ବାଧକ ସାଜିଛି ନାରମୁଣ୍ଡା ନାଳ, ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଝରିଗାଁ,୭।୮(ସ୍ବ.ପ୍ର.): ସ୍କୁଲକୁ ଯିବାକୁ ରାସ୍ତାଘାଟ ନାହିଁ, ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଯିବା ନେଇ ବାଧକ ସାଜିଛି ନାରମୁଣ୍ଡା ନାଳ। ବର୍ଷା ହେଲା ମାତ୍ରେ ଅଭିଭାବକଙ୍କ ସମେତ ପିଲାମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ମାତ୍ର ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ନାରମୁଣ୍ଡା ନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଛି ସେମାନଙ୍କୁ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବର୍ଷା ହେଲା ମାତ୍ରେ ନାରମୁଣ୍ଡା ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାବେଳେ ଅତୀତ ଦିନରେ ସେହି ନାଳରେ ଜଣେ ବୃଦ୍ଧା ହାଟରୁ ଘରକୁ ଫେରିବା ସମୟରେ ଭାସି ଯାଇଥିଲେ। ସେହି ଘଟଣା ପରଠାରୁ ବର୍ଷା ହେଲା ମାତ୍ରେ ନାଳ ଅତିକ୍ରମ କରିବା ସମୟରେ ମନରେ ଭୟ ସୃଷ୍ଟି ହେଉଥିବା ବେଲଝରୀ, ମିରଧାନଗୁଡ଼ା, ବାଘଗୁଡ଼ା, ରାମସା ଆଦିର ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତା ଦେଇ ବର୍ଷସାରା ବେଲଝରୀ ଗ୍ରାମର ଦଶରୁ ଊର୍ଦ୍ଧ୍ୱ ଝିଅପୁଅ ରାମସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ନାଳ ଆରପଟେ ରହିଥିବା ମିରଧାନଗୁଡ଼ା ଏବଂ ବାଘଗୁଡ଼ା ଗ୍ରାମର ପ୍ରାୟ ୧୦ ଜଣ ଝିଅପୁଅ ବେଲଝରୀ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ନେଇ ଆସିଥାନ୍ତି। ସେହି ରାସ୍ତା ଦେଇ ଦୈନଦିନ ଯାତାୟାତ କରୁଥିବା ଛାତ୍ରୀ ଆସମତୀ ଗୌଡ଼, ସବିତା ଗୌଡ଼, ଗୋମତୀ ଜାନୀ, ହୀରାମଣି ଜାନୀ, ଡାଳିମ୍ବ ଜାନୀ, ପଦ୍ମା ଜାନୀ, ଫୁଲମତୀ ଜାନୀ, ଦାମାନୀ ଜାନୀ, ଲକ୍ଷ୍ମୀ ଜାନୀ, ମଙ୍ଗଳଦେଇ ଜାନୀ, ହରିଶଚନ୍ଦ୍ର ଜାନୀ, ବାସନ୍ତି ଜାନୀ, ମୁନି ଜାନୀ ଏନଂ ଛାତ୍ର ଜୟଦେବ ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନ ୨୦୧୮-୧୯ ମସିହାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ସହାୟତାରେ ୨୦ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ବର୍ଷା ଯୋଗୁ କାମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛିି। ଏ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧରୁଆଙ୍କୁ ପଚାରିବାରୁ ଅର୍ଦ୍ଧ ନିର୍ମିତ ପୋଲର ପାର୍ଶ୍ୱରେ ରହିଥିବା ରାସ୍ତାରେ କିପରି ଛାତ୍ରୀଛାତ୍ର ଆସି ପାରିବେ ସେଥିନେଇ ବ୍ଲକ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri