ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ ଆଇନଗତ ଲଢ଼େଇ ହୋଇପାରେ। ଦୁର୍ନୀତି-ବିରୋଧୀ ଧର୍ମଯୁଦ୍ଧ ପାଇଁ ଜଣାଶୁଣା ସ୍ବାମୀ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଅବସର ନେବାକୁ ଆହୁରି ୧୦ ବର୍ଷ ବାକି ଅଛି। ସରକାର ତାଙ୍କୁ ବହିଷ୍କାର ସମ୍ପର୍କରେ ଆଗରୁ ନୋଟିସ୍‌ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ସ୍ବାମୀ ପୂର୍ବରୁ କେନ୍ଦ୍ର ସରକାରରେ ନାରିକେଳ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିଲେ। କେନ୍ଦ୍ର ସରକାର ତାଙ୍କୁ ନିଜ ରାଜ୍ୟ କ୍ୟାଡର କେରଳକୁ ପଠାଇଦେବା ବିରୋଧରେ ସେ ଆଇନଗତ ଲଢ଼େଇ ଲଢ଼ୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଦେଇଛନ୍ତି। ରାଜ୍ୟ ହାଇକୋର୍ଟ ସ୍ବାମୀଙ୍କୁ ନାରିକେଳ ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ ନିଜ ରାଜ୍ୟ କ୍ୟାଡରକୁ ପଠାଇଦେବା ବା ପ୍ରତ୍ୟାବାସନ (ରିପାଟ୍ରିଏଶନ) ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ସ୍ବାମୀ ଚାକିରିରୁ ପ୍ରତ୍ୟାବାସନର ତିନିମାସ ପର୍ଯ୍ୟନ୍ତ ନିଜ ରାଜ୍ୟକୁ ଫେରି ନ ଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଇଥିଲେ। ତେଣୁ ବିନା ଅନୁମତିରେ ଅନୁପସ୍ଥିତ ରହିଥିବାରୁ ଏବଂ ନାରିକେଳ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ପୂରିବା ପରେ ସେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ସେ ବିଷୟରେ ସରକାରଙ୍କୁ ଜଣାଇ ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। କିନ୍ତୁ ଏହି ଅଭିଯୋଗକୁ ସ୍ବାମୀ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ବାବୁଙ୍କ କେନ୍ଦ୍ରୀୟ ତାଲିମ
ମୋଦି ସରକାର ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ସହକାରୀ ସଚିବ ଭାବେ ୧୬୯ ଜଣ ନୂତନ ଆଇଏଏସ୍‌ ଅଫିସରଙ୍କୁ ଜୁଲାଇରୁ ତିନିମାସ ପର୍ଯ୍ୟନ୍ତ ନିଯୁକ୍ତି ଦେଇଛନ୍ତି। ନୂତନ ଆଇଏଏସ୍‌ ଅଫିସରମାନଙ୍କୁ ପ୍ରଥମେ କେନ୍ଦ୍ରରେ କିଛିଦିନ ରଖି ତାଲିମ ଦେବା ଲାଗି କେନ୍ଦ୍ର ସରକାର ଗତବର୍ଷ ନେଇଥିବା ଅଭିନବ ପଦକ୍ଷେପର ଏହା ଅଂଶବିଶେଷ। ଏହି ନୂତନ ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବାବୁମାନଙ୍କୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ କାର୍ଯ୍ୟ କରିବାର ଅନୁଭୂତି ପ୍ରଦାନ କରିବା। ଏହି ଅଫିସରମାନେ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ମସୌରୀଠାରେ ସେମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶେଷ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରେ ଉକ୍ତ ତିନିମାସିଆ ତାଲିମ ଶେଷ କରିବା ପରେ ସେମାନେ ନିଜ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିବେ। ପୂର୍ବରୁ ନୂତନ ଅଫିସରମାନେ ସେମାନଙ୍କ କ୍ୟାଡର ରାଜ୍ୟରେ କ୍ୟାରିୟର ଆରମ୍ଭ କରୁଥିଲେ। ପ୍ରଶାସନିକ ଚାକିରିର ନିୟମ ଅନୁସାରେ ନିଜ ରାଜ୍ୟ କ୍ୟାଡରରେ ନଅବର୍ଷର ଚାକିରି ଶେଷ କରିବା ପରେ ବାବୁମାନେ କେନ୍ଦ୍ରୀୟ ଡେପୁଟେଶନ ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ। ପ୍ରାପ୍ତ ସୂତ୍ର ଅନୁସାରେ ନୂତନ କରି ଗଢ଼ାଯାଇଥିବା ସହକାରୀ ସଚିବ ହେଉଛି ଏପରି ପଦବୀ ଯେଉଁଥିରେ ଏହି ନୂତନ ବାବୁମାନେ କେନ୍ଦ୍ରୀୟ ସଚିବାଳୟ ସେବାରେ ବରିଷ୍ଠ ଆଇଏଏସ୍‌ ବାବୁମାନଙ୍କ ସହ କାର୍ଯ୍ୟ କରିବା ବେଳେ ବରିଷ୍ଠ ବାବୁମାନଙ୍କର ଅହଂକାର ବ୍ୟାହତ ହେବନାହିଁ।
ପାର୍ଶ୍ୱପ୍ରବେଶରେ ସଂରକ୍ଷଣକୁ ଉପେକ୍ଷା
ଅମଲାତନ୍ତ୍ରରେ ଘରୋଇ କ୍ଷେତ୍ରରୁ ମେଧାବୀମାନଙ୍କୁ ଆଣି ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାରଙ୍କ ନୀତି ହେଉଛି ସରକାରଙ୍କ ବହୁ-ପ୍ରତ୍ୟାଶିତ ପ୍ରଶାସନିକ ସଂସ୍କାରର ଏକ ଅଂଶ। କିନ୍ତୁ ଏହାକୁ ଦଳିତ ଆଇଏଏସ୍‌ ଅଫିସରମାନେ ସମାଲୋଚନା କରିବାର ଦେଖାଯାଉଛି କାରଣ ସରକାର ଏଥିରେ ସଂରକ୍ଷଣ ନିୟମକୁ ମାନୁନାହାନ୍ତି। ଏହା ପୂର୍ବରୁ ଗତ ଏପ୍ରିଲମାସରେ ସରକାର ନଅଜଣ ଅଣ-ଆଇଏଏସ୍‌ ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ହେଲେ ସଂରକ୍ଷିତ ବର୍ଗର ବ୍ୟକ୍ତି ନାହାନ୍ତି। ତେବେ ଅନେକ ହିସାବନିକାଶ କରିବା ପରେ ସରକାର ଏହି ପାର୍ଶ୍ୱପ୍ରବେଶ ବ୍ୟବସ୍ଥା ଲାଗୁ କରିଛନ୍ତି। ଏବେ ଜଣାପଡ଼ୁଛି ଯେ, କେନ୍ଦ୍ର ସରକାର ଅତ୍ୟନ୍ତ ଚତୁରତାର ସହ ପାର୍ଶ୍ୱପ୍ରବେଶ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରଭୃତିଙ୍କ ଲାଗି ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ଏଡ଼ାଇଯାଇଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ପାର୍ଶ୍ୱପ୍ରବେଶ ବ୍ୟବସ୍ଥାରେ ସଂରକ୍ଷଣ ନୀତି ଲାଗୁ ହୋଇପାରିବ ନାହିଁ। କାରଣ ଏଥିରେ କେବଳ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନିକ ସଂସ୍କାରର ପ୍ରମୁଖ ଅଂଶବିଶେଷ। ନିଜର କ୍ଷେତ୍ରାଧିକାରକୁ ସୁରକ୍ଷିତ କରିବା ଲାଗି ବାବୁମାନେ ପାର୍ଶ୍ୱପ୍ରବେଶକୁ ବିରୋଧ କରି ଆସୁଥିବା ବେଳେ ସରକାର ତାହାକୁ ଉପେକ୍ଷା କରି ଏହାକୁ କାର୍ଯ୍ୟକାରୀ କରିଚାଲିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?