ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ ୨୦୨୫’ରେ ଏନେଇ ଘୋଷଣା କରିଥିଲେ। ଏହାପରେ ବଲାଙ୍ଗୀର ଜିଲାରେ ନିଯୁକ୍ତିଭିତ୍ତିକ ଟେକ୍ସଟାଇଲ ଏବଂ ଆପାରାଲ କ୍ଲଷ୍ଟର ପ୍ରତିଷ୍ଠା ଆଶା ଉଜ୍ଜୀବିତ ହୋଇଥିଲା। ଇତିମଧ୍ୟରେ ୬ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ଘୋଷିତ ଟେକ୍ସଟାଇଲ ପ୍ରକଳ୍ପର ସ୍ଥିତାବସ୍ଥା କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଓଡ଼ିଶାରେ ଯେତିକି କପା ଉତ୍ପାଦନ ହେଉଛି ତାର ୯୦ପ୍ରତିଶତରୁ ଊର୍ଦ୍ଧ୍ୱ କେବଳ ବଲାଙ୍ଗୀର, କଳାହାଣ୍ଡି, ରାୟଗଡା ଓ ନୂଆପଡା ଜିଲାରେ ଉତ୍ପାଦନ ହେଉଛି। ବୌଦ୍ଧ, ବରଗଡ ଓ ସୁବର୍ଣ୍ଣପୁର ଜିଲାର କପା ଉପତ୍ାଦନକୁ ମିଶାଇଲେ ଓଡ଼ିଶାର ୯୭ପ୍ରତିଶତରୁ ଅଧିକ ଅମଳ ହେଉଛି। ବଲାଙ୍ଗୀର ଜିଲାରେ ୭୦୯୯୮ ହେକ୍ଟର, କଳାହାଣ୍ଡିରେ ୭୧୪୦୭, ରାୟଗଡାରେ ୪୯୪୭୩, ନୂଆପଡାରେ ୧୯୫୫୦, ବୌଦ୍ଧରେ ୭୨୮୫, ବରଗଡରେ ୫୮୨୫ ଏବଂ ସୁବର୍ଣ୍ଣପୁରରେ ୫୫୫୩ ହେକ୍ଟର ଜମିରେ କପାଚାଷ ହେଉଛି। ଏହି ଅଞ୍ଚଳରୁ ଉତ୍ପାଦିତ କପା ଅତ୍ୟନ୍ତ ଉତ୍କୃଷ୍ଟ ମାନର ହୋଇଥିବାରୁ ଜାତୀୟ ଏବଂ ବିଶ୍ୱସ୍ତରରେ ଏହାର ଚାହିଦା ରହିଛି। ଖାଲି ଏତିକି ନୁହେଁ ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ବରଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲାରେ ଓଡିଶାର ପ୍ରାୟ ୯୦ ପ୍ରତିଶତ ଜିନିଂ ମିଲ୍‌ ମଧ୍ୟ ରହିଛି। ଏହାସହିତ ଏହି ଅଞ୍ଚଳରେ ରହିଛି ପର୍ଯ୍ୟାପ୍ତ ମାନବ ସମ୍ବଳ। ଜମି, ବିଦ୍ୟୁତ୍‌ ଏବଂ ୟାତାୟାତ ସୁବିଧା ମଧ୍ୟ ଭରପୂର ରହିଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିତ୍ବା ସତ୍ତ୍ୱେ ଏହି ଅଞ୍ଚଳରେ ଏ ପର୍ଯ୍ୟନ୍ତ ଗୋଟିଏ ବି ଟେକ୍ସଟାଇଲ ପାର୍କ, ବୟନ କ୍ଲଷ୍ଟର, ଟେକ୍ନୋ କି ଆପାରାଲ ପାର୍କ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶା ଟେକ୍ସଟାଇଲ କନକ୍ଲେଭ ୨୦୨୫ରେ ୭୮୦୦ କୋଟି ଟଙ୍କାର ୩୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା କୁହାଯାଇଥିଲା। ଟେକ୍ସଟାଇଲ ପାର୍କ ଏବଂ ଆପାରାଲ ୟୁନିଟ୍‌ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ବୋଲି କୁହାଯାଇଥିଲା। ଉକ୍ତ କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଜଗତ୍‌ସିଂହପୁର ଓ ଭଦ୍ରକରେ ଦୁଇଟି ଟେକ୍ସଟାଇଲ ଏବଂ ଫୁଟୱେର ପାର୍କ ଲୋକାର୍ପଣ ମଧ୍ୟ କରିଥିଲେ। ଇତିମଧ୍ୟରେ ଖୋର୍ଦ୍ଧା ଓ କଟକ ଜିଲାରେ ଏକାଧିକ ଟେକ୍ସଟାଇଲ ଏବଂ ଆପାରାଲ ୟୁନିଟ୍‌ ପ୍ରତିଷ୍ଠା ହୋଇଥିବା ଜଣାପଡିଛି। ଗତ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସୋନପୁର ଗସ୍ତରେ ଆସିଥିବା ବେଳେ ବଲାଙ୍ଗୀର ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନିଶ୍ଚିତ ବୋଲି କହିଥିଲେ ମଧ୍ୟ କେବେ ସୁଦ୍ଧା ପ୍ରତିଷ୍ଠା ହେବ ସେନେଇ ନିର୍ଦ୍ଦିଷ୍ଟ ସମୟସୀମା କହି ନ ଥିଲେ। ଚଳିତମାସ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲା ଗସ୍ତରେ ଯାଇ ସେଠାରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି। ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ବରଗଡ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାରୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରମିକ ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଯାଉଛନ୍ତି। ଅର୍ଥନୈତିକ ଦୃଷ୍ଟିରୁ ଏହି ଅଞ୍ଚଳ ଅନଗ୍ରସର ରହିଛି। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ କପା, ଉପଯୁକ୍ତ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ରହିଥିଲେ ସୁଦ୍ଧା ନିଯୁକ୍ତିଭିତ୍ତିକ ଟେକ୍ସଟାଇଲ କ୍ଲଷ୍ଟର ପ୍ରତିଷ୍ଠାରେ କାହିଁକି ବିଳମ୍ବ କରାଯାଉଛି ଜଣାପଡୁନାହିଁ। ଏ ନେଇ ନାନା ସନ୍ଦେହ ଉପୁଜୁଛି। ବଲାଙ୍ଗୀରରେ ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ନ ହେବା ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ବଲାଙ୍ଗୀର ଜିଲାରୁ ଉପମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ବିଧାୟକ ରହିଛନ୍ତି। ଏହି ପ୍ରକଳ୍ପ ବିଳମ୍ବକୁ ନେଇ ସେମାନଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ଏବେ ଆଲୋଚନାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri