Posted inଖେଳ

ବାସନ୍ଦ ହେଲେ ଉମର ଆକମଲ

କରାଚୀ,୨୦।୨- ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ଉମର ଆକମଲଙ୍କ କ୍ୟାରିୟରକୁ ଗୁରୁବାର ଶକ୍ତ ଝଟ୍‌କା ଲାଗିଛି। ଏହି ବ୍ୟାଟ୍ସମ୍ୟାନଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦ କରିଛି। ଭ୍ରଷ୍ଟାଚାର ବିରୋଧୀ ଯାଞ୍ଚ ପରେ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। କିନ୍ତୁ ପିସିବି ପକ୍ଷରୁ ଜୁନିୟର ଆକମଲ କେଉଁଭଳି ନିୟମ ଭଙ୍ଗ କରିଥିଲେ, ତାହା ସ୍ପଷ୍ଟ କରାଯାଇନାହିଁ। ପିସିବି ଆକମଲଙ୍କୁ ତୁରନ୍ତ ବାସନ୍ଦ କରିଛି। ସେ କ୍ରିକେଟ ଜଡ଼ିତ କୌଣସି ଇଭେଣ୍ଟ କିମ୍ବା କାର୍ଯ୍ୟ କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତଦନ୍ତ ଜାରି ରହିଥିବାରୁ, ପିସିବି ପକ୍ଷରୁ ଅଧିକ ତଥ୍ୟ ଦିଆଯାଇ ନାହିଁ। ଉମରଙ୍କ ପିଏସ୍‌ଏଲ ଦଳ କୁଏଟା ଗ୍ଲାଡିଏଟର୍ସର ଉଦ୍‌ଘାଟନୀ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ପିସିବି ଏଭଳି ଘୋଷଣା କରିଛି। ଗ୍ଲାଡିଏଟର୍ସ ଦଳକୁ ଉମରଙ୍କ ବଦଳ ଖେଳାଳି ଲାଗି ଆବେଦନ କରିବାକୁ ଅନୁମତି ଦିଆଯାଇଛି। ପାକିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ କମରାନ ଆକମଲଙ୍କ ସାନ ଭାଇ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଲାଗି ୧୬ ଟେଷ୍ଟ, ୧୨୧ ଦିନିକିଆ ଓ ୮୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଯଥାକ୍ରମେ ୧୦୦୩, ୩୧୯୪ ଓ ୧୬୯୦ ରନ୍‌ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ। କ୍ୟାରିୟରର ଆରମ୍ଭରେ ସେ ବହୁ ସଫଳତା ପାଇଥିଲେ। କିନ୍ତୁ ଧୀରେ ଧୀରେ କ୍ରମାଗତ ପ୍ରଦର୍ଶନ କରିବାରେ ବିଫଳ ହେଲେ ଓ ଏଥିଯୋଗୁ ଜାତୀୟ ଦଳରୁ ତାଙ୍କୁ ସ୍ଥାନ ହରାଇବାକୁ ପଡ଼ିଥିଲା। ନିକଟରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଟ୍ରେନରଙ୍କ ସହ ଖରାପ ବ୍ୟବହାର କରିବା ଲାଗି ବାସନ୍ଦାଦେଶରୁ ବର୍ତ୍ତି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?