ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ମିତ୍ତଲ,ମୁକେଶ

ନୂଆଦିଲ୍ଲୀ,୩୦-୭: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ଇଣ୍ଡିଆନ ଅଏଲ କର୍ପୋରେଶନର ଚେୟାରମ୍ୟାନ୍‌ ସଞ୍ଜୀବ ସିଂ ଓ ଓଏନ୍‌ଜିସି ପ୍ରମୁଖ ଶଶି ଶଙ୍କର ସାମିଲ ହୋଇଛନ୍ତି। ସିଇଓ ଓ୍ବାଲର୍‌ଡ ମାଗାଜିନ୍‌ ପକ୍ଷରୁ ଚଳିତ ବର୍ଷ ଲାଗି ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ସିଇଓଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୦ ଭାରତୀୟ ସିଇଓ ସ୍ଥାନ ପାଇଛନ୍ତି। ଆର୍ସେଲର ମିତ୍ତଲ ଚେୟାରମ୍ୟାନ ତଥା ସିଇଓ ଲକ୍ଷ୍ମୀ ନିବାସ ମିତ୍ତଲ ତୃତୀୟ ସ୍ଥାନ ସହ ଭାରତୀୟଙ୍କ ମଧ୍ୟରେ ସବା ଉପରେ ରହିଛନ୍ତି। ତେବେ ତାଙ୍କ କମ୍ପାନୀକୁ ଲକ୍ଜମବର୍ଗର କମ୍ପାନୀ ଭାବେ ଦର୍ଶାଯାଇଛି। ୧୨୧ ଜଣ ସିଇଓଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମ୍‌ଡି ମୁକେଶ ଅମ୍ବାନୀ ୪୯ତମ, ଆଇଓସି ମୁଖ୍ୟ ସିଂ ୬୯ତମ ଓ ଓଏନ୍‌ଜିସି ସିଏମ୍‌ଡି ଶଶି ଶଙ୍କର ୭୭ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ସିଇଓମାନେ ହେଲେ ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର(୮୩ତମ), ଟାଟା ମୋଟର୍ସ ସିଇଓ ଗୁଏଣ୍ଟର ବଟଶେକ୍‌(୮୯ତମ), ବିପିସିଏଲ୍‌ ସିଏମ୍‌ଡି ଡି.ରାଜକୁମାର(୯୪ତମ), ରାଜେଶ ଏକ୍ସପୋଟର୍‌ସ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ରାଜେଶ ମେହଟ୍ଟା(୯୯ତମ) ରହିଛନ୍ତି। ସେହିପରି ଟିସିଏସ୍‌ ସିଇଓ ରାଜେଶ ଗୋପୀନାଥନ ଓ ଓ୍ବିପ୍ରୋ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜେଡ୍‌ ନିମଚଓ୍ବାଲା ଯୁଗ୍ମ ଭାବେ ୧୧୮ତମ ସ୍ଥାନରେ ରହିଛନ୍ତି। ମାଗାଜିନ୍‌ ପକ୍ଷରୁ କୁହାଯାଇଛି ଯେ, ଓ୍ବାଲମାର୍ଟ ସିଇଓ ଡଗଲସ୍‌ ମ୍ୟାକମିଲନ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରୟାଲ ଡଚ୍‌ ସେଲ୍‌ର ବିଶ୍ୱ ମୁଖ୍ୟ କାର୍ଯ୍ୟନିର୍ବାହୀ ବେନ୍‌ ଭନ୍‌ ବୁଏଣ୍ଡର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri