ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ ଆଇନଗତ ଲଢ଼େଇ ହୋଇପାରେ। ଦୁର୍ନୀତି-ବିରୋଧୀ ଧର୍ମଯୁଦ୍ଧ ପାଇଁ ଜଣାଶୁଣା ସ୍ବାମୀ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଅବସର ନେବାକୁ ଆହୁରି ୧୦ ବର୍ଷ ବାକି ଅଛି। ସରକାର ତାଙ୍କୁ ବହିଷ୍କାର ସମ୍ପର୍କରେ ଆଗରୁ ନୋଟିସ୍‌ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ସ୍ବାମୀ ପୂର୍ବରୁ କେନ୍ଦ୍ର ସରକାରରେ ନାରିକେଳ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିଲେ। କେନ୍ଦ୍ର ସରକାର ତାଙ୍କୁ ନିଜ ରାଜ୍ୟ କ୍ୟାଡର କେରଳକୁ ପଠାଇଦେବା ବିରୋଧରେ ସେ ଆଇନଗତ ଲଢ଼େଇ ଲଢ଼ୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଦେଇଛନ୍ତି। ରାଜ୍ୟ ହାଇକୋର୍ଟ ସ୍ବାମୀଙ୍କୁ ନାରିକେଳ ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ ନିଜ ରାଜ୍ୟ କ୍ୟାଡରକୁ ପଠାଇଦେବା ବା ପ୍ରତ୍ୟାବାସନ (ରିପାଟ୍ରିଏଶନ) ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ସ୍ବାମୀ ଚାକିରିରୁ ପ୍ରତ୍ୟାବାସନର ତିନିମାସ ପର୍ଯ୍ୟନ୍ତ ନିଜ ରାଜ୍ୟକୁ ଫେରି ନ ଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଇଥିଲେ। ତେଣୁ ବିନା ଅନୁମତିରେ ଅନୁପସ୍ଥିତ ରହିଥିବାରୁ ଏବଂ ନାରିକେଳ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ପୂରିବା ପରେ ସେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ସେ ବିଷୟରେ ସରକାରଙ୍କୁ ଜଣାଇ ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। କିନ୍ତୁ ଏହି ଅଭିଯୋଗକୁ ସ୍ବାମୀ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ବାବୁଙ୍କ କେନ୍ଦ୍ରୀୟ ତାଲିମ
ମୋଦି ସରକାର ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ସହକାରୀ ସଚିବ ଭାବେ ୧୬୯ ଜଣ ନୂତନ ଆଇଏଏସ୍‌ ଅଫିସରଙ୍କୁ ଜୁଲାଇରୁ ତିନିମାସ ପର୍ଯ୍ୟନ୍ତ ନିଯୁକ୍ତି ଦେଇଛନ୍ତି। ନୂତନ ଆଇଏଏସ୍‌ ଅଫିସରମାନଙ୍କୁ ପ୍ରଥମେ କେନ୍ଦ୍ରରେ କିଛିଦିନ ରଖି ତାଲିମ ଦେବା ଲାଗି କେନ୍ଦ୍ର ସରକାର ଗତବର୍ଷ ନେଇଥିବା ଅଭିନବ ପଦକ୍ଷେପର ଏହା ଅଂଶବିଶେଷ। ଏହି ନୂତନ ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବାବୁମାନଙ୍କୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ କାର୍ଯ୍ୟ କରିବାର ଅନୁଭୂତି ପ୍ରଦାନ କରିବା। ଏହି ଅଫିସରମାନେ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ମସୌରୀଠାରେ ସେମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶେଷ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରେ ଉକ୍ତ ତିନିମାସିଆ ତାଲିମ ଶେଷ କରିବା ପରେ ସେମାନେ ନିଜ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିବେ। ପୂର୍ବରୁ ନୂତନ ଅଫିସରମାନେ ସେମାନଙ୍କ କ୍ୟାଡର ରାଜ୍ୟରେ କ୍ୟାରିୟର ଆରମ୍ଭ କରୁଥିଲେ। ପ୍ରଶାସନିକ ଚାକିରିର ନିୟମ ଅନୁସାରେ ନିଜ ରାଜ୍ୟ କ୍ୟାଡରରେ ନଅବର୍ଷର ଚାକିରି ଶେଷ କରିବା ପରେ ବାବୁମାନେ କେନ୍ଦ୍ରୀୟ ଡେପୁଟେଶନ ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ। ପ୍ରାପ୍ତ ସୂତ୍ର ଅନୁସାରେ ନୂତନ କରି ଗଢ଼ାଯାଇଥିବା ସହକାରୀ ସଚିବ ହେଉଛି ଏପରି ପଦବୀ ଯେଉଁଥିରେ ଏହି ନୂତନ ବାବୁମାନେ କେନ୍ଦ୍ରୀୟ ସଚିବାଳୟ ସେବାରେ ବରିଷ୍ଠ ଆଇଏଏସ୍‌ ବାବୁମାନଙ୍କ ସହ କାର୍ଯ୍ୟ କରିବା ବେଳେ ବରିଷ୍ଠ ବାବୁମାନଙ୍କର ଅହଂକାର ବ୍ୟାହତ ହେବନାହିଁ।
ପାର୍ଶ୍ୱପ୍ରବେଶରେ ସଂରକ୍ଷଣକୁ ଉପେକ୍ଷା
ଅମଲାତନ୍ତ୍ରରେ ଘରୋଇ କ୍ଷେତ୍ରରୁ ମେଧାବୀମାନଙ୍କୁ ଆଣି ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାରଙ୍କ ନୀତି ହେଉଛି ସରକାରଙ୍କ ବହୁ-ପ୍ରତ୍ୟାଶିତ ପ୍ରଶାସନିକ ସଂସ୍କାରର ଏକ ଅଂଶ। କିନ୍ତୁ ଏହାକୁ ଦଳିତ ଆଇଏଏସ୍‌ ଅଫିସରମାନେ ସମାଲୋଚନା କରିବାର ଦେଖାଯାଉଛି କାରଣ ସରକାର ଏଥିରେ ସଂରକ୍ଷଣ ନିୟମକୁ ମାନୁନାହାନ୍ତି। ଏହା ପୂର୍ବରୁ ଗତ ଏପ୍ରିଲମାସରେ ସରକାର ନଅଜଣ ଅଣ-ଆଇଏଏସ୍‌ ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ହେଲେ ସଂରକ୍ଷିତ ବର୍ଗର ବ୍ୟକ୍ତି ନାହାନ୍ତି। ତେବେ ଅନେକ ହିସାବନିକାଶ କରିବା ପରେ ସରକାର ଏହି ପାର୍ଶ୍ୱପ୍ରବେଶ ବ୍ୟବସ୍ଥା ଲାଗୁ କରିଛନ୍ତି। ଏବେ ଜଣାପଡ଼ୁଛି ଯେ, କେନ୍ଦ୍ର ସରକାର ଅତ୍ୟନ୍ତ ଚତୁରତାର ସହ ପାର୍ଶ୍ୱପ୍ରବେଶ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରଭୃତିଙ୍କ ଲାଗି ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ଏଡ଼ାଇଯାଇଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ପାର୍ଶ୍ୱପ୍ରବେଶ ବ୍ୟବସ୍ଥାରେ ସଂରକ୍ଷଣ ନୀତି ଲାଗୁ ହୋଇପାରିବ ନାହିଁ। କାରଣ ଏଥିରେ କେବଳ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନିକ ସଂସ୍କାରର ପ୍ରମୁଖ ଅଂଶବିଶେଷ। ନିଜର କ୍ଷେତ୍ରାଧିକାରକୁ ସୁରକ୍ଷିତ କରିବା ଲାଗି ବାବୁମାନେ ପାର୍ଶ୍ୱପ୍ରବେଶକୁ ବିରୋଧ କରି ଆସୁଥିବା ବେଳେ ସରକାର ତାହାକୁ ଉପେକ୍ଷା କରି ଏହାକୁ କାର୍ଯ୍ୟକାରୀ କରିଚାଲିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri