ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସ୍ଥାନୀୟ ଡିଇଓ ଅଫିସରେ ଅନୁଷ୍ଠିତ ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗଦେବା ପରେ ହଠାତ୍‌ ନିକଟସ୍ଥ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ା ମନ୍ତ୍ରୀ ପହଞ୍ଚତ୍ବା ବେଳେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନଭୋଜନ କରିବାକୁ ବାରଣ୍ଡାରେ ବସିଥିଲେ ା ଦିନ ପ୍ରାୟ ୧ଟା ୩୦ ମିନିଟ୍‌ ହୋଇଯାଇଥିଲେ ମଧ୍ୟ କାହିଁକି ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯାଇନାହିଁ ବୋଲି ଶିକ୍ଷୟିତ୍ରୀଙ୍କୁ ପ୍ରଶ୍ନ କରିଥିଲେ ା ସ୍କୁଲ ଭିତର ରୋଷେଇ ଘରେ ପଶି କ’ଣ ରନ୍ଧା ଯାଇଛି ଦେଖିବା ସହ ପାଚିକା ସହ ଆଲୋଚନା କରିଥିଲେ ା ଏହାପରେ ବାରଣ୍ଡାରେ ଖାଇବାକୁ ବସିଥିବା ଛାତ୍ରୀଛାତ୍ରଙ୍କ ସହ ତଳେ ବସି ଏଠାରେ ମଧ୍ୟାହ୍ନ ଭୋଜନ କରିବା ବୋଲି କହିଥିଲେ ା ମନ୍ତ୍ରୀ ଦାଶଙ୍କ ସହ ଜିଲାପାଳ ଅରିନ୍ଦମ୍‌ ଡାକୁଆ ଓ ଡିଇଓ ଧ୍ରୁବଚରଣ ବେହେରା ମଧ୍ୟ ବସି ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ ା ଭାତ ସହ ସୋୟାବିନ୍‌ ଆଳୁ ତରକାରୀ ଖାଇ ଏହାର ମାନ ଠିକ୍‌ ଥିବା ଓ ସୁସ୍ବାଦୁ ହୋଇଥିବା କହିଥିଲେ ା ଖାଦ୍ୟର ଏଭଳି ମାନ ସବୁଦିନ ବଜାୟ ରଖିବାକୁ ମନ୍ତ୍ରୀ ଦାଶ ଶିକ୍ଷୟିତ୍ରୀ ଓ ପାଚିକାଙ୍କୁ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?