ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ୫ ବର୍ଷ ତଳର ଏହି ଘଟଣାରେ ସନମତିଙ୍କୁ ନ୍ୟାୟ ମିଳି ନ ଥିବାବେଳେ ସେ ଏବେ ନିଜ ଭାଗ୍ୟକୁ ଆଦରି ବାପଘର ଦୋରାଗୁଡ଼ା ପଞ୍ଚାୟତ କଲୋନୀଗୁଡ଼ା ଗ୍ରାମରେ ପଡ଼ିରହିଛନ୍ତି। ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି। ପ୍ରକାଶ ଯେ, କେବିକେ ଜିଲାରେ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ନିରକ୍ଷରତା କାରଣରୁ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁ ନାହାନ୍ତି। ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଷ୍ଟର ରୋଲ ପ୍ରସ୍ତୁତି ବେଳେ ଶ୍ରମିକଙ୍କ ଟିପ ଚିହ୍ନ ତଥା ବ୍ୟାଙ୍କ ଉଠାଣ ଫର୍ମରେ ଜାଲ ଟିପ ଚିହ୍ନ ଦ୍ୱାରା ସେମାନଙ୍କ ଜମାଖାତାରୁ ଟଙ୍କା ହଡ଼ପ କରାଯିବା ନଜିର ରହିଛି। ସରକାରୀ ଅନୁଦାନର ସଠିକ କାର୍ଯ୍ୟକାରିତା ପାଇଁ ଅଙ୍ଗନୱାଡି କର୍ମୀ-ୱାର୍ଡମେମ୍ବର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ପରିଚାଳନା କମିଟି ସଭାପତି, ବନାଞ୍ଚଳ ଅଧିକାରୀ-ବନ ସୁରକ୍ଷା ସମିତି ସଭାପତିଙ୍କ ଯୁଗ୍ମ ଜମାଖାତା ରହିଛି। ତେବେ ଅନେକ ସମୟରେ ସରକାରୀ କର୍ମଚାରୀ ଲୋକଙ୍କ ନିରକ୍ଷରତାର ସୁଯୋଗରେ ସେମାନଙ୍କ ଟିପଚିହ୍ନ ନେଇ ଅର୍ଥ ହଡ଼ପ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡମେମ୍ବରଙ୍କ ଯୁଗ୍ମ ଜମାଖାତାକୁ ଆସୁଥିବା ଅର୍ଥ ସମେତ ଅନ୍ୟ ସରକାରୀ ଅନୁଦାନରୁ ବ୍ୟାପକ ହେରଫେର ହେଉଛି। ବ୍ଲକରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଅତୀତରେ ଦାୟିତ୍ବରେ ଥିବା ଶିକ୍ଷକମାନେ ବିଦ୍ୟାଳୟ କମିଟି ସଭାପତିଙ୍କୁ ଭୁଆଁ ବୁଲାଇ ନିର୍ମାଣ ଅନୁଦାନ ଚଳୁ କରିଛନ୍ତି। ଟିପ ଚିହ୍ନ ନେଇ ପରିବାର ମଙ୍ଗଳ ଯୋଜନା ହିତାଧିକାରୀଙ୍କ ଜମାଖାତାରୁ ଅର୍ଥ ହଡ଼ପ ହେଉଛି । ଆଦିବାସୀ ମହିଳାଙ୍କୁ ନେଇ ଗଠିତ ବିଭିନ୍ନ ଏସଏଚ୍‌ଜିକୁ ମିଳୁଥିବା ସବସିଡ୍‌ ଲୋନରେ ମଧ୍ୟ କାରସାଦି ଚାଲିଛି। ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଏଚ୍‌ଆର୍‌ ଖାଦ୍ୟ ବଣ୍ଟନରେ ହିତାଧିକାରୀଙ୍କ ଟିପଚିହ୍ନରେ ଜାଲିଆତି କରାଯାଇ ସେ ସବୁ ହଡ଼ପ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ୧୮ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଁ ନବେ ଦଶକରୁ ବିଭିନ୍ନ ଯୋଜନା କରାଯାଇ ଆସୁଛି। ପ୍ରୌଢ଼ଶିକ୍ଷା, ସାକ୍ଷରତା, ସାକ୍ଷର ଭାରତ ଯୋଜନା, ସାକ୍ଷର ସୁନ୍ଦର କୋରାପୁଟ, ଦେଲେ ଟିପ ହେବ ପାପ ଭଳି ସ୍ଳୋଗାନ ଦିଆଯାଇଛି। ଉକ୍ତ ଯୋଜନାରେ ବିପୁଳ ଅନୁଦାନ ଭୋଜିଭାତ, ମିଟିଂ ଓ ମେଟେରିଆଲସ୍‌ ବାବଦରେ ଖର୍ଚ୍ଚ ହୋଇଆସୁଛି। କିନ୍ତୁ ଫଳ ଶୂନ୍‌। ସାକ୍ଷର ନାମରେ ଏବେ ମଧ୍ୟ ଅନେକ ଅଛନ୍ତି, ଯେଉଁମାନେ କେବଳ ନିଜ ନାମ ଦସ୍ତଖତ ଛଡ଼ା ଅନ୍ୟ କିଛି ଲେଖିବା ଜାଣିନାହାନ୍ତି। ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଅନେକ ସମୟରେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ନାମାଙ୍କନ ଦାଖଲ ୧୫ ଦିନ ପୂର୍ବରୁ ସେମାନେ କେବଳ ନିଜ ନାମ ଦସ୍ତଖତ କରିବା ଅଭ୍ୟାସ କରନ୍ତି। ଏ ସଂପର୍କରେ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଥିବା ତଥ୍ୟ ଅନୁସାରେ ସାକ୍ଷର ଭାରତ ଯୋଜନାରେ ୨୦୧୫ରେ ୮,୦୬୪ ଜଣଙ୍କୁ ସାକ୍ଷର କରିବାକୁ ଟାର୍ଗେଟ ଥିଲା। ଏପର୍ଯ୍ୟନ୍ତ ୪,୮୮୦ ଜଣ ଶିକ୍ଷାଦାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧ ଜଣ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହା କେବଳ କାଗଜ କଲମରେ ସରକାରୀ ହିସାବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri