ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ପରିମାଣ ୪୨ ହଜାର କୋଟି ଟଙ୍କା( ୬ ବିଲିୟନ ଡଲାର)ରେ ପହଞ୍ଚତ୍ୟାଇଛି। ତାଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ ଚଳିତ ମାସରେ ୧୫୦ ମିଲିୟନ ଡଲାର ନିବେଶ ସଂଗ୍ରହ ପରେ ରବିନ୍ଦ୍ରନ କୋଟିପତି କ୍ଲବ୍ରେ ସାମିଲ ହୋଇଛନ୍ତି। କମ୍ପାନୀର ନୂଆ ବାଇଜୁସ୍ ଆପ୍ ଓ୍ବାଲ୍ଟ ଡିଜ୍ନୀ ସହିତ ୨୦୨୦ ପର୍ଯ୍ୟନ୍ତ ଡିଲ୍ କରିଛି। ଟ୍ୟୁସନ ପଢ଼ାଇବାରୁ ରବିନ୍ଦ୍ରନଙ୍କୁ ଆପ୍ ତିଆରି ଆଇଡିଆ ମିିଳିଥିଲା। ଏହା ପଛରେ ତାଙ୍କର ପୂର୍ବତନ ଛାତ୍ରୀଛାତ୍ର ଥିଲେ, ଯେଉଁମାନଙ୍କୁ ସେ ଆରମ୍ଭରେ ପାଠ ପଢ଼ାଉଥିଲେ। ଆରମ୍ଭରେ ସେ ୮ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରି ବାଇଜୁସ୍ ଆପ୍ ତିଆରିରେ ଲାଗିପଡିଥିଲେ। ଏସିଆର ସବୁଠାରୁ ମୂଲ୍ୟବାନ ଟେକ୍ କମ୍ପାନୀ ଟେନସେଣ୍ଟ ଗତ ବର୍ଷ ଜୁଲାଇରେ ବାଇଜୁସ୍ର ମୋଟ ସମ୍ପତ୍ତି ପରିମାଣ ୨୬ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟ ବହୁ ଅଧିକ ହେବ। ଇଞ୍ଜିନିୟର ହେବା କାରଣରୁ ବାଇଜୁଙ୍କର ଗଣିତ ପ୍ରତି ଅଧିକ ଆକର୍ଷଣ ଥିଲା। ଏହାହିଁ ତାଙ୍କୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା। ମାର୍କେଟିଂ ବ୍ୟାପାରରେ ଦକ୍ଷତା ଥିବା ଭାଇସ୍ ପ୍ରେସିଡେଣ୍ଟ ଅର୍ଜୁନ ମୋହନଙ୍କ ଭଳି ତାଙ୍କର ପୂର୍ବତନ ଛାତ୍ର ଆଇଆଇଏମ୍ ଛାଡ଼ି ତାଙ୍କର ଷ୍ଟାର୍ଟଅପ୍ରେ ଯୋଗ ଦେଇଥିଲେ। ତାଙ୍କ ପନତ୍ୀ ତଥା କମ୍ପାନୀର ଡାଇରେକ୍ଟର ଦିବ୍ୟା ଗୋପୀନାଥ ମଧ୍ୟ ଗଣିତ ଓ ବାୟୋଲୋଜିରେ ପାରଙ୍ଗମ। ବାୟଜୁ ତାଙ୍କର ଅନ୍ଲାଇନ କୋଚିଂ କମ୍ପାନୀ ଜରିଆରେ ବାର୍ଷିକ ପ୍ରାୟ ୨୬୦ କୋଟି ଟଙ୍କା ଆୟ କରନ୍ତି।
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...
୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍, ହେବେ କୋଟିପତି!
ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...
ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…
ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...
ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...
ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!
ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...
୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...
ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...
Archives


