ବିକାଶନୁ ବହୁତ୍‌ ଦୂରେ ଡେବ୍ରିଆମୁଣ୍ଡାବାସୀ

ଲାଠୋର, ୧୨।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗଁଗଁଲିର ବିକାଶ କଥା କହୁଛନ୍‌। ଇଥିରଲଗି ଅନେକ ଯୋଜନା ବି କାଯ୍‌କାରୀ କରି ଫିବଛର କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଅନେକ ଗଁାଗଁାଡ଼ାର ଲୋକ୍‌ ସାଧାରନ୍‌ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଆଦିବାସୀ ବହୁଲ ଡେବ୍ରିଆମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଦୁଇଟା ଓ୍ବାର୍ଡକେ ନେଇ ଗଠିତ ଡେବ୍ରିଆମୁଣ୍ଡା ଗଁାରେ ୨ଶହ ପରିବାରର ପାଖାପାଖି ୧୨ଶହ ଲୋକ୍‌ ବାସ କରୁଛନ୍‌। ଗଁାର ବଡ଼ଭାଗି ଲୋକ୍‌ ଖଟିଖିଆ ଆର ଆଦିବାସୀ ସମାଜର। ବଛରର ଅନେକ ସମିଆ ଦାଦନ ଯାଇ ନିଜର ପେଟ୍‌ ପାଲୁଛନ୍‌। ସେନ୍‌ତା ଗଁାର ଅଲପ୍‌ କେତେ ଲୁକ୍‌କର ଜମିବାଡ଼ି ଅଛେ। ସେମାନେ ଚାଷ୍‌ବାସ କରି ନିଜର କୁଟୁମ ପୁଷୁଛନ୍‌। ସରକାର ଗରିବ୍‌ ଦୁଖି ଖଟିଖିଆକର ଲାଗି ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାଯ୍‌କାରୀ କରୁଥିଲାବେଲେ ଇଠାନେ ଥାନୀଅ ଲୋକ୍‌ କାମ୍‌ ନାଇଁ ପାଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଏନ୍‌ତାଥି ଗଁାର ବଡ଼ଭାଗି ପରିବାର ଚଲତି ବଛର ଦାଦନ ଯାଇଥିବାର ଗଁାବାସୀ କହିଛନ୍‌। ଗଁାର କେତେ ପରିବାରକେ ଆବାସ ଯୋଜନାରେ ସାମିଲ ହେଇଥିଲାବେଲେ ପାଖାପାଖି ୧୫୦ରୁ ଅଧ୍‌କା ଗରିବ୍‌ ପରିବାର ବାଦ୍‌ ପଡ଼ିଛନ୍‌। ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଗଁାରେ ୫ଟା ନଲ୍‌ଚୁଅଁା ରହିଛେ। ହେଲେ ଅନେକ ଦିନ୍‌ ହେଲା ସେଥ୍‌ରୁ ଗୁଟେ ନଲ୍‌ଚୁଅଁା ଅଲଚ ହେଇ ପଡ଼ିଥିଲାବେଲେ ବାକିରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଆଏଜ୍‌ ବି ଗଁାବାସୀକର ଲାଗି ନିରମଲ ପିଇଲା ପାଏନ୍‌ ସାତ୍‌ସପନ ହେଇ ରହିଛେ। ଗଁାରେ ଅଙ୍ଗନଓ୍ବାଡି କେନ୍ଦ୍ର ଆର ପ୍ରାଥମିକ ସ୍କୁଲ ରହିଛେ ସତ୍‌। ହେଲେ ସେଟା ନାନା ସମସିଆ ଘେରରେ ରହିଛେ। ଅଭାବ ଅନାଟନ ଲାଗି ଗଁାର ୮୦ ଭାଗ୍‌ ଛାତ୍ରୀଛାତ୍ର ମାଟ୍ରିକରୁ ଆଗ୍‌କେ ଯାଇ ନାଇଁପାରବାର। ଏନ୍‌ତାଥି ସେମାନେ ପାଠ୍‌ପଢ଼ା ଛାଡ଼ି ପରିବାର ଲୁକ୍‌କୁ କାମ୍‌ବୁତାରେ ସାହାଯ୍‌ କରୁଛନ୍‌। ପାଖାପାଖି ବଛ୍‌ରେ ହେଲା ଗଁାରେ ଲୋକ୍‌ ପିଡିଏସ୍‌ କିରାସିନ ନାଇଁପାଇ। ସେନ୍‌ତା ବଛ୍‌ରେ ହେଲା ଗଁାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ୍‌ ନାଇଁ ହେଇ ବଲି ଗଁାବାସୀ କହିଛନ୍‌। ଗଲା ବଛର ଗଁାର ୪ରୁ ୫ ଝନ୍‌ ହିତାଧିକାରୀକୁଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜରିଆରେ ଗାଈ ଗୁହାଲ ତିଆରି ଲାଗି କାର୍ଯ୍ୟାଦେଶ ପାଇଛନ୍‌। ହେଲେ ଆକାଉଣ୍ଟରେ ଟଁକା ନାଇଁ ପଡ଼ବାର ଲାଗି ଝନେ ବି ହିତାଧିକାରୀ ଗୁହାଲ ତିଆରି ନାଇଁକରି। ଇ ବାବ୍‌ଦେ ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ପଚ୍‌ରାଲାରୁ ଗଁାରେ ଅନେକ ସମସିଆ ରହିଛେ। ସମସିଆର ସମାଧାନ ଲାଗି ଭିନେ ଭିନେ ବିଭାଗକେ ପଁଚେତ୍‌ରୁ ଚିଠି କରାଯାଇଛେ। ଦିନୁଦିନ୍‌କେ ସମସିଆର ସମାଧାନ ହେବା ବଲି ସେ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାର ଦୁଇ ଓ୍ବାର୍ଡ ମେମର ପବିତ୍ର ଶବର, ଧନିଆ ଶବର ସମେତ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri