ବାଲେଶ୍ୱରରେ ସୁଧୁରୁନି ବିଦ୍ୟୁତ୍‌ ସମସ୍ୟା

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାରେ ବିଦ୍ୟୁତ୍‌ ସମସ୍ୟା ଲାଗିରହିଥିବାରୁ ଏହାର ପ୍ରତିକାର ଲାଗି ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଗତ ମେ’ ୨୭ରେ ୬ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଆ ନ ଗଲେ ଆନ୍ଦୋଳନ ଲାଗି ଚେତାବନୀ ଦିଆଯାଇଥିଲା। ନେସ୍କୋ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇ ସୋମବାର ସିଭିଲ୍‌ ସୋସାଇଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।
ନେସ୍କୋ କର୍ତ୍ତୃପକ୍ଷଙ୍କ କ୍ଷମତାଧୀନ ଦାବିଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ସହ ଅନ୍ୟ ଦାବିଗୁଡ଼ିକ ଓଇଆର୍‌ସିଙ୍କୁ ଅବଗତ କରାଇବାକୁ କର୍ତ୍ତୃପକ୍ଷ ଦାୟିତ୍ୱ ନେଇଥିଲେ। ଜିଲାରେ ବିଦ୍ୟୁତ୍‌ ସରବରାହରେ ବାଧା ସୃଷ୍ଟି କରୁଥିବା ସମସ୍ତ ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ସରଞ୍ଜାମକୁ ଚଳିତମାସ ମଧ୍ୟରେ ପରିବର୍ତ୍ତନ କରିବା, ମିଟର ରେଣ୍ଟ୍‌ ବାବଦରେ ଆଦାୟ କରାଯାଇଥିବା ଅଧିକ ଅର୍ଥକୁ ବିଦ୍ୟୁତ୍‌ ବିଲ୍‌ରେ ବ୍ୟବସ୍ଥିତ କରିବା, ଓଡ଼ିଆ ଭାଷାରେ ବିଦ୍ୟୁତ୍‌ ବିଲ୍‌ ପ୍ରଦାନ, ତ୍ରୁଟିପୂର୍ଣ୍ଣ ବିଲ୍‌ର ଅଭିଯୋଗକ୍ରମେ ସଂଶୋଧନ ଆଦି ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେସ୍କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନାରେ ନେସ୍କୋର ନିର୍ବାହୀଯନ୍ତ୍ରୀ ଇଂ. ବିମାନ ଜେନା, ଏସ୍‌ଡିଓ ଇଂ. ସୌମ୍ୟରଞ୍ଜନ ବେହେରା, ଆକାଉଣ୍ଟ୍‌ସ ଅଧିକାରୀ କୃତ୍ତିବାସ ପଣ୍ଡା ଓ ହେରେମ୍ବ ନାରାୟଣ ପଣ୍ଡାଙ୍କ ସମେତ ସିଭିଲ୍‌ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସଦସ୍ୟ ଜୟନ୍ତ ଦାସ, ଆଶୁତୋଷ ପରିଡ଼ା, ଦେବାଶିଷ ସିଂହ, ଅରୁଣ ଜେନା ଓ ବେଣୁଧର ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରତିଶ୍ରୁତିଗୁଡ଼ିକ କାର୍ଯ୍ୟକାରୀ ନହେଲେ ବିଦ୍ୟୁତ୍‌ ଗ୍ରାହକମାନଙ୍କୁ ସଂଗଠିତ କରି ସିଭିଲ୍‌ ସୋସାଇଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୋସାଇଟି ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?