ବିଚାରରେ ବିପର୍ଯ୍ୟୟ

ସାମ୍ପ୍ରତିକ ବିଶ୍ୱରେ ଗଣତନ୍ତ୍ର ପ୍ରତି ସମସ୍ତଙ୍କର ଆଦର ରହିଛି। ରାଷ୍ଟ୍ର ଶାସନରେ ଗଣତନ୍ତ୍ର ବ୍ୟବସ୍ଥା ହିଁ ସର୍ବମାନ୍ୟ ଶାସନ ବ୍ୟବସ୍ଥା ରୂପେ ଆଦୃତ ହୋଇଛି। ଭାରତ ବିଶ୍ୱରେ ସର୍ବବୃହତ୍‌ ଗଣତନ୍ତ୍ର ରୂପେ ମାନ୍ୟତା ଲାଭ କରିଛି। ତେବେ ଏହି ବ୍ୟବସ୍ଥା ରାଷ୍ଟ୍ରର ସାଧାରଣ ନାଗରିକଙ୍କର ଗଣତାନ୍ତ୍ରିକ ବିଚାରବୋଧ ଉପରେ ନିର୍ଭରକରିଥାଏ। ଏହି ବିଚାରବୋଧରେ ଭାରତର ସାଧାରଣ ନାଗରିକଟିଏ କେତେଦୂର ଉଦ୍‌ବୁଦ୍ଧ, ତାହା ବିଚାରକରିବା କଥା। ଅନେକ ବିଶେଷଜ୍ଞ କହିଥାନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ରାଷ୍ଟ୍ର ଶାସନ ମୌଳିକତଃ ମୁଷ୍ଟିମେୟ ବ୍ୟକ୍ତିବିଶେଷଙ୍କ ମତାନୁସାରେ ନିୟନ୍ତ୍ରିତ ହୋଇଥାଏ। ବେଳେ ବେଳେ ଜଣେ ବ୍ୟକ୍ତିଙ୍କ ମତ ହିଁ ମାନ୍ୟତା ଲାଭ କରିଥାଏ। ହେଲେ ଏ କଥା ମଧ୍ୟ ସତ୍ୟ ଯେ ଅନେକଙ୍କ ଇଚ୍ଛାକୃତ ଅଥବା ଅନିଚ୍ଛାକୃତ ସମର୍ଥନ ଦ୍ୱାରା ଉକ୍ତ ମତ ପରିପୁଷ୍ଟ ଲାଭ କରିଥାଏ।
ଗଣତନ୍ତ୍ରର ସୁଲଭ କ୍ରମ ବିକାଶଧାରା କ୍ରମଶଃ ବିକଶିତ ହେବା ପରିବର୍ତ୍ତେ ନାନାବିଧ ପ୍ରତିବନ୍ଧକର ସମ୍ମୁଖୀନ ହେବା ରାଷ୍ଟ୍ରର ଚିନ୍ତାଶୀଳ ବ୍ୟକ୍ତିଙ୍କୁ ନିରାଶ କରିଦେଉଛି। ଆମ ରାଷ୍ଟ୍ରର ସଂସଦ ଓ ବିଧାନସଭା ବିଧିବିଧାନର ମନ୍ଦିର। ରାଷ୍ଟ୍ରର ସର୍ବମାନ୍ୟ ନୀତି ନିୟାମକ ସ୍ଥଳୀ, ଏଠାରେ ରାଷ୍ଟ୍ରର ବିଜ୍ଞଜନ ପ୍ରତିନିଧିମାନେ ଏକତ୍ୱ ଉପବିଷ୍ଟ ହୋଇଥାନ୍ତି ଏବଂ ସେମାନଙ୍କର ଉପସ୍ଥିତି ଏହାକୁ ରାଷ୍ଟ୍ରର ଅଗଣିତ ନାଗରିକଙ୍କ ବିଶ୍ୱାସଭାଜନ କରିଦେଇଥାଏ। ସାଧାରଣ ନାଗରିକଟିଏ ପାଇଁ ଏହା ଚରମ ଆଶା ଭରସାର ସ୍ଥଳୀ। ତେବେ ସାମ୍ପ୍ରତିକ ପରିସ୍ଥିତିଗୁଡିକୁ ବିଚାରକଲେ ଯେ କେହି ସମ୍ବେଦନଶୀଳ ନାଗରିକ ହୃଦୟ ବିଦାରିତ ହୁଏ। ଲଜ୍ଜା ଲାଗେ ଯେ ବିଶ୍ୱର ସର୍ବ ବୃହତ୍‌ ଗଣତନ୍ତ୍ରରେ ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଭା ଅନେକ ଦୁର୍ନୀତିପରାୟଣ, ସ୍ବାର୍ଥାନ୍ବେଷୀଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ଭାରତୀୟ ଗଣତନ୍ତ୍ରର ସାମ୍ପ୍ରତିକ ଅବସ୍ଥାକୁ ଲକ୍ଷ୍ୟକରି ବିଖ୍ୟାତ ଆଇନଜ୍ଞ ନନି ପାଲ୍‌ଖିୱାଲା କହିଛନ୍ତି, ଗତ କିଛି ବର୍ଷ ଧରି ଭାରତରେ ଏକ ବିଚାରହୀନ ସଂସଦ ଚାଲୁଛି। ତାଙ୍କର ଏହି ମତଟି ଅନେକ ଦୃଷ୍ଟିରୁ ଯଥାର୍ଥ ମନେହୁଏ। ବର୍ତ୍ତମାନ ଏ ଦେଶରେ ଗଣତନ୍ତ୍ର ନାମରେ ସ୍ବେଚ୍ଛାଚାରିତା ବଢ଼ିବାରେ ଲାଗିଛି। ବର୍ଷକୁ ବର୍ଷ ଧରି ଏହି ଧାରା ବଢ଼ିବାରେ ଲାଗିଛି। ସଂସଦ ତଥା ରାଜ୍ୟଗୁଡ଼ିକର ବିଧାନସଭାର ଦୁର୍ଦ୍ଦଶାକୁ ଲକ୍ଷ୍ୟକଲେ ମନକୁ ଆସେ ଯେ ଏ ସ୍ଥଳୀ ମାନଙ୍କରେ ଗଣତନ୍ତ୍ର ନୁହେଁ, ସ୍ବେଚ୍ଛାଚାର ହିଁ କ୍ରିୟାଶୀଳ।
ଓଡ଼ିଶାର ଜଣେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟକାଳରୁ ବିଦାୟ ନେବାର ଅବ୍ୟବହିତ ପୂର୍ବରୁ ଅତି ଦରଦୀ ସ୍ବରରେ କହିଥିଲେ, ” ମୁଁ ଧନିକର ଧନସମ୍ପଦ ସୁରକ୍ଷା ପାଇଁ ପଦାସୀନ। ଦରିଦ୍ରର କ’ଣ ଅଛି ଯେ ସେ ମୋର ସୁରକ୍ଷା ଆବଶ୍ୟକ କରିବ। ଦଦରା ହାଡ଼ ଖଣ୍ଡେ, ସାମାନ୍ୟ ଚମଡ଼ା, ଭଙ୍ଗା କୁଡ଼ିଆ, ଛିଣ୍ଡାବସ୍ତ୍ର ଖଣ୍ଡେ ତା’ର ସମ୍ପତ୍ତି। ସେତକକୁ ସେ ତା’ର ନିଜେ ସମ୍ଭାଳୁଛି। ମୋଠାରେ ତା’ର ଆବଶ୍ୟକତା କ’ଣ?“ କେତେ ଦରଦୀ ଭାବ ଭରି ରହିଥିଲା ଏଇ କେତୋଟି ପଦରେ। ଏଥିରୁ କାଣିଚାଏ ଯଦି ଆମ ନେତୃବର୍ଗ ତଥା ପ୍ରଶାସକଙ୍କ ପାଖରେ ଥାଆନ୍ତା ତେବେ ଏ ଦେଶ ସୁନା ପାଲଟିଯାଇଥାନ୍ତା। ଏହାକୁ ବିଚାରକଲେ ଭାରି ନୈରାଶ୍ୟବୋଧ ଆସିଯାଏ।
ଗଣମାଧ୍ୟମକୁ ସାଧାରଣ ଜନତା ଚତୁର୍ଥ ସ୍ତମ୍ବରୂପେ ସ୍ବୀକୃତି ଦେଇଛନ୍ତି। ପ୍ରଥମ ଦୁଇଟି ସ୍ତମ୍ବ ଯେତେବେଳେ ନିଜ ଧର୍ମ ପାଳନ କରିବାରେ ବିଫଳ ହୋଇଥାଏ ତୃତୀୟ ସ୍ତମ୍ବ ସେତେବେଳେ ଆଶା ଭରସାର କେନ୍ଦ୍ର ହୋଇଥାଏ। ମାତ୍ର ସେଇ ତୁଳନାରେ ଗଣମାଧ୍ୟମ ନିଜ ଦାୟିତ୍ୱ ତୁଲାଇବାରେ ସମର୍ଥ ହୋଇପାରିନାହିଁ। କୋର୍ଟ ଗୋଟିଏ ଆଦେଶ ଦେଲେ ତାହାର ପୁନର୍ବିଚାର ପାଇଁ କୋର୍ଟକୁ ନିବେଦନ କରିବା ପରିବର୍ତ୍ତେ ଶାସକ ଦଳରେ ଆସୀନ ଦଳ ନିଜର ଦଳୀୟ ବହୁମତରେ ବଳୀୟାନ ହୋଇ ଆଇନର ପରିବର୍ତ୍ତନ କରିଦେବାକୁ ପଶ୍ଚାଦ୍‌ପଦ ହେଉନାହାନ୍ତି। ଯାହାର ସଦ୍ୟ ଉଦାହରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗ। ଏଥିରୁ ସ୍ପଷ୍ଟ ଅନୁମେୟ ରାଜନେତାଙ୍କ ସ୍ଥାନ ଆଇନଠାରୁ ଊର୍ଦ୍ଧ୍ୱରେ। ଭାରତୀୟ ଗଣତନ୍ତ୍ରର ଏ ଯେଉଁ ଅବକ୍ଷୟିଷ୍ଣୁ ଧାରା ଏ ରାଷ୍ଟ୍ରକୁ ଯେ ଦିନେ ରସାତଳଗାମୀ କରିଦେବ ଏଭଳି ଆଶଙ୍କା ଆସିବା ସ୍ବାଭାବିକ। ଅତଏବ ସମୟ ଆସିଛି, ବହିର୍ବିପତ୍ତିଗୁଡ଼ିକର ମୁକାବିଲା କରିବା ସାଙ୍ଗକୁ ଆଭ୍ୟନ୍ତରୀଣ ଶୃଙ୍ଖଳା, ସୌହାର୍ଦ୍ଦ୍ୟ, ସଂହତି ପ୍ରତି ଓ ନିରାପତ୍ତା ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। କ୍ଷୁଦ୍ର କ୍ଷୁଦ୍ର ପ୍ରସଙ୍ଗରେ ଅଯଥା ବୌଦ୍ଧିକ ଶକ୍ତି ବ୍ୟୟ ନ କରି ବ୍ୟକ୍ତିକୈନ୍ଦ୍ରିକ କନ୍ଦଳ, ଦଳୀୟ କନ୍ଦଳକୁ ପଛରେ ପକାଇ ରାଷ୍ଟ୍ରୀୟ ବିକାଶ ଚିନ୍ତାରେ ନେତୃବର୍ଗ ଅଧିକ ଧ୍ୟାନଦେଲେ ଗଣତନ୍ତ୍ର ସୁରକ୍ଷିତ ହେବ।
ଖୋର୍ଦ୍ଧା, ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri