ବାଇକ୍‌ -ସ୍କର୍ପିଓ ମୁହାଁମୁହିଁ : ୩ ଗୁରୁତର; ଟାୟାର ଜାଳି ରାସ୍ତା ଅବରୋଧକଲେ ଲୋକେ

ପରଜଙ୍ଗ,୧୨।୧୧(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅ ଝରଣ ପୂର୍ତ୍ତବିଭାଗ ରାସ୍ତାର ମହୁଲା ଛକ ନିକଟରେ ମଙ୍ଗଳବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ (ଓଆର୍‌ ୧୯ ଏଚ୍‌ ୦୦୮୧) ସହ ବାଇକ୍‌ (୦୬ ବି ୭୮୭୬) ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ ଚାଳକଙ୍କ ସମେତ ତାଙ୍କ ୨ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ସେମାନେ ହେଲେ ମହୁଲା ଗ୍ରାମର ସୌମ୍ୟରଞ୍ଜନ ପଣ୍ଡା, ସମ୍ପର୍କୀୟ ଖୁଡୀ ଅନ୍ନପୂର୍ଣ୍ଣା ପାଣି ଓ କୁନି ଝିଅ ହରପ୍ରିୟା।
ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ନିଜ ବାଇକ୍‌ରେ ଘରୁ କୁମୁସି ମନ୍ଦିରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ସ୍କର୍ପିଓ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଅନ୍ନପୂର୍ଣ୍ଣା, ହରପ୍ରିୟାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୌମ୍ୟରଞ୍ଜନଙ୍କୁ ପ୍ରଥମେ ମଣ୍ଡାପାଳ ପରେ ଅନୁଗୋଳ ସ୍ଥାନାନ୍ତର କରାଯାଇ ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ପରଜଙ୍ଗ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନ ପହଞ୍ଚିବାରୁ ସ୍ଥାନୀୟ ଲୋକେ ପୂର୍ତ୍ତ ବିଭାଗ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ପରେ ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ବ୍ରଜ ମଲ୍ଲିକ ପହଞ୍ଚତ୍ ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ପୋଲିସ ସ୍କର୍ପିଓ ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri