ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ପରାଜୟର କାରଣ ଗୋଷ୍ଠୀ କନ୍ଦଳ’

ବାରିପଦା ଅଫିସ,୮ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ନିର୍ବାଚନୀ ଫଳାଫଳ ଭଲ କରୁଥିବା ବେଳେ ମୟୂରଭଞ୍ଜ ଜିଲାରେ କିନ୍ତୁ ଓଲଟା। ଜିଲାରେ ତୃଣମୂଳସ୍ତରରେ ଭାଜପାର ସଙ୍ଗଠନ ମଜଭୁତ ନ ଥିଲେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନଠାରୁ ଦଳ ଶାସକ ବିଜେଡିକୁ ପରାଜୟର ସ୍ବାଦ ଚଖାଇ ଆସୁଛି। ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ଗ୍ରାମାଞ୍ଚଳସ୍ତରରୁ ଜିଲା ପର୍ଯ୍ୟନ୍ତ ମାଳମାଳ ପର୍ଯ୍ୟବେକ୍ଷକ ଓ ହେଭିୱେଟ୍‌ ନେତା ଆସି ଗୋଟିଚାଳନା କରିଥିଲେ। ମାତ୍ର ଦଳ ଆଶାନୁରୂପ ସଫଳତା ହାସଲ କରି ନ ଥିଲା। ଆଗକୁ ପୌର ନିର୍ବାଚନ ରହିଛି। ଜିଲାର ବାରିପଦା, ରାଇରଙ୍ଗପୁର ପୌର ପରିଷଦ ଏବଂ କରଞ୍ଜିଆ ଓ ଉଦଳା ଏନ୍‌ଏସିକୁ ଦଖଲ କରି ପୁନର୍ବାର ଜିଲାକୁ ବିଜେଡିର ଗଡ଼ ଭାବେ ପରିଣତ କରିବାକୁ କସରତ ଆରମ୍ଭ ହେଲାଣି। ନିକଟରେ ବିଜେଡିର ହେଭିୱେଟ୍‌ ନେତା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଜିଲାର ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ପର୍କରେ ତାଙ୍କର ଧାରଣା ଥିବା ବେଳେ କର୍ମୀ ଓ ଅନ୍ୟ ନେତୃବୃନ୍ଦମାନଙ୍କୁ ସେ ଚିହ୍ନିନାହାନ୍ତି। ଉଭୟ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ପରାଜୟ ସମ୍ପର୍କରେ ଦଳ ପକ୍ଷରୁ କରାଯାଇଥିବା ସମୀକ୍ଷା ବେଳେ ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ଥିବା ଜଣାପଡିଥିଲା। ଶନିବାର ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ପର୍ଯ୍ୟବେକ୍ଷକ ଦାସ ଉପସ୍ଥିତ ରହି ପୂର୍ବ ପରାଜୟଗୁଡିକର କାରଣ ଗୋଷ୍ଠୀ କନ୍ଦଳ ବୋଲି ଖୋଲାଖୋଲି କହିଥିଲେ। ଦଳରେ ଗୋଷ୍ଠୀ କନ୍ଦଳକାରୀଙ୍କ ସ୍ଥାନ ନାହିଁ ବୋଲି ତାଗିଦ କରିଥିଲେ।
ବୈଠକରେ ବିଧାୟକ ଦାସଙ୍କ ସହିତ ଜିଲାର ଦୁଇ ପୂର୍ବତନ ଦଳୀୟ ପର୍ଯ୍ୟବେକ୍ଷକ ଡ. ଅରୁଣ କୁମାର ସାହୁ ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ରହି ଜିଲାରେ ସଂଗଠନ ମଜଭୁତ କରିବା ପାଇଁ ବିଧାୟକ ଦାସଙ୍କୁ ମାର୍ଗଦର୍ଶନ କରିବେ ବୋଲି କହିଥିଲେ। କାରଣ ଅରୁଣ ଓ ସଞ୍ଜୟ ଜିଲାର ତୃଣମୂଳସ୍ତରର କର୍ମୀଙ୍କୁ ନେଇ କାର୍ଯ୍ୟ କରିସାରିଛନ୍ତି। ସେହିପରି ଅରୁଣ ଓ ସଞ୍ଜୟଙ୍କ ବିନା ଜିଲାରେ ସଂଗଠନ ସଜାଡ଼ିବା ମୁସ୍କିଲ ବୋଲି ବୈଠକରେ ଆଗଧାଡ଼ିର କର୍ମୀମାନେ ଖୋଲାଖୋଲି କହିଥିଲେ। ବିଧାୟକ ଦାସ ରାଜ୍ୟ ସଂଗଠନର ମଙ୍ଗ ଧରିଥିବା ବେଳେ ମୟୂରଭଞ୍ଜ ଜିଲାକୁ ପର୍ଯ୍ୟାପ୍ତ ସମୟ ଦେବା ସମ୍ଭବ ନୁହେଁ ବୋଲି କର୍ମୀମାନେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ଏବେ ଦଳ ଅଡ଼ୁଆରେ ପଡ଼ିଛି।
ଜିଲା ବିଜେଡି ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌, ରାଜସ୍ବ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ରାଜକିଶୋର ଦାସ, ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସ୍‌ଦା, ଜିଲା କାର୍ଯ୍ୟକାରୀ ସଭାପତି ଡା. ଦେବାଶିଷ ମାରାଣ୍ଡି, ଯୁବ ବିଜେଡି ଉତ୍ତର ଓଡ଼ିଶା ଜୋନ୍‌ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ଅନ୍ୟ ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ। ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?