ବାସନ୍ତୀର ଚିକିତ୍ସା ଲାଗି ହାତ୍‌ ବଢ଼ାଲା ଯୁବକ ସଂଘଚାଁଦା କରି ଡାକ୍‌ତରଖାନା ପଠାଲେ

ମୁରିବାହାଲ, ୧୨।୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଁଚେତ୍‌ର ଜାମୁଟ ଗଁାର ପ୍ରଦୀପ ଲୁହାକଁର ଝି’ ବାସନ୍ତୀ ଲୁହା(୨୨)। ସେ ଅନେକ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇଆଡ଼େ ପରିବାରଟା ଦଲିତ ଆର ନିହାତି ଗରିବ ହେଇଥିଲାବେଲେ ଝି’ର ଚିକିସତ୍ା ନାଇଁ କରେଇପାରି ଭଗବାନ ଭରସାରେ ଘରେ ପକେଇ ରଖିଛନ୍‌।
ସୂଚନା ଅନ୍‌ସାରେ ଜାମୁଟ ଗଁାର ପଦୀପ ଲୁହାକଁର ଝି’ ବାସନ୍ତୀ ଅନେକ ବଛର ହେଲା ମାନସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାର ଲୋକ ତାହାକୁ ଆସର ପାସର ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଇଛନ୍‌। ପରିବାରଟା ଦଲିତ ସମାଜର ହେଇଥିଲାବେଲେ ଘରେ ସବୁବେଲେ ଅଭାବ ଅନାଟନ ଲାଗିରହିଛେ। ପ୍ରଦୀପ ଫିଦିନ ସଖାଲୁ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଝି’ର ଉଚ ଚିକିସତ୍ା କରାବାର ତାକର ପକ୍ଷେ ସମ୍‌ଭବ ନାଇଁ ହେବାର। ଝି’ର ବେଭାରରେ ପରିବରତନ୍‌ ଦେଖ୍‌ଲେ ବି ଉପେ ଶୂଇନ୍‌ ହେଇ ପରିବାର ଲୋକ ସବୁ ସହିଯାଉଥିବାର କହିଛନ୍‌। ଶେଷେ ପ୍ରଦୀପ ଝି’ର ଚିକିସତ୍ା ସାହାଯ୍‌ ଲାଗି ପତ୍ରାପାଲି(କ) ସରପଁଚ୍‌ ନମିତା ଭରାସଗରିଆ ଆର ନେତାଜୀ ଯୁବକ ସଂଘର ସଭାପତି ଯୁଧିଷ୍ଠିର ଭରାସଗରିଆକୁଁ ଗୁହାରି କରିଥିଲେ। ନେତାଜୀ ଯୁବକ ସଂଘର ସଭ୍ୟମାନକର ଉଦିଅମ୍‌ରେ ଆସର ପାସର ଅଂଚଲର ସହୁରୁଦ ଲୋକ୍‌ମାନକରନୁ ବାସନ୍ତିର ଚିକିସତ୍ା ଲାଗି ସାହାଯ୍‌ ମଗାଯାଇଥିଲା। ମିଲିଥିବାର ସାହାଯ୍‌ ଟଁକାରେ ଯୁବକ ସଂଘର ସଭ୍ୟମାନେ ଗଲା ବୁଧୁବାର ବାସନ୍ତୀକେ ଚିକିସତ୍ା ଲାଗି ବଲାଙ୍ଗୀର ଡାକ୍‌ତରଖାନା ପଠେଇଛନ୍‌। ଇ ମହତ୍‌ କାଯ୍‌ରେ ଯୁଧିଷ୍ଠିର ଭରାସଗରିଆ, ହୃଷୀକେଶ ଭୋଇ, କ୍ଷୀରୋଦ ସେଠ, ଅଭୟ ନାଗ, ହେମନ୍ତ ପୁଟେଲ, ସୁରେଶ ପୁଟେଲ, ରୁମାନ ନାଗ, ମାନସ ବାଗ, ଗିରିଧାରୀ ମାଝୀ, ଦିଗ ଭରାସଗରିଆ, ବାବୁଲି ତାଣ୍ଡି, ମୟ ପୁଟେଲ ପରମୁଖ ସାହାଯ୍‌ କରିଥିଲେ। ସେନ୍‌ତା ଜିଲା ପରଶାସନ ବାସନ୍ତିକେ ସବୁପରକାର ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଯୁବକ ସଂଘ ଦାବି କରିଛେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri