ବାତ୍ୟା ପରେ ବନ୍ୟାପାଣିର ଦୁଃଖ: ପାଣି ଘେରରେ ଏକାଧିକ ଗାଁ

ପୁରୀ ଅଫିସ, ୧୮।୮: ପ୍ରାକୃତିକ ଦୁର୍ବିପାକ ଉପକୂଳବର୍ତ୍ତୀ ପୁରୀ ଜିଲାର ପିଛା ଛାଡୁନି। ପ୍ରାୟ ପ୍ରତିବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଜିଲାବାସୀ ଚଳିତବର୍ଷ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ବନ୍ୟା ଜଳ ଜିଲାବାସୀଙ୍କ ପାଇଁ ଦୁଃଖର କାରଣ ସାଜିଛି। ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକରେ ବି ବନ୍ୟା ପାଣି ପଶିଛି। ତେବେ ପୁରୀ ଜିଲାରେ ପ୍ରବାହିତ ଭାର୍ଗବୀ, ଦୟା, ରାଜୁଆ ପ୍ରଭୃତି ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ଏକାଧିକ ଗାଁ ଏବେ ବି ପାଣିଘେରରେ ରହିଛି। ଏମିତି କି କେତୋଟି ଜାଗାରେ ରାସ୍ତା ଉପରେ ପାଣି ଚାଲୁଛି। ଫଳରେ ଛାତ୍ରୀଛାତ୍ରମାନେ ଡାଲା ଅଟୋରେ ବସି ସ୍କୁଲକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ହୀରାକୁଦରେ ଗେଟ୍‌ ବନ୍ଦ ହେବା ଏବଂ ବର୍ଷା କମିଯାଇଥିବାରୁ ଲୋକଙ୍କ ମଧ୍ୟରେ ପାଣି ବଢିବାର ଯେଉଁ ଆଶଙ୍କା ରହିଥିଲା ତାହା ଏକପ୍ରକାର ଟଳିଯାଇଛି। ତଥାପି ଏକାଧିକ ଗାଁ ପାଣିଘେରରେ ରହିଥିବା ଜଣାପଡିଛି।

ଜଳସ୍ତର ବୃଦ୍ଧି ପାଇଥିବାରୁ ପୁରୀ ସଦର ବ୍ଲକର ବାଟଗାଁ-ଉତ୍ତରକଣା ରାସ୍ତାର ନୂଆଗାଁଠାରେ ଥିବା କଲଭର୍ଟ ଉପରେ ଶୁକ୍ରବାର ପ୍ରାୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ଶନିବାର ଏହି ରାସ୍ତା ଉପରେ ଜଳସ୍ତର କମିଥିଲେ ମଧ୍ୟ ପ୍ରଖର ସ୍ରୋତ ଥିବାରୁ ଲୋକେ ଯା ଆସ କରିପାରି ନ ଥିଲେ। ଫଳରେ ଓଡ୍ରାଫ୍‌ ଟିମ୍‌ ଲୋକଙ୍କୁ ବୋଟ୍‌ରେ ଏହି ରାସ୍ତା ପାର୍‌ କରାଉଥିଲେ। ଅନେକ ଲୋକଙ୍କ ଘର ପାଣି ଘେରରେ ଥିବାରୁ ସେମାନେ ଘର ଭିତରକୁ ଯିବାକୁ ଭୟ କରିଥିଲେ। ମାଟିକାନ୍ଥ ଓଦା ହୋଇଯାଇଥିବାରୁ ଭୁଶୁଡି ପଡିବା ଆଶଙ୍କା ରହିଛି ବୋଲି ଗାଁ ଲୋକେ କହିଛନ୍ତି। ତେବେ ନୂଆଗାଁର ଫଗୁ ରାଉତ କହିଛନ୍ତି, ବାଟଗାଁରେ ଆମ ଘର ଥିଲା। ବାତ୍ୟାରେ ଘରଦ୍ୱାର ସବୁ ଭାଙ୍ଗିଗଲା ପରେ ନୂଆଗାଁକୁ ଆସି ଜରିପାଲ ତଳେ ରହୁଥିଲୁ। ହେଲେ ଭାର୍ଗବୀ ପାଣି ବଢିବା ପରେ ଘର ଭିତରେ ପାଣି ପଶିଗଲା। ଶନିବାର ଘରୁ ପାଣି ଛାଡିଥିଲେ ମଧ୍ୟ ଘର ଏବେ ବି ପାଣି ଘେରରେ ରହିଛି। ସେହିପରି ସମାନ କଥା କହିଛନ୍ତି ନୂଆଗାଁ ଭଗବାନ ବିଶ୍ୱାଳ। ତାଙ୍କ ଘରେ ପାଣି ପଶିଥିବାରୁ ୨ ଦିନ ହେଲା ଚୁଲି ଜଳିନି। ଖାଇବା ପିଇବା ଠିକ୍‌ ନାହିଁ। ପାଖ କ୍ଲବ ଘରେ ସେମାନେ ରାତି କାଟିଛନ୍ତି। ଏତଦ୍‌ବ୍ୟତୀତ ତଳଜଙ୍ଗ ପଞ୍ଚାୟତର ତଳଜଙ୍ଗ, ଡିହସାହି, ନଈକୂଳ ସାହି, ଅପନ୍ତରା, ଗାଦିସାହିରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଛାଡି ନାହିଁ। ଲୋକେ ଦୁର୍ଦ୍ଦଶାରେ ରହିଛନ୍ତି। ତେବେ ପୁରୀ ସଦର ବ୍ଲକର ଶହ ଶହ ଏକର ଧାନ ଜମିରେ ବନ୍ୟା ପାଣି ମାଡି ଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଅଧିକ ଦିନ ପାଣି ଜମିଲେ ତଳି ପଚିଯିବ ବୋଲି ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri