ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ

ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଗଲା। ଦୁନିଆର ଆଲୋକ ଦେଖିବା ଆଗରୁ ଯମଜ ଶିଶୁପତ୍ର ଆଖି ବୁଜିଲେ। ବାହାର ରାଜ୍ୟରୁ ଓଡ଼ିଶା ମାଟିକୁ ଫେରିବା ସେମାନଙ୍କ ପାଇଁ କାଳ ହେଲା। ଭାଗ୍ୟକୁ ଦୋଷ ଦେଇ ନୀରବ ରହିଥିବା ଏହି ଦମ୍ପତିଙ୍କ ପ୍ରତି ଅବହେଳା କରିଥିବା ବ୍ୟକ୍ତିବିଶେଷ ମାନବକିତା ଭୁଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଗାଁମରଦା ପଞ୍ଚାୟତ ଚିରୁକୁଇପଦା ଗ୍ରାମର ରବୀନ୍ଦ୍ର ବେହେରା ଗୁଜୁରାଟର ଏକ ଟାୟାର କମ୍ପାନୀରେ କାମ କରୁଥିଲେ। ଲକ୍‌ଡ଼ାଉନ ଯୋଗୁ ସେ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ କୁନି ଟ୍ରେନ୍‌ରେ ଆସି ସୋମବାର ଅପରାହ୍ନରେ ବାଲେଶ୍ୱରରେ ଓହ୍ଲାଇଥିଲେ। ପରେ ବସ୍‌ରେ ବସି ରାସଗୋବିନ୍ଦପୁର ଆସିବା ସମୟରେ କୁନିଙ୍କ ପ୍ରସବ ବେଦନା ହୋଇଥିଲା। ଫଳରେ ରବୀନ୍ଦ୍ର ନିକଟସ୍ଥ ବାଲେଶ୍ୱର ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମେଡ଼ିକାଲ୍‌ରେ ଆଡ଼ମିଶନ କରିବା ପାଇଁ କହିଥିଲେ। ହେଲେ ସେଠାରେ ସେଦିନ ଡ୍ୟୁଟିରେ ଥିବା ନର୍ସ ତୁମ ଘର ମୟୂରଭଞ୍ଜ ଜିଲାରେ ତୁମେ ସେଠାରେ ଚିକିତ୍ସା ହେବ କହି ଫେରାଇ ଦେଇଥିଲେ। ସନ୍ଧ୍ୟାରେ ବାଧ୍ୟ ହୋଇ ରବୀନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ଧରି ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ପ୍ରବାସୀମାନଙ୍କୁ ସମସ୍ତ ବସ୍‌ ନେଇ ପଳାଇଯାଇଥିବା ବେଳେ ସେଠାରେ ଆଉ କୌଣସି ବସ୍‌ ନ ଥିଲା। ଫଳରେ ସେ ଏକ କାର୍‌ ଭଡ଼ା କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର କୁନିଙ୍କୁ ଦେଖି ଇଞ୍ଜେକଶନ୍‌ ଏବଂ ଔଷଧ ଦେଇଥିଲେ। ହେଲେ ତୁମେ ଅନ୍ୟ ରାଜ୍ୟରୁ ଆସିଛ କାଳେ କିଛି ହେବ କହି ସେଠାକାର କର୍ମଚାରୀମାନେ ତୁମେ ମେଡ଼ିକାଲ୍‌ରେ ନ ରହି କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିବା ପାଇଁ କହିଥିଲେ। କ୍ୱାରାଣ୍ଟାଇନରେ ରହିଲେ ତାଙ୍କ ସ୍ତ୍ରୀଙ୍କ କିପରି ଚିକିତ୍ସା ହେବ ଭାବି ରବୀନ୍ଦ୍ର ମେଡ଼ିକାଲ୍‌ରେ ରହିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କେହି କିଛି କଥା ନ ଶୁଣି ତାଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରକୁ ପଠାଇ ଦେଇଥିଲେ। ସୋମବାର ରାତିରେ ରବୀନ୍ଦ୍ର ଓ କୁନି ରାସଗୋବିନ୍ଦପୁର ବିଦ୍ୟାଳୟରେ ଖୋଲିଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। ରାତି ୧୧ଟାରେ କୁନିଙ୍କ ଅଧିକ ପ୍ରସବ ବେଦନା ହୋଇଥିଲା। ରବୀନ୍ଦ୍ର କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା କର୍ମଚାରୀଙ୍କୁ କହିବା ପରେ ଜଣେ ଡାକ୍ତର ଆସି କୁନିଙ୍କୁ ଇଞ୍ଜେକଶନ ଦେଇଥିଲେ। ମଙ୍ଗଳବାର ସକାଳ ୧୦ଟା ସମୟରେ କେତେକ ଲୋକ କହିବା ପରେ ଏକ ସ୍ବତନ୍ତ୍ର ଗାଡ଼ିରେ କୁନିଙ୍କୁ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌କୁ ପଠାଯାଇଥିଲା। ପରେ କୁନି ଅପରାହ୍ନ ୧ଟା ୧୪ରେ ଗୋଟିଏ ଓ ୧ଟା ୩୦ରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ। ହେଲେ ଦୁଇଟି ଯାକ ସନ୍ତାନ ତାଙ୍କର ମୃତ୍ୟୁବରଣ କରିଥିଲେ। ଗୁଜରାଟରୁ ଆସିଥିବାରୁ ତାଙ୍କ ପ୍ରତି ସମସ୍ତେ ଅବହେଳା କରିବାରୁ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କ ଜୀବନ ଗଲା ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?