ବିଜୟାନନ୍ଦ ସମବାୟ ଚିନିକଳ :ତୃତୀୟ ଟେଣ୍ଡରକୁ ଅପେକ୍ଷା

 

ବଲାଙ୍ଗୀର ଅଫିସ, ୧୭ା୩
ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିିକ ଶିଳ୍ପ ଦେଓଗଁା ବ୍ଲକ ସାଗରପାଲିସ୍ଥିତ ବିଜୟାନନ୍ଦ ଚିନିକଳ ଦୀର୍ଘ ୬ ବର୍ଷ ହେଲା ବନ୍ଦ ପଡିଛି ା ଏହି ଚିନିକଳରେ ଝୁଲୁଥିବା ତାଲା କେବେ ଖୋଲିବ ତା’ର ଉତ୍ତର କାହା ପାଖରେ ନାହିଁ ା ରାଜରାସ୍ତାରୁ ବିଧାନସଭା ସବୁଠି ଏହି ଚିନିକଳ କାର୍ଯ୍ୟକ୍ଷମ କରିବା ତଥା ସହସ୍ରାଧିକ ଆଖୁଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ଆଲୋଚନା ହୋଇଛି ା ମାତ୍ର ସରକାର ଏହାକୁ କାର୍ଯ୍ୟକ୍ଷମ କରିବାରେ ସଫଳ ହୋଇନାହାନ୍ତି ା ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଥିବା ନେଇ ରାଜ୍ୟ ସରକାର କହୁଥିଲେ ମଧ୍ୟ ବିଜୟାନନ୍ଦ ଚିନିକଳର ଚରମ ଦୁର୍ଦ୍ଦଶା ବଲାଙ୍ଗୀର ଜିଲାର ଆଖୁଚାଷୀଙ୍କ ଦୟନୀୟତାକୁ ବଖାଣୁଛି ା ବାସ୍ତବରେ ସରକାର ଏହି ଜିଲାର ଆଖୁଚାଷୀ, ବିଜୟାନନ୍ଦ ସମବାୟ ଚିନିକଳ କର୍ମଚାରୀଙ୍କୁ କେବେ ସଦୟ ହେବେ ତାହା ଏବେ ବି ପ୍ରଶ୍ନ ଘେରରେ ରହିଛି ା
ବିଜୟାନନ୍ଦ ସମବାୟ ଚିନିକଳ ଜେନେରାଲ ମ୍ୟାନେଜର ଶତଦଳ ମିଶ୍ରଙ୍କୁ ଏନେଇ ପଚରାଯିବାରୁ ପୂର୍ବରୁ ଦୁଇଥର ଟେଣ୍ଡର ଆହ୍ବାନ କରାଯାଇଥିଲା ା ମାତ୍ର ଏଥିରେ କେହି ଆସିଲେ ନାହିଁ ା ଆସନ୍ତା ଏପ୍ରିଲ ମାସରେ ତୃତୀୟ ଥର ସକାଶେ ଟେଣ୍ଡର ଆହ୍ବାନ କରାଯିବ। ଅନେକ ଅସୁବିଧା ସତ୍ତ୍ୱେ ଖୁବ୍‌ଶୀଘ୍ର ଏହି ଚିନିକଳ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରହିଥିବା ସେ କହିଛନ୍ତି। ଦେଓଗଁା ଚିନିକଳ କର୍ମଚାରୀ ସଂଘ ଉପସଭାପତି ମିତ୍ରଭାନୁ ବାରିକଙ୍କୁ ପଚାରିବାରୁ ଏହି ଚିନିକଳ ଚଳାଇବା ନେଇ ରାଜ୍ୟ ସରକାର, ଜନପ୍ରତିନିଧି ଓ ପ୍ରଶାସକଙ୍କ ଆନ୍ତରିକତା ନାହିଁ ା ଏହି କାରଣରୁ ହିଁ ଏହି ଚିନିକଳର ତାଲା ଖୋଲୁନାହିଁ ା ଆଖୁଚାଷୀଙ୍କ ଦୁର୍ଦ୍ଦଶା ବୁଝିବାକୁ କେହିନାହାନ୍ତି ବୋଲି ସେ କହିଛନ୍ତି ା
୧୯୯୩ ମସିିହାରେ ଦେଓଗଁା ସାଗରପାଲିଠାରେ ୮୬ଏକର ପରିମିତ ଜମିରେ ତାମିଲନାଡୁର ପୋନ୍ନିସୁଗାର ଏଣ୍ଡ କେମିକାଲ୍ସ କମ୍ପାନୀ ପକ୍ଷରୁ ଏକ ଘରୋଇ ଚିନିକଳ ଆରମ୍ଭ ହୋଇଥିଲା ା ଶିଳ୍ପବିହୀନ ବଲାଙ୍ଗୀର ଜିଲାର ଚାଷୀମାନେ ଏହାକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ା ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି ଓ ବୌଦ୍ଧ ଜିଲାର ଆଖୁଚାଷୀମାନେ ବେଶ୍‌ ଦୁଇପଇସା ରୋଜଗାର କରିବା ଆରମ୍ଭ କରିଥିଲେ ା କିନ୍ତୁ ଦୁର୍ଭାଗ୍ୟ ମାତ୍ର ୭ବର୍ଷ ଚାଲିବା ପରେ ଅର୍ଥାତ୍‌ ୨୦୦୦ ମସିହାରେ ଏହି ଚିନିକଳ ବନ୍ଦ ହୋଇଗଲା ା ଚିନିକଳ କ୍ଷତିରେ ଚାଲିଥିବା ଦର୍ଶାଗଲା ା ଫଳରେ ଋଣ ଦେଇଥିବା ଆଇସିଆଇସିଆଇ ବ୍ୟାଙ୍କ ହାତକୁ ଚିନିକଳ ଚାଲିଯାଇଥିଲା ା ଆଖୁଚାଷୀଙ୍କ ଆନ୍ଦୋଳନ ପରେ ୨୦୦୫ରେ ଏହି ଚିନିକଳ ପୁଣି ଥରେ ବିଜୟାନନ୍ଦ ସମବାୟ ଚିନିକଳ ଲିମିଟେଡ୍‌ ନଁାରେ କାର୍ଯ୍ୟକ୍ଷମ ହେଲା ା ତେବେ ମାତ୍ର ୮ ବର୍ଷ କାର୍ଯ୍ୟକ୍ଷମ ହେଲା ପରେ ୨୦୧୩ରେ ଏହା ପୁଣି ଥରେ ବନ୍ଦ ହେଲା ା ଚିନିକଳ ବନ୍ଦ କାରଣ ଯୋଗୁ ଢ଼େର କ୍ଷତି ଓ ଆର୍ଥିକ ଅନିୟମିତତା ପ୍ରସଙ୍ଗ ଯୋଡି ହେଲା। ଚାଷୀମାନେ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେଲେ ା କର୍ମଚାରୀମାନେ ଦରମା ପାଇଲେ ନାହିଁ ା ପ୍ରାୟ ୩ଶହ କର୍ମଚାରୀ, ୭ ହଜାରରୁ ଊର୍ଦ୍ଧ୍ୱ ଆଖୁଚାଷୀ ଓ ୧ ହଜାରରୁ ଊର୍ଦ୍ଧ୍ୱ ଟ୍ରାନ୍ସପୋର୍ଟର ପରିବାରଙ୍କ ଭବିଷ୍ୟତ ଅନିର୍ଦ୍ଦିଷ୍ଟ କାଳ ଅନ୍ଧାରକୁ ଠେଲି ହୋଇଗଲା ା ଦିନକୁ ୨୫ ଶହ ମେଟ୍ରିକ୍‌ ଟନ୍‌ ଆଖୁ ପେଡିବା କ୍ଷମତା ଥିବା ଏହି ଚିନିକଳ ଉନ୍ନତ ମାନର ଚିନି ଉପତ୍ାଦନ କରି ବର୍ଷକୁ ୮୦କୋଟି ଟଙ୍କାର ବ୍ୟବସାୟ କରୁଥିବା ସତ୍ତ୍ୱେ ଏହା ବନ୍ଦ ହୋଇ ପଡିଛି ା ଋଣବୋଝ ଓ ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହୋଇପଡିଛି ା ଏହି ଚିନିକଳକୁ ପୁନର୍ବାର ଚାଲୁ କରିବା ପାଇଁ ବାରମ୍ବାର ଦାବି ଉଠୁଛି ା ସରକାର ଉଦ୍ୟମ କରୁଥିବା କହୁଛନ୍ତି ା ୫୨କୋଟି ୨୩ଲକ୍ଷ ଟଙ୍କାରେ ଓଡ଼ିିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୧୭ରୁ ଇତିମଧ୍ୟରେ ଦୁଇଥର ଟେଣ୍ଡର ଡକାଯାଇଥିଲେ ମଧ୍ୟ ଏହି ପ୍ରକ୍ରିୟାରେ କେହି ସାମିଲ ହୋଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri