ବାପାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୁଅ

ରଣପୁର, ୭।୬(ସ୍ବ.ପ୍ର.) : ପୁଅକୁ ବିବାହ କରାଇ ଘରକୁ ବୋହୂ ଆଣିଥିଲେ। ସେହି ପରିବାର ସହିତ ଜନ୍ମ ଜନ୍ମକୁ ବନ୍ଧୁ ବି ବାନ୍ଧିଥିଲେ । ହେଲେ ବାହାଘରର କିଛି ମାସ ପରେ ପୁଅବୋହୂଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏ ନେଇ ବିଭିନ୍ନ ସମୟରେ ଥାନାଠାରୁ ଆରମ୍ଭକରି ଭଦ୍ରଲୋକଙ୍କ ମାଧ୍ୟମରେ ଆପୋସ ସମାଧାନ ପାଇଁ ଯୋଜନା ଚାଲୁଥିଲା ବେଳେ ଚକ୍ରାନ୍ତ କରି ବୋହୂର ବାପଘର ଲୋକମାନେ ମୀମାଂସା କରିବାକୁ ଡାକି ସଂଘବଦ୍ଧ ଆକ୍ରମଣ କଲେ ପୁଅର ବାପାଙ୍କୁ। ସେହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଲା। ପୋଲିସ ଏହି ଘଟଣାରେ ମାତ୍ର ୨ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ। ବାପାଙ୍କ ହତ୍ୟାକୁ ୫ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନ ଥିବାରୁ ଖୋର୍ଦ୍ଧା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୁଅ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ନୟାଗଡ ଜିଲା ରଣପୁର ଥାନା ଗୋପାଳପୁର ପଞ୍ଚାୟତ କୃଷ୍ଣପୁର ଗ୍ରାମର ରଙ୍କନାଥ ସ୍ବାଇଁ(୫୮)।
ରଙ୍କନାଥଙ୍କ ପୁଅ ହେମନ୍ତ ସ୍ବାଇଁ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ସିକୋ ଗ୍ରାମର ଦାଶରଥି ସାହୁଙ୍କ ଝିଅ ନମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘରର କିଛି ମାସ ଠିକ୍‌ ଠାକ୍‌ ଚାଲିଥିଲା ବେଳେ ପରେ ଦମ୍ପତିଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା। ପ୍ରାୟ ସବୁ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହେ । ଏ ନେଇ ନମିତା ଅଧିକାଂଶ ସମୟ ବାପଘର ସିକୋ ଗ୍ରାମରେ ରୁହନ୍ତି। ବିଭିନ୍ନ ସମୟରେ ଏହି ଦୁଇ ପରିବାର ମଧ୍ୟରେ ଆପୋସ ସମାଧାନ ପାଇଁ ଥାନାଠାରୁ ଆରମ୍ଭକରି ଭଦ୍ରଲୋକଙ୍କ ମାଧ୍ୟମରେ ଚେଷ୍ଟା ଚାଲୁ ରହିଥାଏ । ଝିଅ ବାପା ଦାଶରଥି ନିଜ ଶ୍ୱଶୁର ଘର ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଉଦିଗିରି ଗ୍ରାମରେ ଭଦ୍ରଲୋକଙ୍କ ମାଧ୍ୟମରେ ଆପୋସ ସମାଧାନ କରିବା ପାଇଁ ପୁଅର ବାପା ରଙ୍କନାଥଙ୍କୁ ଡକାଇଥିଲେ। ଗତ ଜାନୁୟାରୀ ୯ ତାରିଖରେ ଉଭୟଙ୍କ ଭଦ୍ରଲୋକଙ୍କ ଉପସ୍ଥିତିରେ ଉଦିଗିରି ଗ୍ରାମର ଭାସ୍କର ପାତ୍ରଙ୍କ ଘରେ ଆଲୋଚନା ପାଇଁ ବୈଠକ ବସିଥିଲା । ଏହି ବୈଠକରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ପରେ ସଂଘବଦ୍ଧ ଭାବେ ଦାଶରଥି, ହାପି ପାତ୍ର, ରାଉଳ ଜେନା, ଭାସ୍କର ପାତ୍ର, ପ୍ରଶାନ୍ତ ପାତ୍ର ମିଳିତ ଭାବେ ରଙ୍କନାଥଙ୍କୁ ତଳେ ପକାଇ ମାଡ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରୁ ଉଦ୍ଧାର କରି ପରିବାର ଲୋକମାନେ ରଙ୍କନାଥଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍‌ସ୍‌କୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଟାଙ୍ଗୀ ଥାନାରେ ଗତ ଜାନୁୟାରୀ ୯ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା। ତା’ପରଦିନ ଅର୍ଥାତ ୧୦ତାରିଖରେ ପରିବାର ଲୋକମାନେ ଥାନା ଆଗରେ ମୃତଦେହ ରଖି ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଧାରଣା ଦେଇଥିଲେ। ପୋଲିସ ୭/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ଦାଶରଥି ଓ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ବେଳେ ଅନ୍ୟମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ନ ଥିବାରୁ ମୃତ ରଙ୍କନାଥଙ୍କ ପୁଅ ହେମନ୍ତ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri