ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି ସକାଳ ୫ଟା ୩୦ରେ ବାରିପଦା ଛାଡ଼ିଥିବା ବେଳେ ସେଥିରେ ୧୧ ଜଣ, ୧୦ଟା୪୫ରେ ଯାଇଥିବା ଦ୍ୱିତୀୟ ବସ୍‌ରେ ୮ ଜଣ ଓ ଅପରାହ୍ନ ୧ଟାରେ ଯାଇଥିବା ତୃତୀୟ ବସ୍‌ରେ ୭ ଜଣ ଏହିପରି ମୋଟ ୨୬ ଜଣ ଭୁବନେଶ୍ୱରକୁ ଯାଇଛନ୍ତି। ବସ୍‌ଷ୍ଟାଣ୍ଡରେ ବସ୍‌କୁ ସାନିଜଟାଇଜ କରାଯାଇ ଚଳାଚଳ କରାଯାଇଥିଲା। ସେହିଭଳି ଯାତ୍ରୀମାନଙ୍କ ହାତକୁ ସାନିଟାଇଜ କରାଯାଇଥିବା ବେଳେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ଜିଲାକୁ ଅନ୍ୟ କୌଣସି ଜିଲାରୁ ବସ୍‌ ଆସି ନ ଥିବା ବେଳେ ଭୁବନେଶ୍ୱର ବ୍ୟତୀତ ଅନ୍ୟ କେଉଁଠିକି ବସ୍‌ ଯାଇ ନ ଥିବା ମୟୂରଭଞ୍ଜ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନିଲ କୁମାର ଦାଶ ସୂଚନା ଦେଇଛନ୍ତି। ଆସନ୍ତା ୧ ତାରିଖଠାରୁ ବସ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୨ ତାରିଖଠାରୁ ବସ୍‌ ଚଳାଚଳ ବନ୍ଦ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?