ବାପାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୁଅ

ରଣପୁର, ୭।୬(ସ୍ବ.ପ୍ର.) : ପୁଅକୁ ବିବାହ କରାଇ ଘରକୁ ବୋହୂ ଆଣିଥିଲେ। ସେହି ପରିବାର ସହିତ ଜନ୍ମ ଜନ୍ମକୁ ବନ୍ଧୁ ବି ବାନ୍ଧିଥିଲେ । ହେଲେ ବାହାଘରର କିଛି ମାସ ପରେ ପୁଅବୋହୂଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏ ନେଇ ବିଭିନ୍ନ ସମୟରେ ଥାନାଠାରୁ ଆରମ୍ଭକରି ଭଦ୍ରଲୋକଙ୍କ ମାଧ୍ୟମରେ ଆପୋସ ସମାଧାନ ପାଇଁ ଯୋଜନା ଚାଲୁଥିଲା ବେଳେ ଚକ୍ରାନ୍ତ କରି ବୋହୂର ବାପଘର ଲୋକମାନେ ମୀମାଂସା କରିବାକୁ ଡାକି ସଂଘବଦ୍ଧ ଆକ୍ରମଣ କଲେ ପୁଅର ବାପାଙ୍କୁ। ସେହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଲା। ପୋଲିସ ଏହି ଘଟଣାରେ ମାତ୍ର ୨ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ। ବାପାଙ୍କ ହତ୍ୟାକୁ ୫ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନ ଥିବାରୁ ଖୋର୍ଦ୍ଧା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୁଅ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ନୟାଗଡ ଜିଲା ରଣପୁର ଥାନା ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗ୍ରାମର ରଙ୍କନାଥ ସ୍ବାଇଁ(୫୮)।
ରଙ୍କନାଥଙ୍କ ପୁଅ ହେମନ୍ତ ସ୍ବାଇଁ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ସିକୋ ଗ୍ରାମର ଦାଶରଥି ସାହୁଙ୍କ ଝିଅ ନମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘରର କିଛି ମାସ ଠିକ୍‌ ଠାକ୍‌ ଚାଲିଥିଲା ବେଳେ ପରେ ଦମ୍ପତିଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା। ପ୍ରାୟ ସବୁ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହେ । ଏ ନେଇ ନମିତା ଅଧିକାଂଶ ସମୟ ବାପଘର ସିକୋ ଗ୍ରାମରେ ରୁହନ୍ତି। ବିଭିନ୍ନ ସମୟରେ ଏହି ଦୁଇ ପରିବାର ମଧ୍ୟରେ ଆପୋସ ସମାଧାନ ପାଇଁ ଥାନାଠାରୁ ଆରମ୍ଭକରି ଭଦ୍ରଲୋକଙ୍କ ମାଧ୍ୟମରେ ଚେଷ୍ଟା ଚାଲୁ ରହିଥାଏ । ଝିଅ ବାପା ଦାଶରଥି ନିଜ ଶ୍ୱଶୁର ଘର ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଉଦିଗିରି ଗ୍ରାମରେ ଭଦ୍ରଲୋକଙ୍କ ମାଧ୍ୟମରେ ଆପୋସ ସମାଧାନ କରିବା ପାଇଁ ପୁଅର ବାପା ରଙ୍କନାଥଙ୍କୁ ଡକାଇଥିଲେ। ଗତ ଜାନୁୟାରୀ ୯ ତାରିଖରେ ଉଭୟଙ୍କ ଭଦ୍ରଲୋକଙ୍କ ଉପସ୍ଥିତିରେ ଉଦିଗିରି ଗ୍ରାମର ଭାସ୍କର ପାତ୍ରଙ୍କ ଘରେ ଆଲୋଚନା ପାଇଁ ବୈଠକ ବସିଥିଲା । ଏହି ବୈଠକରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ପରେ ସଂଘବଦ୍ଧ ଭାବେ ଦାଶରଥି, ହାପି ପାତ୍ର, ରାଉଳ ଜେନା, ଭାସ୍କର ପାତ୍ର, ପ୍ରଶାନ୍ତ ପାତ୍ର ମିଳିତ ଭାବେ ରଙ୍କନାଥଙ୍କୁ ତଳେ ପକାଇ ମାଡ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରୁ ଉଦ୍ଧାର କରି ପରିବାର ଲୋକମାନେ ରଙ୍କନାଥଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍‌ସ୍‌କୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଟାଙ୍ଗୀ ଥାନାରେ ଗତ ଜାନୁୟାରୀ ୯ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା। ତା’ପରଦିନ ଅର୍ଥାତ ୧୦ତାରିଖରେ ପରିବାର ଲୋକମାନେ ଥାନା ଆଗରେ ମୃତଦେହ ରଖି ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଧାରଣା ଦେଇଥିଲେ। ପୋଲିସ ୭/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ଦାଶରଥି ଓ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ବେଳେ ଅନ୍ୟମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ନ ଥିବାରୁ ମୃତ ରଙ୍କନାଥଙ୍କ ପୁଅ ହେମନ୍ତ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri