ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ

କେଗାଁ,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଗଦଲାଝରଣଠାରେ ଶୁକ୍ରବାର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଆଗାମୀ ଦିନରେ ବିଜେଡି ପକ୍ଷରୁ ଚାଲିଥିବା ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇ ଜଣେ ସକ୍ରିୟ କର୍ମୀ ଅତି କମରେ ୨୫ ଜଣ ସଭ୍ୟ ସଂଗ୍ରହ କରି ଦଳକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଳେଶ୍ୱର ନାଏକ, ବିଜେଡି ନେତା ପ୍ରଶାନ୍ତ ନାଏକ, ଯୁବ ବିଜେଡି ନେତା ତଥା ଧାମନପୁର ସମିତି ସଭ୍ୟ ଇଂ. ଦିନେଶ କୁମାର ରାଉତ, ବ୍ଲକ ସଭାପତି ଦୟାସାଗର ଚଲାନ ପ୍ରମୁଖ ଯୋଗଦେଇ ଗୋଲାମୁଣ୍ଡା ବ୍ଲକକୁ ସଭ୍ୟ ସଂଗ୍ରହ ଅଭିଯାନରେ ରାଜ୍ୟରେ ଏକ ନମ୍ବର କରିବାକୁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଉକ୍ତ ସଭ୍ୟ ସଂଗ୍ରହ ଅଭିଯାନରେ ୨୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ ଯୁବ ବିଜେଡି ନେତା ଦିନେଶ କୁମାର ରାଉତ, ଯୁବ ବିଜେଡି ସଭାପତି ଦିଲୀପ ମାଝି, ଲଛମନ ନିଆଲ, ଦିଲୀପ ନାଏକ, ମିନିକେତନ ପୁଟେଲ, ହେମନ୍ତ ସାହୁ, ମହାଦେବ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

ଅଘୋଷିତ ବିଦ୍ୟୁତ କାଟରେ ଅସହ୍ୟ ଲାଞ୍ଜିଗଡ ଗ୍ରାମବାସୀ: ଗ୍ରିଡ୍‌ରେ ତାଲା ପକାଇ ଧାରଣା, ଟାଟା ପାୱାର ଯନ୍ତ୍ରୀଙ୍କ ସହ ଆଲୋଚନା

ଲାଞ୍ଜିଗଡ, ୨୯।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀ ଶୁକ୍ରବାର ଲାଞ୍ଜିଗଡ ଟାଟା ପାୱାର ବିଦ୍ୟୁତ ଗ୍ରିଡ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।…

୨ ମାସ ହେଲା ୬ ହଜାର ଡିବିଟି ହିତାଧିକାରୀଙ୍କୁ ମିଳିନି ଭତ୍ତା: ବ୍ଲକ କାର୍ଯ୍ୟାଳୟ ଯାଇ ମଧ୍ୟ ନିରାଶ

କେସିଙ୍ଗା,୨୯।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କୁ ୨ ମାସ(ଏପ୍ରିଲ, ମେ) ହେଲା ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା (ଡିବିଟି) ମିଳିନାହିଁ ।…

ଯନ୍ତ୍ରୀ ସତ୍ୟନାରାୟଣ ବେହେରାଙ୍କ ପୁନଃ ନିଯୁକ୍ତି ଦାବି: ୧୨ ଗ୍ରାମର ଜନସାଧାରଣଙ୍କ ଚେତାବନୀ, ବିଡ଼ିଓ ନିରବ

ଥୁଆମୂଳ ରାମପୁର,୨୯।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟନାରାୟଣ ବେହେରାଙ୍କ ଅକାରଣ ବଦଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri