମାଳିନୀ ଢେଙ୍କାନାଳର ପ୍ରକୃତି ତୁମକୁ ବିଶେଷ ଭାବରେ ଆକୃଷ୍ଟ କରିଥିଲା ଏବଂ ସେଥିପାଇଁ ତୁମେ ଘୂରି ବୁଲୁଥିଲ ଏ ପାହାଡ଼ରୁ ସେ ପାହାଡ଼। ବୟସ ବଢ଼ିବାରୁ ଆସ୍ତେ ଆସ୍ତେ କପିଳାସ, ସପ୍ତଶଯ୍ୟା ଓ ବାଙ୍କମୁଣ୍ଡି ପାହାଡ଼ ଚଢ଼ି ସାରା ଜିଲାରେ ‘ପାହାଡ଼ ରାଣୀ’ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲ।
ସେତିକିରେ ତୁମ ଜିଜ୍ଞାସା ପୂର୍ଣ୍ଣ ହୋଇ ନ ଥିଲା। ଚାହୁଁଥିଲ କିଛି ଦାନ କରିବା ପାଇଁ ସଂସାରକୁ ଏବଂ ନାରୀ ଦୁର୍ବଳ ନୁହେଁ, ସେ ଚାହିଁଲେ ସାରା ପୃଥିବୀ ଜୟ କରିପାରିବ, ଏହି ବାର୍ତ୍ତା ଦେବାକୁ। ନିଜର ସମସ୍ତ ପାହାଡ଼ ଚଢ଼ିବା କୌଶଳ ଓ ଶକ୍ତିକୁ ପାଥେୟକରି ୨୦୦୪ରେ ତୁମ ଅଭିଯାନ ଆରମ୍ଭ ହୋଇଥିଲା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ। ପ୍ରଥମଥର ଅକୃତକାର୍ଯ୍ୟ ହେବା ପରେ ପୁଣି ଚେଷ୍ଟା କରି ୨୦୦୬ରେ ଚଢ଼ିବା ଆରମ୍ଭ କରିଥିଲ। ମାତ୍ର ପାଗ ଖରାପ ଯୋଗୁ ଏଥର ବି ସମ୍ଭବପର ହୋଇ ନ ଥିଲା। ଶେଷରେ ୨୦୦୮ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ ନେଇ ତୁମେ ଆରୋହଣ ଆରମ୍ଭ କଲ ମାଉଣ୍ଟ ଏଭରେଷ୍ଟ ଏବଂ ତୁମର ଦକ୍ଷତା ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତୁମକୁ ପହଞ୍ଚାଇଦେଲା ଏଭରେଷ୍ଟର ଶୀର୍ଷରେ। ଭାରତ ପାଇଁ ଏବଂ ନିଜ ରାଜ୍ୟର ପ୍ରଥମ ମହିଳା ମାଉଣ୍ଟ ଏଭରେଷ୍ଟ ଆରୋହଣକାରିଣୀ ଭାବେ ପରିଗଣିତ ହେଲ ତୁମେ। ତା’ପରେ ତୁମେ ପଛକୁ ଚାହିଁନାହଁ। ଗୋଟିଏ ପରେ ଗୋଟିଏ ଗିରିଶୃଙ୍ଗ ଅତିକ୍ରମ କରିଚାଲିଲ। ୨୦୧୦ରେ ପୂର୍ବ ଆଫ୍ରିକାର ୫,୮୯୫ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ କିଲିମଞ୍ଜାରୋ, ୨୦୧୫ ଜାନୁୟାରୀ ୧୬ରେ ଦକ୍ଷିଣ ଆମେରିକାର ୬,୯୬୨ ମିଟର ଉଚ୍ଚତା ବିଶିଷ୍ଟ ଆକୋନ କାବୁଆ, ଜୁଲାଇ ୩୧,୨୦୧୫ରେ ୫,୬୪୨ ମିଟର ଉଚ୍ଚତା ବିଶିଷ୍ଟ ୟୁରୋପର ‘ମାଉଣ୍ଟ ଏଲୋବ୍ରୋସ’ ଏବଂ ୩ ଡିସେମ୍ବର ୨୦୧୫ରେ ଅଷ୍ଟ୍ରେଲିଆର ୨,୨୨୮ ମିଟର ଉଚ୍ଚ ପାହାଡ଼ ‘କୋସିଓଯୋକ’କୁ ବିନା ଅମ୍ଳଜାନରେ ଆରୋହଣ କରି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଥିଲ। ତୁମର ଅବର୍ତ୍ତମାନ ସାରା ରାଜ୍ୟ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଦୁଃସାହସିକ କ୍ରୀଡ଼ାଜଗତରେ ତୁମେ ଥିଲ ଏକ ଉଜ୍ଜ୍ୱଳ ତାରକା ଏବଂ ବିଶେଷକରି କ୍ରୀଡ଼ାପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ। ତୁମେ ଏ ରାଜ୍ୟର ବରପୁତ୍ରୀ। ତୁମର ଅତୁଳନୀୟ ଅବଦାନ ଆମ ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିବ। କେବଳ ଏତିକି ନିବେଦନ, ତୁମର ରାଜ୍ୟ ପାଇଁ ଉତ୍ସର୍ଗୀକୃତ ଅବଦାନକୁ ଆମେ ଯଥାର୍ଥ ସମ୍ମାନ ଦେଇପାରିବୁ ଯଦି ତୁମ ଗ୍ରାମ ସାରିଆପଡ଼ା ଓ ଢେଙ୍କାନାଳ ଜିଲାରେ କୌଣସି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ଏକ ପ୍ରମୁଖ ସଡ଼କକୁ ତୁମ ନାମରେ ନାମିତ କରାଇପାରିବୁ। ଦ୍ୱିତୀୟରେ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏକ ପୁରସ୍କାର ତୁମ ନାମରେ ରହିବା ମଧ୍ୟ ଉଚିତ। ତୁମର ଏକ ପ୍ରତିମୂର୍ତ୍ତି ତୁମ ନିଜ ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିବା ମଧ୍ୟ ବିଧେୟ। ସାମାନ୍ୟ ଏତିକି କିଛି ଆମେ କରିପାରିଲେ ହୁଏ ତ ତୁମର ଉଲ୍ଲେଖନୀୟ ଅବଦାନକୁ ଉପଯୁକ୍ତ ସମ୍ମାନ ଦେଇପାରିବୁ।
ଭୁବନେଶ୍ୱର, ମୋ-୯୮୬୧୧୨୬୮୦୦, ଇ-ମେଲ୍‌: dr.alokaditya@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri