ବାହାଘର ୨ମାସ ପରେ ନାବାଳିକା ଉଦ୍ଧାର: ଶିକ୍ଷୟିତ୍ରୀଙ୍କ ଟୁଇଟ୍‌ ପରେ ଘଟଣାର ପର୍ଦ୍ଦାଫାଶ

ସୋରଡା,୧ା୧୨(ଡି.ଏନ୍‌.ଏ.)- ପୁରୀ ଜିଲା ପିପିଲି ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ୨ ମାସ ହେଲା ସ୍କୁଲକୁ ଆସୁ ନଥିଲେ। ଶିକ୍ଷୟିତ୍ରୀ ଜାଣିଲେ ଯେ, ତାଙ୍କର ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ଅଞ୍ଚଳରେ ବିବାହ ହୋଇଯାଇଛି। ଏନେଇ ସେ ଗଞ୍ଜାମ ଜିଲାପାଳଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ସିଡିପିଓ ଅଫିସ କର୍ମଚାରୀ ଶୁକ୍ରବାର ନାବାଳିକାଙ୍କୁ ଶାଶୁଘରୁ ଉଦ୍ଧାର କରିଛନ୍ତି।
ପ୍ରକାଶ ଯେ, ସମ୍ପୃକ୍ତା ନାବାଳିକାଙ୍କ ଘର ସୋରଡା ବ୍ଲକ ବଡଗଡ଼ ଥାନା ଅଞ୍ଚଳରେ। ସେ ତାଙ୍କ ବାପାଙ୍କ ସହ ପିପିଲିରେ ରହି ପାଠ ପଢନ୍ତି। ୨ ମାସ ତଳେ ମୁଡେସକୁପା ଗ୍ରାମସ୍ଥିତ ତାଙ୍କ ମାମୁ ପୁଅଙ୍କ ସହ ନାବାଳିକାଙ୍କ ବିବାହ ହୋଇଥିଲା। ବିଦ୍ୟାଳୟକୁ ନ ଆସିବାରୁ ଶିକ୍ଷୟିତ୍ରୀ ଜଣକ ତାଙ୍କ ସହପାଠୀମାନଙ୍କୁ ପଚାରି ଜାଣିବାକୁ ପାଇଲେ ଯେ, ଗଞ୍ଜାମ ଜିଲାରେ ନାବାଳିକାଙ୍କର ବିବାହ ହୋଇଯାଇଛି। ଏନେଇ ସେ ଗଞ୍ଜାମ ଜିଲାପାଳଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଶୁକ୍ରବାର ଜିଲାପାଳ ବଡଗଡ ଥାନା ଓ ସୋରଡା ସିଡିପିଓଙ୍କୁ ସମ୍ପୃକ୍ତା ନାବାଳିକାଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଓ ସିଡିପିଓ ଅଫିସ କର୍ମଚାରୀ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଉଭୟ ପକ୍ଷଙ୍କ ସହମତିରେ ବିବାହ ହୋଇଥିବା ପୁଅଙ୍କ ବାପା କହିଛନ୍ତି। ବ୍ରହ୍ମପୁର ବଡ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନାବାଳିକାଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଏନେଇ ସୋରଡା ସିଡିପିଓ କହିଛନ୍ତି, ଛାତ୍ରୀଙ୍କର ପଢିବାକୁ ବହୁତ ଆଗ୍ରହ ରହିଛି। ତାଙ୍କ ଅନିଚ୍ଛା ସତ୍ତ୍ୱେ ଉଭୟ ପରିବାର ଲୋକେ ଜୋରଜବରଦସ୍ତି ବିବାହ କରିଛନ୍ତି। ତାଙ୍କୁ ପିପିଲିରୁ ଗଁ। କୁ ଡାକି ଆଣି ମାମୁପୁଅ ଭାଇ ସହିତ ବିବାହ କରିଛନ୍ତି। ଆହୁରି ଆଗରୁ ତାଙ୍କୁ ଉଦ୍ଧାର କରିଥିଲେ ଭଲ ହୋଇଥାନ୍ତା ବୋଲି ନାବାଳିକା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri