Posted inଖେଳ

ବାର୍ଟିଙ୍କୁ ହରାଇଲେ ଆଲିସନ

ଲଣ୍ଡନ,୯ା୭-ଆମେରିକାର ଷ୍ଟାର ଖେଳାଳି ସେରେନା ଓ୍ବିଲିୟମ୍ସ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୭ଥର ଚାମ୍ପିୟନ ତଥା ୧୧ତମ ସିଡ୍‌ ସେରେନା ଏକ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସ୍ପେନର କାର୍ଲା ସୁଆରେଜ ନାଭାରୋଙ୍କୁ ୬-୨, ୬-୨ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। କ୍ୱାର୍ଟର ଫାଇନାଲରେ ସେ ନିଜ ଦେଶର ଆଲିସନ ରିସ୍କେଙ୍କୁ ଭେଟିବେ। ବିଶ୍ୱର ୫୫ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆଲିସନ ତାଙ୍କ ଚତୁର୍ଥ ରାଉଣ୍ଡ ମ୍ୟାଚରେ ବିଶ୍ୱର ନମ୍ବର ଓ୍ବାନ୍‌ ତଥା ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ୩-୬, ୬-୨, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଏହି ମ୍ୟାଚ ୧ ଘଣ୍ଟା ୩୬ ମିନିଟ ଧରି ଚାଲିଥିଲା। ଆଲିସନ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲ ଖେଳିବେ। ସୂଚନାଯୋଗ୍ୟ, ୨୩ ବର୍ଷୀୟ ବାର୍ଟି ଟୁର୍ନାମେଣ୍ଟରେ ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ କରି ନ ଥିଲେ। ୟୁକ୍ରେନର ତଥା ୮ମ ସିଡ୍‌ ଏଲିନା ସ୍ବିତୋଲିନା ତାଙ୍କ ଚତୁର୍ଥ ରାଉଣ୍ଡ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ପେତ୍ରା ମାର୍ଟିକଙ୍କୁ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେ କାରୋଲିନା ମୁଚୋଭା ଏବଂ କାରୋଲନା ପ୍ଲିସକୋଭାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ।
ନାଡାଲ ବିଜୟୀ
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ରାଫଲ ନାଡାଲ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଏକ ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସେ ପର୍ତ୍ତୁଗାଲର ଜୋଆଓ ସୋସାଙ୍କୁ ୬-୨, ୬-୨, ୬-୨ ସେଟରେ ପରାସ୍ତ କରିଛନ୍ତି। ୧୮ଟି ଗ୍ରାଣ୍ଡସ୍ଲାମ ବିଜେତା କ୍ୱାର୍ଟରଫାଇନାଲରେ ଆମେରିକର ସାମ କ୍ୱେରି କିମ୍ବା ଟେନିସ ସ୍ୟାଣ୍ଡଗ୍ରେନ୍‌ଙ୍କୁ ଭେଟିବେ।
ଶରନ-ଡିମୋଲିନର ହାରିଲେ
ଭାରତର ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡିମୋଲିନର ଓ୍ବିମ୍ବେଲଡନ ଓପନ ଟେନିସ ପୁରୁଷ ଡବଲ୍ସ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଛନ୍ତି। ସୋମବାର ସେମାନେ ଟପ୍‌ ସିଡ୍‌ ଲୁକାଜ କୁବଟ ଓ ମାର୍ସିଲୋ ମେଲୋଙ୍କଠାରୁ ୫-୭, ୭-୬ (୮), ୬-୭(୮), ୩-୬ ସେଟ୍‌ରେ ହାରିଯାଇଛନ୍ତି। ଏହି ମ୍ୟାଚ ୩ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ରେ ଶରନ ଭାରତର ଶେଷ ଆଶା ଥିଲେ। ଏହି ଖେଳାଳି ଗତବର୍ଷ ଏଠାରେ କ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇ ପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri