ବିଜିଆର୍‌ ଠିକାକର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଲଖନପୁର,୧।୫(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର କୋଇଲାକ୍ଷେତ୍ର ସମ୍ପ୍ରସାରଣରେ ନିୟୋଜିତ ହୋଇଛି ବିଜିଆର୍‌ ମାଇନିଂ ଆଣ୍ଡ୍‌ ଇନ୍‌ଫ୍ରା ଲିଃ ନାମକ ଠିକାସଂସ୍ଥା| ଏହି ଠିକାସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ୪ଦଫା ଦାବି ନେଇ ଗତ ରବିବାରରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଖଣି ସମ୍ପ୍ରସାରଣ କାଯର୍‌ୟ ବାଧାପ୍ରାପ୍ତ ହୋଇଛି ା ଠିକାସଂସ୍ଥା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଯୁକ୍ତିଯୁକ୍ତ ଦାବିକୁ ସମାଧାନ ନ କରି କଳବଳ କୌଶଳ ଲଗାଇ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପ୍ରୟାସ ଚଳାଇଛି ା ଆନ୍ଦୋଳନକାରୀମାନେ ନିଜ ଦାବିରେ ଅଟଳ ରହିଥିବାରୁ ଏଥିରେ ଠିକାସଂସ୍ଥା ସଫଳ ହୋଇପାରୁନାହିଁ ା ଫଳରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଖଣି କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ା ଏହାର ସମାଧାନ ପାଇଁ ଆନ୍ଦୋଳନର ତୃତୀୟ ଦିବସ ମଙ୍ଗଳବାର ବିଜିଆର୍‌ କ୍ୟାମ୍ପରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ା ଏଥିରେ ଏମ୍‌ସିଏଲ୍‌ ଲଖନପୁର ଖଣି ପ୍ରକଳ୍ପ ଅଧିକାରୀ ଅବୋଧ କୁମାର ପାଣ୍ଡେ, ଟ୍ରେଡ୍‌ ୟୁନିୟନ୍‌ ଶ୍ରମିକ ନେତା ରମେଶ ତ୍ରିପାଠୀ, ରବୀନ୍ଦ୍ର ପ୍ରସାଦ, ବୁଲୁ ପାଣିଗ୍ରାହୀ, କେପି ଜେନା, ବିଜିଆର୍‌ ଠିକାସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ପି ଭେଙ୍କଟ ଶିବଚନ୍ଦ୍ର, ଠିକା କର୍ମଚାରୀ ଗଜେନ୍ଦ୍ର ବାଗ୍‌, ରମେଶ ନାୟକ, ବିପିନ ମାଣ୍ଡୋଇ, ମାନସ ପ୍ରଧାନ, ପବନ ମେହୋ, ବିଦ୍ୟାଧର ଗହୀର, ସଞ୍ଜୟ ବେହେରା ଓ ଅନିଲ ପ୍ରସାଦ ପ୍ରମୁଖ ରହିଥିଲେ ା ପୋଲିସ୍‌ ତରଫରୁ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର, ଲଖନପୁର ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍‌, ରେଙ୍ଗାଲି ଥାନା ଆଇଆଇସି ଦାନିଆଲ୍‌ କେର୍କେଟା, ବେଲପାହାଡ ଥାନା ଆଇଆଇସି ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ଠିକାକର୍ମଚାରୀଙ୍କ ୪ଦଫା ଦାବି ରହିଛି ଯେ, ୨୦୧୬ ମେ ମାସରୁ ଠିକାସଂସ୍ଥା ଏମ୍‌ସିଏଲ୍‌ ସମ୍ପ୍ରସାରଣ କାଯର୍‌ୟରେ ନିୟୋଜିତ ରହିଛି ା ଏହି ଠିକାସଂସ୍ଥା ଲଖନପୁର ୧ନଂ, ୩ନଂ ଓ ୫ନଂ ମାଇନିଂରେ ସମ୍ପ୍ରସାରଣ କାମ କରୁଛି ା ଏହି ଠିକାସଂସ୍ଥା ଅଧୀନରେ ୨ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ  କାମ କରୁଛନ୍ତି। ୧ନଂ ଓ ୫ନଂ ମାଇନିଂ ସମ୍ପ୍ରସାରଣ କାଯର୍‌ୟ ବନ୍ଦ ରହିଥିବାବେଳେ ୫ନଂ ମାଇନିଂ ସମ୍ପ୍ରସାରଣ କାଯର୍‌ୟ ଜାରି ରହିଛି ା  ଏହାକୁ ଦୃଷ୍ଟିରେ ରଖି ଠିକାସଂସ୍ଥା ପକ୍ଷରୁ ବିଭିନ୍ନ ବାହାନା କରି କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା ଚଳାଇଛି ା ଏହାକୁ କର୍ମଚାରୀମାନେ ବିରୋଧ କରି ନୂଆ ଠିକାସଂସ୍ଥାରେ ପୁନଃନିଯୁକ୍ତି ଯୋଗାଇ ଦେବାପାଇଁ ଦାବି କରିଆସୁଛନ୍ତି। ସେପ୍ଟେମ୍ବର ମାସରୁ ବର୍ଦ୍ଧିତ ଦରମା ଲାଗୁ  ହୋଇଛି ା ଏହି ବର୍ଦ୍ଧିତ ଦରମା କେତେକ କର୍ମଚାରୀଙ୍କୁ ମିଳିଛି ତ ବାକି କେତେକ କର୍ମଚାରୀଙ୍କୁ ମିଳିନାହିଁ ା ଏହି ବର୍ଦ୍ଧିତ ଦରମା ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଉ ା ରବିବାର କାମକଲେ କର୍ମଚାରୀଙ୍କୁ ୨ଗୁଣିତ ପାରିଶ୍ରମିକ ମିଳୁଥିଲା ା ଏବେ ଏହାକୁ ବିନା ନୋଟିସ୍‌ରେ ବନ୍ଦ କରି ଦିଆଯାଇଛି ା କ୍ୟାମ୍ପରେ ଖାଇବା ଖର୍ଚ୍ଚ ବଢେଇ ଦିଆଯାଇଛି ା ଅଧିକ ଖାଇବା ଖର୍ଚ୍ଚ ନେଇ କର୍ମଚାରୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ା ଠିକାସଂସ୍ଥା ତରଫରୁ କର୍ମଚାରୀଙ୍କ ନାମରେ ମିଥ୍ୟା ମକଦମା, ବ୍ରେକ୍‌ଡାଉନ୍‌, ଦୁର୍ଘଟଣା ଆଦି ଆରୋପ ଲଗାଯାଇଛି ା ଏସବୁ ବିନାସର୍ତ୍ତରେ କର୍ମଚାରୀଙ୍କ ଉପରୁ ପ୍ରତ୍ୟାହର କରାଯାଉ ଆଦି ଦାବି ରହିଛି ା ତେବେ ଏଥିମଧ୍ୟରୁ ଠିକାସଂସ୍ଥା ସବୁ ଦାବି ମାନି ନେଇଥିବାବେଳେ ରବିବାର କାମ କଲେ ପୂର୍ବଭଳି ବର୍ଦ୍ଧିତ ହାରରେ ପାରିଶ୍ରମିକ ଦେବନାହିଁ ବୋଲି କହିଥିଲା ା ଏ ନେଇ ଠିକାସଂସ୍ଥା ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କଲା ପରେ ଏହି ଦାବି ପୂରଣ କରାଯିବ ବୋଲି କୁହାଯାଇଥିଲା ା ଏହାକୁ ନେଇ ଏକ ଚୁକ୍ତିପତ୍ର ପ୍ରସ୍ତୁତ କରାଯାଇଥିଲା ା ଏଥିରେ ଏମ୍‌ସିଏଲ୍‌ ଖଣି କର୍ତ୍ତୃପକ୍ଷ ଦସ୍ତଖତ ଦେଇ ନ ଥିବାରୁ ଏହି ଚୁକ୍ତିପତ୍ରକୁ କର୍ମଚାରୀମାନେ ଅଗ୍ରାହ୍ୟ କରିଥିଲେ ା ଫଳରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଥିଲା ା ସୂଚନା ଥାଉକି ତୃତୀୟ ଦିବସ ମଙ୍ଗଳବାର ସକାଳେ ଆନ୍ଦୋଳକାରୀଙ୍କ ସହିତ ବିଜିଆର୍‌ କ୍ୟାମ୍ପରେ ଶ୍ରମିକନେତା ତ୍ରିପାଠୀ ଆଲୋଚନା କରୁଥିଲେ ା ଏତିକିବେଳେ ଠିକାସଂସ୍ଥା ପ୍ରରୋଚନାରେ ଜଣେ ନାରିନେତ୍ରୀ ସେଠାରେ ପହଞ୍ଚତ୍ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଶ୍ରମିକନେତାଙ୍କୁ ଆକ୍ରମଣ କରିଥିଲେ ା ଏହାକୁ ବିରୋଧ କରି ଆନ୍ଦୋଳନକାରୀ କର୍ମଚାରୀମାନେ ଘଟଣା ସ୍ଥଳରେ ସେହି ନାରୀନେତ୍ରୀଙ୍କୁ ମଧ୍ୟ ଉତ୍ତମ ମଧ୍ୟମ ଦେଇଥିଲେ ା ଘଟଣା ସ୍ଥଳରେ ପୋଲିସ୍‌ ଉପସ୍ଥିତ ରହି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପ୍ରତ୍ୟେକ୍ଷଦର୍ଶୀ ସାଜିଥିଲା ା ହେଲେ ଏ ନେଇ ଉଭୟ ପକ୍ଷରୁ ପୋଲିସ୍‌ରେ କୌଣସି ଅଭିଯୋଗ ହୋଇନାହିଁ ା ଜଣେ ନାରୀନେତ୍ରୀ ହୋଇ ଠିକାକର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତ୍ତେ ଏହାକୁ ଭଣ୍ଡୁର କରିବା ପଛରେ କି ସ୍ବାର୍ଥ ରହିଛି ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri