ବିଜିଆର୍‌ ଠିକାକର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଲଖନପୁର,୧।୫(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର କୋଇଲାକ୍ଷେତ୍ର ସମ୍ପ୍ରସାରଣରେ ନିୟୋଜିତ ହୋଇଛି ବିଜିଆର୍‌ ମାଇନିଂ ଆଣ୍ଡ୍‌ ଇନ୍‌ଫ୍ରା ଲିଃ ନାମକ ଠିକାସଂସ୍ଥା| ଏହି ଠିକାସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ୪ଦଫା ଦାବି ନେଇ ଗତ ରବିବାରରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଖଣି ସମ୍ପ୍ରସାରଣ କାଯର୍‌ୟ ବାଧାପ୍ରାପ୍ତ ହୋଇଛି ା ଠିକାସଂସ୍ଥା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଯୁକ୍ତିଯୁକ୍ତ ଦାବିକୁ ସମାଧାନ ନ କରି କଳବଳ କୌଶଳ ଲଗାଇ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପ୍ରୟାସ ଚଳାଇଛି ା ଆନ୍ଦୋଳନକାରୀମାନେ ନିଜ ଦାବିରେ ଅଟଳ ରହିଥିବାରୁ ଏଥିରେ ଠିକାସଂସ୍ଥା ସଫଳ ହୋଇପାରୁନାହିଁ ା ଫଳରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଖଣି କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ା ଏହାର ସମାଧାନ ପାଇଁ ଆନ୍ଦୋଳନର ତୃତୀୟ ଦିବସ ମଙ୍ଗଳବାର ବିଜିଆର୍‌ କ୍ୟାମ୍ପରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ା ଏଥିରେ ଏମ୍‌ସିଏଲ୍‌ ଲଖନପୁର ଖଣି ପ୍ରକଳ୍ପ ଅଧିକାରୀ ଅବୋଧ କୁମାର ପାଣ୍ଡେ, ଟ୍ରେଡ୍‌ ୟୁନିୟନ୍‌ ଶ୍ରମିକ ନେତା ରମେଶ ତ୍ରିପାଠୀ, ରବୀନ୍ଦ୍ର ପ୍ରସାଦ, ବୁଲୁ ପାଣିଗ୍ରାହୀ, କେପି ଜେନା, ବିଜିଆର୍‌ ଠିକାସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ପି ଭେଙ୍କଟ ଶିବଚନ୍ଦ୍ର, ଠିକା କର୍ମଚାରୀ ଗଜେନ୍ଦ୍ର ବାଗ୍‌, ରମେଶ ନାୟକ, ବିପିନ ମାଣ୍ଡୋଇ, ମାନସ ପ୍ରଧାନ, ପବନ ମେହୋ, ବିଦ୍ୟାଧର ଗହୀର, ସଞ୍ଜୟ ବେହେରା ଓ ଅନିଲ ପ୍ରସାଦ ପ୍ରମୁଖ ରହିଥିଲେ ା ପୋଲିସ୍‌ ତରଫରୁ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର, ଲଖନପୁର ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍‌, ରେଙ୍ଗାଲି ଥାନା ଆଇଆଇସି ଦାନିଆଲ୍‌ କେର୍କେଟା, ବେଲପାହାଡ ଥାନା ଆଇଆଇସି ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ଠିକାକର୍ମଚାରୀଙ୍କ ୪ଦଫା ଦାବି ରହିଛି ଯେ, ୨୦୧୬ ମେ ମାସରୁ ଠିକାସଂସ୍ଥା ଏମ୍‌ସିଏଲ୍‌ ସମ୍ପ୍ରସାରଣ କାଯର୍‌ୟରେ ନିୟୋଜିତ ରହିଛି ା ଏହି ଠିକାସଂସ୍ଥା ଲଖନପୁର ୧ନଂ, ୩ନଂ ଓ ୫ନଂ ମାଇନିଂରେ ସମ୍ପ୍ରସାରଣ କାମ କରୁଛି ା ଏହି ଠିକାସଂସ୍ଥା ଅଧୀନରେ ୨ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ  କାମ କରୁଛନ୍ତି। ୧ନଂ ଓ ୫ନଂ ମାଇନିଂ ସମ୍ପ୍ରସାରଣ କାଯର୍‌ୟ ବନ୍ଦ ରହିଥିବାବେଳେ ୫ନଂ ମାଇନିଂ ସମ୍ପ୍ରସାରଣ କାଯର୍‌ୟ ଜାରି ରହିଛି ା  ଏହାକୁ ଦୃଷ୍ଟିରେ ରଖି ଠିକାସଂସ୍ଥା ପକ୍ଷରୁ ବିଭିନ୍ନ ବାହାନା କରି କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା ଚଳାଇଛି ା ଏହାକୁ କର୍ମଚାରୀମାନେ ବିରୋଧ କରି ନୂଆ ଠିକାସଂସ୍ଥାରେ ପୁନଃନିଯୁକ୍ତି ଯୋଗାଇ ଦେବାପାଇଁ ଦାବି କରିଆସୁଛନ୍ତି। ସେପ୍ଟେମ୍ବର ମାସରୁ ବର୍ଦ୍ଧିତ ଦରମା ଲାଗୁ  ହୋଇଛି ା ଏହି ବର୍ଦ୍ଧିତ ଦରମା କେତେକ କର୍ମଚାରୀଙ୍କୁ ମିଳିଛି ତ ବାକି କେତେକ କର୍ମଚାରୀଙ୍କୁ ମିଳିନାହିଁ ା ଏହି ବର୍ଦ୍ଧିତ ଦରମା ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଉ ା ରବିବାର କାମକଲେ କର୍ମଚାରୀଙ୍କୁ ୨ଗୁଣିତ ପାରିଶ୍ରମିକ ମିଳୁଥିଲା ା ଏବେ ଏହାକୁ ବିନା ନୋଟିସ୍‌ରେ ବନ୍ଦ କରି ଦିଆଯାଇଛି ା କ୍ୟାମ୍ପରେ ଖାଇବା ଖର୍ଚ୍ଚ ବଢେଇ ଦିଆଯାଇଛି ା ଅଧିକ ଖାଇବା ଖର୍ଚ୍ଚ ନେଇ କର୍ମଚାରୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ା ଠିକାସଂସ୍ଥା ତରଫରୁ କର୍ମଚାରୀଙ୍କ ନାମରେ ମିଥ୍ୟା ମକଦମା, ବ୍ରେକ୍‌ଡାଉନ୍‌, ଦୁର୍ଘଟଣା ଆଦି ଆରୋପ ଲଗାଯାଇଛି ା ଏସବୁ ବିନାସର୍ତ୍ତରେ କର୍ମଚାରୀଙ୍କ ଉପରୁ ପ୍ରତ୍ୟାହର କରାଯାଉ ଆଦି ଦାବି ରହିଛି ା ତେବେ ଏଥିମଧ୍ୟରୁ ଠିକାସଂସ୍ଥା ସବୁ ଦାବି ମାନି ନେଇଥିବାବେଳେ ରବିବାର କାମ କଲେ ପୂର୍ବଭଳି ବର୍ଦ୍ଧିତ ହାରରେ ପାରିଶ୍ରମିକ ଦେବନାହିଁ ବୋଲି କହିଥିଲା ା ଏ ନେଇ ଠିକାସଂସ୍ଥା ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କଲା ପରେ ଏହି ଦାବି ପୂରଣ କରାଯିବ ବୋଲି କୁହାଯାଇଥିଲା ା ଏହାକୁ ନେଇ ଏକ ଚୁକ୍ତିପତ୍ର ପ୍ରସ୍ତୁତ କରାଯାଇଥିଲା ା ଏଥିରେ ଏମ୍‌ସିଏଲ୍‌ ଖଣି କର୍ତ୍ତୃପକ୍ଷ ଦସ୍ତଖତ ଦେଇ ନ ଥିବାରୁ ଏହି ଚୁକ୍ତିପତ୍ରକୁ କର୍ମଚାରୀମାନେ ଅଗ୍ରାହ୍ୟ କରିଥିଲେ ା ଫଳରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଥିଲା ା ସୂଚନା ଥାଉକି ତୃତୀୟ ଦିବସ ମଙ୍ଗଳବାର ସକାଳେ ଆନ୍ଦୋଳକାରୀଙ୍କ ସହିତ ବିଜିଆର୍‌ କ୍ୟାମ୍ପରେ ଶ୍ରମିକନେତା ତ୍ରିପାଠୀ ଆଲୋଚନା କରୁଥିଲେ ା ଏତିକିବେଳେ ଠିକାସଂସ୍ଥା ପ୍ରରୋଚନାରେ ଜଣେ ନାରିନେତ୍ରୀ ସେଠାରେ ପହଞ୍ଚତ୍ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଶ୍ରମିକନେତାଙ୍କୁ ଆକ୍ରମଣ କରିଥିଲେ ା ଏହାକୁ ବିରୋଧ କରି ଆନ୍ଦୋଳନକାରୀ କର୍ମଚାରୀମାନେ ଘଟଣା ସ୍ଥଳରେ ସେହି ନାରୀନେତ୍ରୀଙ୍କୁ ମଧ୍ୟ ଉତ୍ତମ ମଧ୍ୟମ ଦେଇଥିଲେ ା ଘଟଣା ସ୍ଥଳରେ ପୋଲିସ୍‌ ଉପସ୍ଥିତ ରହି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପ୍ରତ୍ୟେକ୍ଷଦର୍ଶୀ ସାଜିଥିଲା ା ହେଲେ ଏ ନେଇ ଉଭୟ ପକ୍ଷରୁ ପୋଲିସ୍‌ରେ କୌଣସି ଅଭିଯୋଗ ହୋଇନାହିଁ ା ଜଣେ ନାରୀନେତ୍ରୀ ହୋଇ ଠିକାକର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତ୍ତେ ଏହାକୁ ଭଣ୍ଡୁର କରିବା ପଛରେ କି ସ୍ବାର୍ଥ ରହିଛି ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri