ବିଗିଡ଼ିଲାଣି କର୍କଟ ରୋଗୀଙ୍କ ସ୍ଥିତି

ଅସମାପିକା ସାହୁ
ଭୁବନେଶ୍ୱର, ୧୫।୪(ବ୍ୟୁରୋ):  ମହାମାରୀ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରି ସ୍ଥଳେ ସରକାର, ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ସମସ୍ତେ କରୋନା ଲଢ଼େଇରେ ସାମିଲ୍‌ ହୋଇଛନ୍ତି। ସ୍ବତନ୍ତ୍ର ଚିକିତ୍ସା ପାଇଁ କୋଭିଡ୍‌-୧୯ ହସ୍ପିଟାଲ, କ୍ୱାରାଣ୍ଟାଇନ୍‌ ସେଣ୍ଟର, ଆଇସୋଲେଶନ ଓ୍ବାର୍ଡ ଆଦି ଉପରେ ସବୁଠି ତତ୍ପରତା ପ୍ରକାଶ ପାଇଥିବାବେଳେ ଅନ୍ୟ ଚିକିତ୍ସା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ବିଶେଷକରି ନିୟମିତ ତଥା ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ସ୍ଥିତି ବିଗିଡିବାରେ ଲାଗିଛି। ଲକ୍‌ଡାଉନ୍‌ ପାଇଁ ସେମାନଙ୍କ ଜୀବନ ବିପଦାପନ୍ନ ହୋଇଛି। ଇତିମଧ୍ୟରେ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି କରାଯାଇଥିବାରୁ ସେମାନଙ୍କ ଚିନ୍ତା ବଢ଼ିଛି। ହସ୍ପିଟାଲ ଖୋଲା ରହିଥିଲେ ମଧ୍ୟ ଯାତାୟାତ ଓ ଚିକିତ୍ସା ସମସ୍ୟା ପାଇଁ ଯାଇପାରୁ ନାହାନ୍ତି। ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ସମ୍ଭାବନା ମଧ୍ୟ ରହୁଛି। ଫଳରେ ନାନା ଭୟ ଓ ଆଶଙ୍କାରେ କର୍କଟ ରୋଗୀଙ୍କ ଜୀବନ ବିତୁଛି। ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଅଧିକ। ଏଥିସହ ରାଜ୍ୟ ବାହାରୁ ମଧ୍ୟ ଚିକିତ୍ସା ପାଇଁ ଓଡ଼ିଶାକୁ ଶହଶହ ରୋଗୀ ଆସନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଯିବା ସମ୍ଭବ ହେଉନି। ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜିଲା ଚିକିତ୍ସାଳୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି। ହେଲେ କେତେଜଣ ଆକ୍ରାନ୍ତ ଏଠାରୁ ଉପକୃତ ହେଉଥିଲେ ମଧ୍ୟ ଆଉ କେତେଜଣ ସମୟକୁ ଅପେକ୍ଷା କରି ଯନ୍ତ୍ରଣା ଭୋଗୁଛନ୍ତି।

କ’ଣ କୁହନ୍ତି କର୍କଟ ପୀଡିତା:

ସେବତୀ ମେହେର। ୪୫ ବର୍ଷୀୟା ଏହି ମହିଳା ଜଣକ ଛତିଶଗଡ଼ରେ ରୁହନ୍ତି। ସେ ଓଭାରିଆନ କ୍ୟାନ୍‌ସରରେ ପୀଡ଼ିତ। ଚିକିତ୍ସା ପାଇଁ କଟକର ଏକ ହସ୍ପିଟାଲକୁ ଆସନ୍ତି। ଗତ ଜାନୁୟାରୀରେ ତାଙ୍କର କେମୋ ଚିକିତ୍ସା ଶେଷ ହୋଇଥିଲା। କିନ୍ତୁ ଅନ୍ୟାନ୍ୟ ଚିକିତ୍ସା ଜାରି ରହିଛି। ଏଥିସହ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଚିକିତ୍ସା ସମୟରେ ଜଣାପଡିଥିଲା। ଏହାର ଅପରେଶନର ଆବଶ୍ୟକତା ଥିଲା। ସେଥିପାଇଁ ସେ କଟକ ଆସି ଡାକ୍ତରଙ୍କୁ ଦେଖାଇଥାନ୍ତେ। ଲକ୍‌ଡାଉନ୍‌ ଯୋଗୁ ସେ ଆସିପାରୁନାହାନ୍ତି। ସେ କୁହନ୍ତି, ବହୁତ କଷ୍ଟ ହେଉଛି। ଏବେ ମୋର ବ୍ଲିଡିଂ ଓ ପେନ୍‌ ହେଉଛି। ଛତିଶଗଡ଼ରୁ ଓଡ଼ିଶା ଆସିବାକୁ ଦିଆ ନ ଯିବାରୁ ରାୟପୁରରେ ଡାକ୍ତରଙ୍କୁ ଦେଖାଇଛି। ସେମାନେ ପେନ୍‌ କିଲର ଦେବା ସହ ବିଭିନ୍ନ ପରୀକ୍ଷା କରିଛନ୍ତି। ଆଗକୁ କ’ଣ ହେବ ଜାଣିପାରୁନି। ଲକ୍‌ଡାଉନ୍‌ ସରିଲେ କଟକ ଯାଇ ମୋତେ ଦେଖାଇବାକୁ ପଡ଼ିବ।
ଭୁବନେଶ୍ୱରର ଅଜୟ କୁମାର ମହାନ୍ତି। ତାଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ହୋଇଛି। ସେ ବମ୍ବେର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ହେବ ସେଠିକାର ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ କେମୋ ନେଉଥିଲେ। କେମୋ ସରିଯାଇଛି। ହେଲେ ପ୍ରତି ୩ ମାସରେ ରେଗୁଲାର ଚେକ୍‌ଅପ୍‌ ପାଇଁ ଟାଟା ମେମୋରିଆଲ୍‌କୁ ଯାଇଥାନ୍ତି। ଆସନ୍ତା ୩୦ ତାରିଖରେ ତାଙ୍କର ଯିବାର ଥିଲା, କିନ୍ତୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହୋଇଥିବାରୁ ବିମାନ ଓ ଟ୍ରେନ୍‌ ସେବା ବନ୍ଦ ଥିବା ଯୋଗୁ ଆଉ ଯାଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଯେଉଁ ହର୍‌ମୋନ୍‌ ଇଞ୍ଜେକ୍ସନ ରେଗୁଲାର ନେଉଥିଲେ, ଏଠାରେ ତାହା ମିଳୁ ନ ଥିବାରୁ ସେ ଚନ୍ତାବ୍ୟକ୍ତ କରିଛନ୍ତି।
ଆଉ ଜଣେ କର୍କଟ ରୋଗୀ ହେଉଛନ୍ତି ୪୨ବର୍ଷୀୟା ସୁସାନ ଇନ୍ଦଓ୍ବାର। ସୁନ୍ଦରଗଡ଼ ଝାମନକେରା ଅଞ୍ଚଳର ସୁସାନ ଗତ ଡିସେମ୍ବରରେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହାପରେ ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସେ କୁହନ୍ତି, ଗତ ମାର୍ଚ୍ଚ ୨୬ରେ ଏମ୍‌ସରେ ପ୍ରଥମ କେମୋ ନେବାର ଥିଲା। କିନ୍ତୁ ଲକ୍‌ଲାଉନ୍‌ ଯୋଗୁ ଯାଇପାରିଲି ନାହିଁ। ଭାରି ଚିନ୍ତାରେ ଥିଲି। ଜଣେ ସାମାଜିକ କର୍ମୀଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲାପାଳଙ୍କ ପାଖରେ ଖବର ପହଞ୍ଚତ୍ଥିଲା। ଜିଲାପାଳ ମୋତେ ରାଉରକେଲାରେ କେମୋ ନେବା ପାଇଁ ଏକ ଆମ୍ବୁଲାନ୍ସରେ ପଠାଇଥିଲେ। ରାଉରକେଲାରେ ମୁଁ କେମୋ ନେଇଥିଲି। ଆଉ ୧୫ଦିନ ପରେ ପୁଣିଥରେ ଯାଇ ସେଠାରେ ଦେଖିବା ପାଇଁ କହିଛନ୍ତି।
ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ଏଭଳି ପରିସ୍ଥିତିରେ କ୍ୟାନ୍‌ସର ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। କାରଣ ସେମାନଙ୍କ ଚିକିତ୍ସାରେ ବାଧା ଉପୁଜିଲେ, ଚିକିତ୍ସକ କିମ୍ବା ହସ୍ପିଟାଲ ବଦଳିଲେ ରୋଗ ବଢ଼ିଯିବ। ସେମାନଙ୍କ ଚିକିତ୍ସାର ପ୍ରତିଟି ଷ୍ଟେପ୍‌ ଗୁରୁତ୍ୱପୂର୍ଣ୍ଣ ଥାଏ। ତେଣୁ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
– ଲିଲି ଜେନାମଣି,
ଚେୟାରପର୍ସନ,
କ୍ରିୟା ଫାଉଣ୍ଡେଶନ


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri