ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ବାନ

ଫୁଲବାଣୀ ଅଫିସ, ୭ା୧୨-ଲୋକଙ୍କ ସମସ୍ୟା ସମାଧାନ କରିବାକୁ ହେଲେ ସରକାରଙ୍କୁ ଲୋକଙ୍କ ଆଖିରେ ହିଁ ସମସ୍ୟା ଦେଖିବାକୁ ପଡିବ। ଚାରି କାନ୍ଥ ଭିତରେ ବସି ଯୋଜନା ତିଆରି କରିଦେଲେ ଗ୍ରାମାଞ୍ଚଳରେ ଲୋକଙ୍କର ଉନ୍ନତି ହେବନାହିଁ। ଦୀର୍ଘ ୭୦ ବର୍ଷ ତଳେ ବେକାରି, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ବିକାଶ ପାଇଁ ଆମ୍ବେଦକର ଦେଖିଥିବା ସ୍ବପ୍ନ ଆଜି ପର୍ଯ୍ୟନ୍ତ ସାକାର ହୋଇପାରି ନାହିଁ। ସବୁକିଛି ସରକାର ଉପରେ ଛାଡି ନ ଦେଇ ନିଜକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ପଡିବ। ତାହା ହେଲେ ଆମର ତଥା ଦେଶର ଉନ୍ନତି ହେବ ବୋଲି ଜାଗ୍ରତ କନ୍ଧମାଳ ପକ୍ଷରୁ ଅନୁଷ୍ଠିତ ଡ. ବି. ଆର୍‌. ଆମ୍ବେଡକରଙ୍କ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ କହିଥିଲେ।
ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା ଜନ ଅଧିକାର ଅଭିଯାନ ଆବାହକ ବିଜୟ ପରିଡା ଯୋଗଦେଇ ରାମାୟଣଠାରୁ ଭାରତର ସମ୍ବିଧାନ ଅନୁସୂଜିତ ଜାତିର ବ୍ୟକ୍ତିଙ୍କ ଦ୍ୱାରା ଲେଖା ହୋଇଛି। ଜାତିସଂଘରେ କବି ଭୀମ ଭୋଇଙ୍କ କବିତା ମଧ୍ୟ ସଂରକ୍ଷିତ ହୋଇ ରହିଛି। ଦୁର୍ଭାଗ୍ୟର ବିଷୟ ଭାରତବର୍ଷରେ ଆଜି ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଲୋକମାନେ ସେମାନଙ୍କ ନାର୍ଯ୍ୟ ଅଧିକାର ହାସଲ କରି ପାରିନାହାନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ ମହାନ୍ତି, ଶ୍ରମିକ ନେତା ଘନ କୁମାର ଶବର, ଭାଜପା ଜିଲା ସଭାପତି ଲିଙ୍ଗରାଜ ଦଳବେହେରା, ବିଜେଡି ନେତ୍ରୀ ପୁନମ କହଁର, ଯୁବନେତା ଶୁଭେନ୍ଦୁ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୂର୍ବାହ୍ନରେ ସହରରେ ଥିବା ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ମ୍ୟାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ମାଦିକୁନ୍ଦା ଛକରୁ ବାହାରି ସହର ପରିକ୍ରମା କରିବା ପରେ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚତ୍ଥିଲା। ସଙ୍ଗଠନ ସମ୍ପାଦକ ସତ୍ୟନାରାୟଣ ବେହେରା, ସମ୍ପାଦକ ବିଚିତ୍ରବୀର୍ଯ୍ୟ ପ୍ରଧାନ, ରମେଶ ପ୍ରଧାନ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri