Posted inଖେଳ

ବିଜୟ ସହ ପାକିସ୍ତାନର ଅଭିଯାନ ଶେଷ: ସେମିଫାଇନାଲରେ ନ୍ୟୁଜିଲାଣ୍ଡ

ଲଣ୍ଡନ,୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଶେଷ କରିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ୯୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ସାନ୍ତ୍ୱନାମୂଳକ ବିଜୟ ହାସଲ କରିଥିଲେ ମଧ୍ୟ ପାକିସ୍ତାନ ନେଟ ରନରେଟ୍‌ରେ ପଛରେ ପଡିବା କାରଣରୁ ସେମିଫାଇନାଲରେ ପ୍ରବେଶ କରିପାରିନାହିଁ। ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୩୧୫ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୪.୧ ଓଭରରେ ୨୨୧ ରନ କରି ଅଲ୍‌ଆଉଟ ହୋଇଛି। ବାଂଲାଦେଶ ୯ଟି ମ୍ୟାଚ୍‌ ଖେଳି ୩ ବିଜୟ, ୫ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଅନ୍ୟପଟେ ଏହି ବିଜୟ ସହ ପାକିସ୍ତାନ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ, ୩ ପରାଜୟ, ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ହାସଲ କରି ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ସମାନ ୧୧ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ରେଟ୍‌ରେ ନ୍ୟୁଜିଲାଣ୍ଡ ଟେବୁଲର ଚତୁର୍ଥ ସ୍ଥାନ ଅଧିକାର କରି ସେମିକୁ ଉଠିଛି। ସେମିକୁ ଉଠିବା ପାଇଁ ପାକିସ୍ତାନକୁ ୩୦୦ରୁ ଊର୍ଦ୍ଧ୍ୱ ରନରେ ବିଜୟୀ ହେବା ଜରୁରୀ ଥିଲା ଓ ପ୍ରଥମେ ବ୍ୟାଟିଂ କରି ଅତିକମ୍‌ରେ ୪୫୦ ରନ ସଂଗ୍ରହ କରିବା ଆବଶ୍ୟକ ହେଉଥିଲା ଓ ଏହା ଏକ ପ୍ରକାର ଅସମ୍ଭବ ଥିଲା। ଆୟୋଜକ ଇଂଲଣ୍ଡ ୯ଟି ମ୍ୟାଚ୍‌ ଖେଳି ୬ ବିଜୟ, ୩ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ଟେବୁଲର ତୃତୀୟ ସ୍ଥାନରେ ରହିଛି। ଏବେ ୧ ଓ ୨ ନମ୍ବର ସ୍ଥାନ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ଅଲଗା ଅଲଗା ମ୍ୟାଚ୍‌ରେ ଶନିବାର ଅବତୀର୍ଣ୍ଣ ହେବେ ଓ ଏହାପରେ ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡାନ୍ତ ହେବ। ୬ ଉଇକେଟ ଅକ୍ତିଆର କରି ଶାହିନ ଶାହ ଆଫ୍ରିଦୀ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି। ସେ ଏଥିସହିତ ପ୍ରଥମ ପାକିସ୍ତାନ ବୋଲର ଭାବେ ବିଶ୍ୱକପ୍‌ ଇତିହାସରେ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି।
୩୧୬ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ବାଂଲାଦେଶ ଇନ୍‌ଫର୍ମ ସୌମ୍ୟ ସରକାରଙ୍କୁ ପ୍ରଥମେ ହରାଇଥିଲା। ସୌମ୍ୟ ୨୨ ରନ କରିଥିବା ବେଳେ ମହମ୍ମଦ ଅମୀରଙ୍କ ବଲ୍‌ରେ ପଏଣ୍ଟରେ ଫଖର ଜମାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହା ପରେ ତାରକା ଓପନର ତାମିମ ଇକ୍‌ବାଲ ମାତ୍ର ୮ ରନ କରିଥିବା ବେଳେ ଶାହିନ ଶାହ ଆଫ୍ରିଦୀଙ୍କ ସ୍ଲୋ ବଲ୍‌ରେ ଜଲ୍‌ଦି ଷ୍ଟ୍ରେଟ୍‌ ଡ୍ରାଇଭ କରିବାକୁ ଯାଇ ଲାଇନ୍‌ ମିସ୍‌ କରି କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସାରା ଟୁର୍ନାମେଣ୍ଟରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୧୬ ରନକରିଥିବା ବେଳେ ଓ୍ବାହାବ ରିୟାଜଙ୍କ ଲେନ୍ଥ ବଲକୁ ଶଟ୍‌ ଖେଳିବାକୁ ଯାଇଥିଲେ। ତେବେ ବଲ୍‌ ବ୍ୟାଟ୍ସର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ଫଳରେ ସେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାରକା ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଲିଟନ ଦାସ ୩୨ ରନକରି ଆଫ୍ରିଦୀଙ୍କ ବଲ୍‌ରେ ହାରିସ ସୋହେଲଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ଇନ୍‌ଫର୍ମ ଅଲରାଉଣ୍ଡର ସାକିବ ଅଲ ହାସନ ୭୭ ବଲରୁ ୬ ଚୌକା ସହ ୬୪ ରନ କରି ଆଫ୍ରିଦୀଙ୍କ ବଲ୍‌ରେ ଉଇକେଟ କିପର ସର୍ଫରାଜ ଅହମ୍ମଦଙ୍କୁ କ୍ୟାଚ୍‌ ଦେଇଥିଲେ। ମୋସାଡେକ ହୋସେନ ୧୬ ରନ କରି ସଦାବ ଖଁା, ମହମ୍ମଦ ସୈଫୁଦ୍ଦିନ ବିନା ସ୍କୋରରେ ଓ ମହମୁଦୁଲ୍ଲା ୨୯ ରନ କରି ଆଫ୍ରିଦୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ଅଧିନାୟକ ମାଶ୍ରାଫି ମୋର୍ତ୍ତାଜା ୧୫, ମୁସ୍ତାଫିଜୁର ୧ ରନ କରି ଆଉଟ ହୋଇଥିବା ବେଳେ ମେହଦି ହାସନ ମିରାଜ ୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଆଫ୍ରିଦୀ ସର୍ବାଧିକ ୬, ଶଦାବ ୨, ଅମୀର ଓ ରିୟାଜ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଚିରାଚରିତ ଢ଼ଙ୍ଗରେ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଓପନର ଫଖର ଜମାନ ମାତ୍ର ୧୩ ରନ କରିଥିବାବେଳେ ମହମ୍ମଦ ସୈଫୁଦ୍ଦିନଙ୍କ ବଲ୍‌ରେ ମେହିଦି ହାସନ ମିରାଜଙ୍କୁ ପଏଣ୍ଟରେ କ୍ୟାଚ୍‌ ଦେଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଇମାମ ଓ ଇନ୍‌ଫର୍ମ ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ୧୪୮ ବଲରୁ ୧୫୭ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ୯୮ ବଲରୁ ୧୧ ଚୌକା ସହ ୯୬ରନର ଇନିଂସ ଖେଳି ବାବର ଲାଇନ୍‌ ମିସ୍‌ କରି ସୈଫୁଦ୍ଦିନଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଏହାପରେ ଇମାମ୍‌ ୧୦୦ ରନ (୧୦୦ ବଲ, ୭ ଚୌକା) ଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ଶତକ ହାସଲ କରିବା ଠିକ ପରେ ସେ ଇମାମ ମୁସ୍ତାଫିଜୁର ରହମାନଙ୍କ ବଲ୍‌ରେ ବ୍ୟାକ୍‌ଫୁଟ୍‌ରେ ଫ୍ଲିକ୍‌ କରିବାକୁ ପ୍ରୟାସ କରୁଥିବା ବେଳେ ତାଙ୍କ ପଛ ଗୋଡ ଷ୍ଟମ୍ପରେ ବାଜିଥିଲା। ଫଳରେ ସେ ହିଟ୍‌ ଉଇକେଟ ହୋଇ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଏଥିସହିତ ଇମାମ ୨୩ ବର୍ଷରେ ବିଶ୍ୱକପ୍‌ରେ ପାକିସ୍ତାନର ସର୍ବକନିଷ୍ଠ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି ଓ ସେ କ୍ୟାରିୟରର ସପ୍ତମ ଦିନିକିଆ ଶତକ ଅର୍ଜନ କରିଛନ୍ତି। ଅଭିଜ୍ଞ ମହମ୍ମଦ ହାଫିଜ୍‌ ୨୫ ବଲରୁ ୩ ଚୌକା ସହ ୨୭ ରନ କରିଥିବାବେଳେ ମିରାଜଙ୍କ ବଲ୍‌ରେ ସାକିବ ଅଲ ହାସନଙ୍କୁ ଡିପ୍‌ ବ୍ୟାକ୍‌ଓ୍ବାର୍ଡ ସ୍କୋୟାରରେ କ୍ୟାଚ୍‌ ଦେଇଥିଲେ। ଇମାଦ ଓ୍ବାସିମ ୨୬ ବଲରୁ ୬ ଚୌକା ଓ ୧ ଛକା ସହ ଦ୍ରୁତ ୪୩ ରନ କରିଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଇମାଦ୍‌ ମୁସ୍ତାଫିଜୁରଙ୍କ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଇମାଦ ଥାର୍ଡମ୍ୟାନରେ ମହମୁଦୁଲ୍ଲାଙ୍କ୍‌ୁ କ୍ୟାଚ୍‌ ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ଦଳର ସ୍କୋରକୁ ତିନିଶହ ରନ ପାର କରାଇଥିଲେ। ଇନ୍‌ଫର୍ମ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହାରିସ୍‌ ସୋହେଲ ମାତ୍ର ୬ ରନ କରିଥିବା ବେଳେ ମୁସ୍ତାଫିଜୁରଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ଡିପ୍‌ ଏକ୍ସଟ୍ରା କଭରରେ ସୌମ୍ୟ ସରକାରଙ୍କ ହାତରେ ଧରାପଡି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବାହାବ ରିୟାଜ ୨ ରନକରି ସୈଫୁଦ୍ଦିନଙ୍କ ତୃତୀୟ ଶିକାର ହୋଇଥିବା ବେଳେ ଶଦାବ ଖାଁ ୧, ମହମ୍ମଦ ଅମୀର ୮ ରନକରି ମୁସ୍ତାଫିଜୁରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୩ ଓ ଶାହିନ ଆଫ୍ରିଦୀ ବିନା ସ୍କୋରରେ ଅପରାଜିତ ରହିଥିଲେ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ କ୍ରମାଗତ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ ଜିତି ପାକିସ୍ତାନ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି। ବୋଲିଂରେ ବାଂଲାଦେଶ ତରଫରୁ ମୁସ୍ତାଫିଜୁର ସର୍ବାଧିକ ୫, ସୈଫୁଦ୍ଦିନ ୩, ମିରାଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୫୦ ଓଭରରେ ୩୧୫/୯
(ଇମାମ- ୧୦୦, ବାବର- ୯୬, ଇମାଦ- ୪୩, ମୁସ୍ତାଫିଜୁର- ୫/୭୫, ସୈଫୁଦ୍ଦିନ- ୩/୭୭ )।
ବାଂଲାଦେଶ ୪୪.୧ ଓଭରରେ ୨୨୧ ଅଲଆଉଟ୍‌
(ସାକିବ- ୬୪, ଲିଟନ- ୩୨, ମହମୁଦୁଲ୍ଲା- ୨୯, ସୌମ୍ୟ- ୨୨, ଆଫ୍ରିଦି- ୬/୩୫, ସଦାବ- ୨/୫୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri