Posted inଅପରାଧ

ବାଲୁଗାଁରେ ନାକରେ ଲୁହାରଡ୍‌ ପୂରାଇ ବ୍ୟକ୍ତିଙ୍କୁ ହତ୍ୟା ଘଟଣା: ୫୦ଦିନ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୧୬ା୬- ଗତ ୨୫ ଏପ୍ରିଲରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ନିଶା ସେବନ କରିଥିବା ଜଣେ ବ୍ୟକ୍ତିଙ୍କ ନାକରେ କେହି ଲୁହା ରଡ୍‌ ପୂରାଇଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୫୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଗିରଫ ହୋଇ ନ ଥିବାରୁ ସଦର ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ନ୍ୟାୟ ପାଇବା ନେଇ ସେମାନେ ଆଶା ଓ ଆଶଙ୍କାରେ ରହିଥିବା ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଘଟଣାଦିନ ମଧ୍ୟାହ୍ନ ୧୨ଟାରେ ସଦର ଥାନା ବାରବାଟୀ ଗ୍ରାମର ପ୍ରମୋଦ ପରିଡ଼ା ଗାଁ ଛକରେ ଠିଆ ହୋଇଥିଲେ। ଏହି ସମୟରେ ମଜୁରିଆପଲ୍ଲୀ ଗ୍ରାମର ପ୍ରଭାତ ନାମକ ଜଣେ ବ୍ୟକ୍ତି ତାଙ୍କୁ ନିଶା ସେବନ କରିବାକୁ ଡାକିଥିଲେ। ଉଭୟ ବାଲୁଗାଁ ବଜାରରେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଏକ ଦୋକାନକୁ ଯାଇଥିଲେ। ସେଠାରେ ଉଭୟ ଗୁଲି (ଅଫିମରୁ ତିଆରି ନିଶାଦ୍ରବ୍ୟ) ଖାଇଥିଲେ। କିଛି ସମୟ ପରେ କୌଣସି କାରଣକୁ ନେଇ ନିଶାସେବନ କରୁଥିବା ଅନ୍ୟ ଲୋକମାନଙ୍କ ସହିତ ପ୍ରମୋଦଙ୍କ ପାଟିତୁଣ୍ଡ ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏପରି ସମୟରେ କେହିଜଣେ ପ୍ରମୋଦଙ୍କ ନାକରେ ଏକ ଲୁହାରଡ୍‌ ପୂରାଇ ଦେଇଥିଲେ। ଲୁହା ରଡ୍‌ଟି ପ୍ରମୋଦଙ୍କ ନାକପଟେ ପଶି ଆଖିପଟେ ବାହାରି ଯାଇଥିଲା। ପରେ ନିଶାସେବନ କରିଥିବା ବ୍ୟକ୍ତିମାନେ ପ୍ରମୋଦଙ୍କୁ ଚିକିତ୍ସା ପାଇଁ ବାଲୁଗାଁରେ ଥିବା ଏକ ଘରୋଇ ନର୍ସିଂହୋମ୍‌କୁ ନେଇଥିଲେ। ସେଠାରେ ଡାକ୍ତର ନ ଥିବାରୁ କାଳେ କିଛି ଅଘଟଣ ଘଟିବ ସେହି ଭୟରେ ସାଙ୍ଗରେ ଯାଇଥିବା ଲୋକମାନେ ପ୍ରମୋଦଙ୍କୁ ନର୍ସିଂ ହୋମ୍‌ ଆଗରେ ଛାଡ଼ି ଚାଲିଯାଇଥିଲେ। ପରେ ବୋଦାପଡ଼ା ଗ୍ରାମର କିଛି ଯୁବକ ପ୍ରମୋଦଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲୁଗାଁ ଗ୍ରାମର କାର୍ତ୍ତିକ ପରିଡ଼ା ନାମକ ଜଣେ ବ୍ୟକ୍ତି ୪୦ବର୍ଷ ହେଲା ବଜାରରେ ବେଆଇନ ଭାବେ ଗୁଲିଭାଟି କରି ବିକ୍ରିବଟା କରିଆସୁଛନ୍ତି। ବକେୟା ଟଙ୍କାକୁ କେନ୍ଦ୍ର କରି କାର୍ତ୍ତିକ ତାଙ୍କ ବାପାଙ୍କୁ ମାରିଥିବା ନେଇ ପୁଅ ବିଶ୍ୱଜିତ ପରିଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କାର୍ତ୍ତିକ ଓ ଅନ୍ୟ ୩ଜଣଙ୍କ ନାମରେ ମାମଲା (ନଂ.୫୧/୧୯) ରୁଜୁ କରିଥିଲା। ଏହାସହ ପୋଲିସ ସେତେବେଳେ ଗୁଲିଭାଟିରେ ତଦନ୍ତ କରିଥିବା ବେଳେ ସମସ୍ତେ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ଉକ୍ତ ଦୋକାନରେ ତାଲା ପଡ଼ିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସହ ପରିବାର ଲୋକେ ଫେରାର ଅଛନ୍ତି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଯାଉଥିବା ବେଳେ କାହାରିକୁ ଗିରଫ କରାଯାଇ ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ...

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌...

ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri