ବାଲିଯାତ୍ରାରେ ସାହିତ୍ୟ, ସଂସ୍କୃତି, ବିଜ୍ଞାନକୁ ନେଇ ଚର୍ଚ୍ଚା

କଟକ ଅଫିସ, ୧୯ା୧୧: ଐତିହାସିକ ବାଲିଯାତ୍ରାର ସୋମବାର ଥିଲା ସପ୍ତମ ଦିବସ। ବାଲିଯାତ୍ରା ସରି ଆସୁଥିବାବେଳେ ଲୋକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ ବାଲିଯାତ୍ରାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଲୋକମାନେ ଚଟ୍‌ପଟି ଖାଦ୍ୟ ଖାଇବା ସାଙ୍ଗକୁ ବିଭିନ୍ନ ଜିନିଷ କିଣାକିଣି କରିଥିଲେ। ସୋମବାର ସନ୍ଧ୍ୟାରେ ଚଳିତବର୍ଷ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ମୋ କଟକ ପାଭିଲିୟନ ସଭାଗୃହରେ ସୋମବାର ସାହିତ୍ୟ-ବିଜ୍ଞାନ, ସଂସ୍କୃତିକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଉଦ୍‌ଘାଟନ କରି କବିତା ‘ମହଲତ’, ‘ଅଳି, ଅଝଟ, ଦୁଷ୍ଟାମୀ’ ପାଠ କରିବା ସହିତ ବିଜ୍ଞାନର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ସାହିତି୍ୟକ ବାବାଜୀ ଚରଣ ପଟ୍ଟନାୟକ, ପ୍ରଫେସର ନଟବର ଶତପଥୀ, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଓ ବିଶିଷ୍ଟ ବିଜ୍ଞାନ ଲେଖକ ଡ. ପ୍ରମୋଦ ମହାପାତ୍ର ଉପସ୍ଥିତ ଥିଲେ। ବିଜ୍ଞାନର ନୂତନ ଆବିଷ୍କାର ସମ୍ପର୍କରେ ସୂଚନା ଦେବା ସହିତ ସମସ୍ତେ ବିଜ୍ଞାନ ମନଷ୍କ ହେବାର ଆବଶ୍ୟକତା ରହିଛି ବୋଲି ଡ. ମହାପାତ୍ର କହିଥିଲେ। ସାଧାରଣ ଲୋକ ବିଜ୍ଞାନ ତଥ୍ୟ ସମ୍ପର୍କରେ ସଚେତନ ହୋଇପାରିଲେ ଜୀବନ ସୁଖମୟ ଓ ରୋଗମୁକ୍ତ ହୋଇପାରିବ ବୋଲି ଅନ୍ୟତମ ବକ୍ତା ଅନସୂୟା ମିଶ୍ର କହିଥିଲେ। ସାହିତି୍ୟକ ବିଜୟ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ। ଡ. ବସନ୍ତ କୁମାରୀ ନନ୍ଦ ଓ ବିଜୟ କୁମାର ନାଥ କବିତା ସଂଯୋଜନା କରିଥିଲେ। ପ୍ରଫେସର ସଞ୍ଜୟ ଶତପଥୀ, ଦେବରାଜ ମିଶ୍ର, ସୁଲୋଚନା ଦାଶ, ଅଙ୍କିତା ରାଉତ, ଶରତ ଚନ୍ଦ୍ର ମହାନ୍ତି, ସରିତା ଦାସ, ସରୋଜିନୀ ରାଉତରାୟ ପ୍ରମୁଖ କବିତା ପାଠ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri