Posted inଅପରାଧ

ବାଲୁଗାଁରେ ନାକରେ ଲୁହାରଡ୍‌ ପୂରାଇ ବ୍ୟକ୍ତିଙ୍କୁ ହତ୍ୟା ଘଟଣା: ୫୦ଦିନ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୧୬ା୬- ଗତ ୨୫ ଏପ୍ରିଲରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ନିଶା ସେବନ କରିଥିବା ଜଣେ ବ୍ୟକ୍ତିଙ୍କ ନାକରେ କେହି ଲୁହା ରଡ୍‌ ପୂରାଇଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୫୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଗିରଫ ହୋଇ ନ ଥିବାରୁ ସଦର ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ନ୍ୟାୟ ପାଇବା ନେଇ ସେମାନେ ଆଶା ଓ ଆଶଙ୍କାରେ ରହିଥିବା ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଘଟଣାଦିନ ମଧ୍ୟାହ୍ନ ୧୨ଟାରେ ସଦର ଥାନା ବାରବାଟୀ ଗ୍ରାମର ପ୍ରମୋଦ ପରିଡ଼ା ଗାଁ ଛକରେ ଠିଆ ହୋଇଥିଲେ। ଏହି ସମୟରେ ମଜୁରିଆପଲ୍ଲୀ ଗ୍ରାମର ପ୍ରଭାତ ନାମକ ଜଣେ ବ୍ୟକ୍ତି ତାଙ୍କୁ ନିଶା ସେବନ କରିବାକୁ ଡାକିଥିଲେ। ଉଭୟ ବାଲୁଗାଁ ବଜାରରେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଏକ ଦୋକାନକୁ ଯାଇଥିଲେ। ସେଠାରେ ଉଭୟ ଗୁଲି (ଅଫିମରୁ ତିଆରି ନିଶାଦ୍ରବ୍ୟ) ଖାଇଥିଲେ। କିଛି ସମୟ ପରେ କୌଣସି କାରଣକୁ ନେଇ ନିଶାସେବନ କରୁଥିବା ଅନ୍ୟ ଲୋକମାନଙ୍କ ସହିତ ପ୍ରମୋଦଙ୍କ ପାଟିତୁଣ୍ଡ ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏପରି ସମୟରେ କେହିଜଣେ ପ୍ରମୋଦଙ୍କ ନାକରେ ଏକ ଲୁହାରଡ୍‌ ପୂରାଇ ଦେଇଥିଲେ। ଲୁହା ରଡ୍‌ଟି ପ୍ରମୋଦଙ୍କ ନାକପଟେ ପଶି ଆଖିପଟେ ବାହାରି ଯାଇଥିଲା। ପରେ ନିଶାସେବନ କରିଥିବା ବ୍ୟକ୍ତିମାନେ ପ୍ରମୋଦଙ୍କୁ ଚିକିତ୍ସା ପାଇଁ ବାଲୁଗାଁରେ ଥିବା ଏକ ଘରୋଇ ନର୍ସିଂହୋମ୍‌କୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ କାଳେ କିଛି ଅଘଟଣ ଘଟିବ ସେହି ଭୟରେ ସାଙ୍ଗରେ ଯାଇଥିବା ଲୋକମାନେ ପ୍ରମୋଦଙ୍କୁ ନର୍ସିଂ ହୋମ୍‌ ଆଗରେ ଛାଡ଼ି ଚାଲିଯାଇଥିଲେ। ପରେ ବୋଦାପଡ଼ା ଗ୍ରାମର କିଛି ଯୁବକ ପ୍ରମୋଦଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲୁଗାଁ ଗ୍ରାମର କାର୍ତ୍ତିକ ପରିଡ଼ା ନାମକ ଜଣେ ବ୍ୟକ୍ତି ୪୦ବର୍ଷ ହେଲା ବଜାରରେ ବେଆଇନ ଭାବେ ଗୁଲିଭାଟି କରି ବିକ୍ରିବଟା କରିଆସୁଛନ୍ତି। ବକେୟା ଟଙ୍କାକୁ କେନ୍ଦ୍ର କରି କାର୍ତ୍ତିକ ତାଙ୍କ ବାପାଙ୍କୁ ମାରିଥିବା ନେଇ ପୁଅ ବିଶ୍ୱଜିତ ପରିଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କାର୍ତ୍ତିକ ଓ ଅନ୍ୟ ୩ଜଣଙ୍କ ନାମରେ ମାମଲା (ନଂ.୫୧/୧୯) ରୁଜୁ କରିଥିଲା। ଏହାସହ ପୋଲିସ ସେତେବେଳେ ଗୁଲିଭାଟିରେ ତଦନ୍ତ କରିଥିବା ବେଳେ ସମସ୍ତେ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ଉକ୍ତ ଦୋକାନରେ ତାଲା ପଡ଼ିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସହ ପରିବାର ଲୋକେ ଫେରାର ଅଛନ୍ତି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଯାଉଥିବା ବେଳେ କାହାରିକୁ ଗିରଫ କରାଯାଇ ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

​ମା’ ସହ ଅବୈଧ ସମ୍ପର୍କ ସନ୍ଦେହ ହେଲା କାଳ, ଯୁବକଙ୍କୁ ସାଇକେଲ୍ କ୍ରାଙ୍କରେ ପିଟି ପିଟି ନିର୍ମମ ହତ୍ୟା

​ଝାରସୁଗୁଡା,୨୦ା୫(ଆଶିଷ ରଞ୍ଜନ ଦାଶ): ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଝାରସୁଗୁଡା ଜିଲାରେ ଏକ ଅଭାବନୀୟ ତଥା ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଯାଇଛି । ମା’ ଅନ୍ୟ ଜଣେ…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ…

ଯୌତୁକ  ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଲେ ମହିଳା: ମୃତଦେହ ଜବତ

ଦିଗପହଣ୍ଡି ,୧୯|୫(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣା ଙ୍କ ଝିଅ ଉଷାରାଣୀ ମହାରଣା…

୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri