ବାଚସ୍ପତି ନିରପେକ୍ଷ ହେବା ଜରୁରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବକ୍ତବ୍ୟ ପାଇଁ ସୁଯୋଗ ଦେଇ ନ ଥିଲେ। ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ ଉତ୍ଥାପନ କରିବା ମାତ୍ରେ ବାଚସ୍ପତି ଗୃହକୁ ତୁରନ୍ତ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ। ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ଆମକୁ କହିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ମଙ୍ଗଳବାରଠାରୁ ଗୃହକୁ ଆମେ ଚଳାଇଦେବୁ ନାହିଁ। ବାଚସ୍ପତି ନିଜର ଭୁଲ ସ୍ବୀକାର କରିବା ସହିତ ବିରୋଧୀ ଦଳ ନେତାଙ୍କୁ ମଙ୍ଗଳବାର ବିଧାନସଭାରେ କହିବାକୁ ସୁଯୋଗ ଦେବାରୁ ପରିସ୍ଥିତି ଶାନ୍ତ ହୋଇଥିଲା। ଭାଜପା ସଦସ୍ୟମାନେ ଗତ ୫ ଦିନ ଧରି ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିରୋଧ କରିଆସୁଥିଲେ। ଅଧିବେଶନ ଆରମ୍ଭ ହେବାର ୩ ଦିନ ହଟ୍ଟଗୋଳ କରିବା ପରେ ୨ ଦିନ ନୀରବ ରହିଥିଲେ। ତେବେ ମଙ୍ଗଳବାର ଗୃହ କାର୍ଯ୍ୟରେ ସହଯୋଗ କରିଛନ୍ତି।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ପାର୍ଲାମେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ବିରୋଧୀ ଦଳରେ ଥିବାବେଳେ କହିବାକୁ ତତକାଳୀନ ବଳରାମ ଝାଗର କହିବାକୁ ସୁଯୋଗ ଦେଇ ନ ଥିଲେ। ସେହି ସମୟରେ ବାଜପେୟୀ କହିଥିଲେ, ଶାସକ ଦଳ ସଂଖ୍ୟା ବଳରେ ସରକାର ଚଲାଇପାରିବେ। ମାତ୍ର ବିରୋଧୀଙ୍କୁ ଅଣଦେଖା କରି ଗୃହ ଚଳାଇପାରିବେ ନାହିଁ। ମୁଁ ଗତକାଲି ମୋର ବକ୍ତବ୍ୟ ଆରମ୍ଭ କରୁ କରୁ ବାଚସ୍ପତି ଗୃହକୁ ବନ୍ଦ କରିଥିଲେ। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଧାନସଭା ଚାଲିଛି। ଗୃହ କାର୍ଯ୍ୟରେ ବିଭ୍ରାଟ ନ ହେବା ପାଇଁ ଆମେ ଗାନ୍ଧୀମୂର୍ତ୍ତି ତଳେ ବସି ନୀରବ ପ୍ରତିବାଦ କରିଥିଲୁ। ପୁର୍ବତନ ଲୋକ ସଭା ବାଚସ୍ପତି ସୋମନାଥ ଚାଟାର୍ଜି ନିଜ ନିରପେକ୍ଷତା ପାଇଁ ଦଳକୁ ଛାଡିଥିଲେ। ବାଚସ୍ପତି କୌଣସି ଦଳର ନୁହଁନ୍ତି, ଗୃହର ସମସ୍ତ ସଦସ୍ୟଙ୍କ ପାଇଁ ନିରପେକ୍ଷତା ଅବଲମ୍ବନ କରିଥାନ୍ତି। ମାତ୍ର ଆପଣ କେବଳ ନିଜ ଦଳୀୟ ମନୋଭାବ ରଖୁଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ। ଗୃହରେ ମୋର ଯେତିକି କହିବା ଅଧିକାର, ନରସିଂହ ବାବୁ ଏବଂ ଲକ୍ଷ୍ମଣ ମୁଣ୍‌ାଡାଙ୍କର ମଧ୍ୟ ସେତିକି ଅଧିକାର ଅଛି। ନରସିଂହ ମିଶ୍ର, ଭୂପିନ୍ଦର ସିଂ, ବିଜୁ ପଟ୍ଟନାୟକ ଏବଂ ଜାନକୀ ପଟ୍ଟନାୟକ ମଧ୍ୟ ବିରୋଧୀଦଳର ନେତା ଥିଲେ। ମୋତେ କମ୍‌ ବୟସରେ ସେହି ସୁଯୋଗ ମିଳିଛି। ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ପ୍ରଦୀପ୍ତ କହିଲେ ଯେ,ସ୍ବାମୀ ଡ୍ୟୁଟୀରେ ଥିବାବେଳେ ସେ ଆତ୍ମହତ୍ୟା କରିବା ଗ୍ରହଣୀୟ ନୁହେଁ। ଏଥିରେ ଜଡିତ ୫ଜଣଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଗିରଫ କରାଯାଇଛି। ଦୁଇଜଣ ସମିତି ସଭ୍ୟ, ଜଣେ ଜିଲାପରିଷଦ ସଭ୍ୟ ଏବଂ ରାମକୋ ସିମେଣ୍ଟ କମ୍ପାନୀର ଜଣେ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ। ଆତ୍ମହତ୍ୟା ରୁପେଶ ଭଦ୍ରାଙ୍କୁ ହସ୍ପିଟାଲ ନେବା ପାଇଁ କିଏ ଅନୁମତି ଦେଇଥିଲେ। ଏସପି ତାଙ୍କ ବିରୋଧରେ ଆପତ୍ତିଜନକଙ୍କ ମନ୍ତବ୍ୟ ଦେଲେ। କାହିଁକି ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ରାଜ୍ୟ ମହିଳା କମିଶନର ସ୍ମିତାରାଣୀଙ୍କୁ ନ ପଚରି ହତ୍ୟା ଅଭିଯୁକ୍ତଙ୍କୁ ଯାଇ କାହିଁକି ଭେଟିଲେ। ଏସବୁ ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ଗୃହ ପରିଚାଳନାରେ ବିରୋଧୀ ଦଳଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଚଳିତ ପାର୍ଲିଆମେଣ୍ଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଥିଲେ। ବିଜେଡି ବିରୋଧୀ ଦଳରେ ଥିଲେ ମଧ୍ୟ ଗୃହ ମଧ୍ୟକୁ ହୋହାଲ୍ଲା କରି ନାହିଁ ସେଥିପାଇଁ ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଶଂସା କରିଛନ୍ତି। କେବଳ ପ୍ରଶଂସା କରିନାହାନ୍ତି, ବିରୋଧୀ ଦଳର ଭୂମିକା କେମିତି ହେବା ଦରକାର ସେନେଇ ମଧ୍ୟ ସୂଚାଇଛନ୍ତି। ପ୍ରଶ୍ନ ବାହାରେ ଅନେକ ଆଲୋଚନା ହେଉଥିବାରୁ ନୂଆ ବିଧାୟକମାନେ କହିବାକୁ ସୁଯୋଗ ପାଉନାହାନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଅମରଙ୍କୁ ଆକ୍ଷେପ କରି କହିଲେ ଯେ, ବିଗତ ଅଧିବେଶନରେ ଆପଣ ମଧ୍ୟ ବାଚସ୍ପତିଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଗୃହ ଯେମିତି ପଚରିଚାଳନା ହେଉଛି, ତାହା ସମସ୍ତେ ଜାଣନ୍ତି। ଗୃହ କାର୍ଯ୍ୟ ନଷ୍ଟ ନ ହେବ ବୋଲି ଆମେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲୁ। ପ୍ରଧାନମନ୍ତ୍ରୀଙ୍କ କଥାକୁ ନେଇ ବିଜେଡି ସାର୍ଟିଫିକେଟ୍‌ ଗୋଟାଉ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ଜ ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

‘ଭାଜପା ବିଜେଡିକୁ ମହିଳା ବିରୋଧୀ ବୋଲି କରୁଛି ଅପପ୍ରଚାର’

ଆନନ୍ଦପୁର/ହାଟଡିହୀ/ଛେନାପଦୀ, ୨୨/୦୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ / ନିରାକାର ପରିଡା):କେନ୍ଦୁଝର ଜିଲାର ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀଠାରେ ବିଜେଡି ପକ୍ଷରୁ ଶୁକ୍ରବାର…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri