ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ

ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି ଜମି କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଏହା ଯାତାୟାତ ଉପଯୋଗୀ ହେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନକୁ ସମସ୍ୟା ଜଣାଇଥିଲେ ମଧ୍ୟ ରାସ୍ତା ମରାମତି କିମ୍ବା ନୂତନ ଭାବେ ଏହା ନିର୍ମାଣ ହେଉ ନ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଞ୍ଚଳବାସୀଙ୍କ କହିବା ମୁତାବକ, ଅନୁଗୋଳ ସହରଠାରୁ ମାତ୍ର ୧୦ କିମି ଦୂରରେ ଥିବା ସେହି ରାସ୍ତା ଉପରେ ପାଖାପାଖି ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ହେଲେ ଥରେ ବର୍ଷା ହୋଇଗଲେ ଉକ୍ତ ରାସ୍ତାରେ ଯିବାଆସିବା କଷ୍ଟକର ହୋଇପଡେ। ଏହି ୪ କିମି ରାସ୍ତା ପାଇଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ବାଲିସାହିରେ ବାସ କରୁଥିବା ଲୋକେ ସହରକୁ ଆସିବା ପାଇଁ ହେଲେ ଚଣ୍ଡିଖମଣ ଦେଇ ଛେଳିଆପଡ଼ା ରାସ୍ତା ନଚେତ ଚଣ୍ଡିଖମଣ ଦେଇ କାଙ୍ଗୁଲା ରାସ୍ତାରେ ଅନୁଗୋଳ ଯିବାକୁ ବାଟ ରହିଛି। ସେହିପରି ମହୀଧରପୁର ଯିବାକୁ ହେଲେ ସୁରାବ ଦେଇ ଖଣ୍ଡହତା ରାସ୍ତାରେ ମୁଖ୍ୟ ରାସ୍ତାକୁ ବାହାରିଥାନ୍ତି। କିନ୍ତୁ ବାଟରେ ପଡୁଥିବା ଉକ୍ତ ୪ କିମି ରାସ୍ତା ପାଇଁ ସମସ୍ୟା ଉପୁଜୁଛି। ବାଲିସାହିରେ ୟୁପି ସ୍କୁଲ ଥିବାବେଳେ ବଲାସିଂହାଠାରେ ଉଚ୍ଚ ବିଦ୍ୟାଳୟ ରହିଛି। ବର୍ଷାଦିନେ ସ୍କୁଲକୁ ଯିବାକୁ ଛାତ୍ରୀଛାତ୍ରମାନେ ଅସୁବିଧାରେ ପଡୁଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବଲାସିଂହା ସରପଞ୍ଚ ଅଶୋକ ସାହୁଙ୍କୁ ପଚାରିବାରେ କହିଛନ୍ତି, ଉକ୍ତ ରାସ୍ତା ସମ୍ପର୍କରେ ସ୍ଥାନୀୟ ଲୋକେ ଅବଗତ କରିଛନ୍ତି। କିନ୍ତୁ ପଞ୍ଚାୟତରେ ଏତେ ପରିମାଣର ଟଙ୍କା ନ ଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲୁ। କିନ୍ତୁ ରାସ୍ତାଟି ୫ କିମିରୁ କମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇପାରି ନ ଥିଲା। ତେବେ ଆର୍‌ଡି ବିଭାଗ ପକ୍ଷରୁ ବଲାସିଂହା ଫୁଲପାଳ ଗାଁ ଦେଇ ଚଣ୍ଡିଖମଣକୁ ଏକ ରାସ୍ତା ଯିବ ବୋଲି ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି। ଏହା ମଞ୍ଜୁର ହେବା ପରେ ବାଲିସାହି ଲୋକଙ୍କ ସମସ୍ୟା ଦୂର ହେବ ବୋଲି ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

ଗେଟ୍‌କୁ ବି ଛାଡିଲେନି, ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଲେ, ଧରାପଡିବା ପରେ…

ଛତ୍ରପୁର, ୨୬।୬(ଦିଲ୍ଲୀପ ସାମଲ): ଏକ ଚୋରି ମାମଲାରେ ସାମଗ୍ରୀ ଜବତ ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ…

କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍‌ ବିଜେଡିରେ ମିଶିବା ପଛରେ ଅଛି…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର…

ଧର୍ମେନ୍ଦ୍ର ପ୍ରଧାନକୁ ଜନ୍ମଦିନ ଉପହାର ପଠାଇଲେ ଅଭିଜିତ୍ ଦୀପକେ, ପ୍ଲିଜ ଆପଣ…

ନୂଆଦିଲ୍ଲୀ, ୨୬।୬: ‘କକ୍ରୋଚ୍ ଜନତା ପାର୍ଟି’ ଲଗାତାର ଷଷ୍ଠ ଦିନ ପାଇଁ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ପ୍ରତିବାଦ ଜାରି ରଖିଛି । CJP ପ୍ରତିଷ୍ଠାତା ଅଭିଜିତ୍…

ପାପ କରିନ୍ତି ଧର୍ମେନ୍ଦ୍ର ପ୍ରଧାନ, ଇସ୍ତଫା ଦିଅନ୍ତୁ: ଖେରା

ଭୁବନେଶ୍ୱର,୨୬।୬(ରବିନାରାୟଣ ଜେନା):ସାଧାରଣ ପରୀକ୍ଷା କିଭଳି କରାଯାଏ ତାହା ଜଣା ନ ଥିବା ଲୋକ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଜ୍ଞାନ ବାଣ୍ଟୁଛନ୍ତି। ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ…

ମୁହଁ ଖୋଲିଲେ ସିୟା ଅଗ୍ରଓ୍ବାଲ୍‌ଙ୍କ ପିତା: ଯଦି ମୋ ଝିଅ କେତନଙ୍କୁ ମାରିଛି ତେବେ…

ପୁଣେ,୨୬।୬: ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରେମିକା ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ…

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ,ଝଡବର୍ଷା ସମ୍ଭାବନା : ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୬ା୬(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଅପରପକ୍ଷେ ଉପକୂଳ ଓଡ଼ିଶାର କିଛି ଜିଲାରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri