Posted inଖେଳ

ବାରବାଟୀ ଦିନିକିଆ ଆଉ ୨୧ ଦିନ ବରୁଣ-ଉମେଶଙ୍କ ସ୍ମରଣୀୟ ଭାଗୀଦାରି

କଟକ ଅଫିସ,୦୧।୧୧-
ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୨୧୧ରନ କରିଥିଲା। ବିଜୟଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୭ତମ ଓଭର ପ୍ରଥମ ବଲ୍‌ରେ ୯ମ ଉଇକେଟ ହରାଇଥିଲା। ଭାରତର ଦଳୀୟ ସ୍କୋର ଥିଲା ୨୦୧ରନ। ଅନ୍ତିମ ଯୋଡ଼ିରେ ଥାନ୍ତି ଦୁଇ ଦ୍ରୁତ ବୋଲର ବରୁଣ ଆରୋନ ଓ ଉମେଶ ଯାଦବ। ଭାରତ ନିମନ୍ତେ ବିଜୟ ଆଶା କ୍ଷୀଣ ହୋଇ ସାରିଥାଏ। ୪୯ତମ ଓଭରରେ ବୋଲିଂଭାର ପାଇଥିଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡାରେନ୍‌ ସାମି। ପ୍ରଥମ ବଲରେ ଉମେଶ ସିଙ୍ଗିଲ ନେବା ପରେ ଦ୍ୱିତୀୟ ବଲରେ ବରୁଣ ସ୍କୋୟାର ଲେଗରେ ଏକ ଚୌକା ମାରିଥିଲେ। ୩ୟ ବଲରେ ବରୁଣ ପଏଣ୍ଟ ଅଞ୍ଚଳକୁ ଏକ ଶଟ୍‌ ମାରିଥିଲେ। ଏଥିରେ ଦୁଇ ରନ ନେବା ସହଜ ଥିଲେ ମଧ୍ୟ ଗୋଟିଏ ରନ ନେବା ପରେ ଉମେଶ ଅଧାରୁ ବରୁଣଙ୍କୁ ଅଟକାଇ ଦେଇଥିଲେ। ଯାହା ଉପସ୍ଥିତ ଦର୍ଶକ ଓ ଉଭୟ ଦଳର ଖେଳାଳିଙ୍କୁ ଚକିତ କରିଥିଲା। ୪ର୍ଥ ବଲ ଡଟ୍‌ ହୋଇଥିଲା। ୫ମ ବଲରେ ବରୁଣ ମ୍ୟାଚ୍‌ ବିଜୟୀ ଚୌକା ମାରିଥିଲେ। ଗୋଟିଏ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିବା ଭାରତର ଏହି ସ୍ମରଣୀୟ ମ୍ୟାଚ୍‌ ୨୦୧୧ ମସିହା ନଭେମ୍ବର ୨୯ରେ ବାରବାଟୀରେ ଖେଳାଯାଇଥିଲା। ବାରବାଟୀ ସ୍ମୃତିରେ ବରୁଣ-ଉମେଶଙ୍କ ଏହି ମ୍ୟାଚ୍‌ ବିଜୟୀ ଭାଗିଦାରୀ ସବୁବେଳେ ସତେଜ ହୋଇ ରହିଛି। ଉକ୍ତ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୨୧୧ରନ କରିଥିବା ବେଳେ ଡାରେନ ବ୍ରାଭୋ ସର୍ବାଧିକ ୬୦ରନ କରିଥିଲେ। ଭାରତ ପକ୍ଷରୁ ଉମେଶ ଓ ବରୁଣ ୨ଟି ଲେଖାଏ ଉଇକେଟ ଦଖଲ କରିଥିଲେ। ଭାରତ ପକ୍ଷରୁ ବ୍ୟାଟିଂରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମା(୭୨)ରନ ଏହି ମ୍ୟାଚ୍‌ରେ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?