ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ: ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ଭାଜପା

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଗଞ୍ଜାମ ଜିଲା ମେଣ୍ଡରାଜ୍‌ପୁରଠାରେ ରବିବାର ଏକ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି। ରାଜ୍ୟରେ ଏଭଳି ମର୍ମନ୍ତୁଦ ଘଟଣା ବାରମ୍ବାର ଘଟିବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍‌ ହେଉଛି। ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଏବଂ ଅବହେଳା ଓ ଉଦାସୀନତା ଯୋଗୁ ମେଣ୍ଡରାଜ୍‌ପୁରଠାରେ ଏଭଳି ଘଟଣା ଘଟିଲା। ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧୦ଲକ୍ଷ ଟଙ୍କା ପ୍ରଦାନ ଏବଂ ଆହତ ଯାତ୍ରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଭାଜପା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଦାବି କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗୋଲକ ମହାପାତ୍ର କହିଛନ୍ତି ଯେ, କାର୍ଯ୍ୟରେ ଅବହେଳା ଯୋଗୁ ବିଜୁଳି ବିତରକ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରାଯାଉ। ବିଜୁଳି ସେବା ଯୋଗାଉଥିବା ବିତରକ କମ୍ପାନୀ ପ୍ରତି ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ। ବିଜୁଳି ବିତରକ କମ୍ପାନୀଗୁଡିକ ମନମୁଖି କାର୍ଯ୍ୟ କରୁଛନ୍ତି। ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବିଜୁଳି ଭିତ୍ତିଭୂମି ସଜାଡିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ପରିମାଣର ଅର୍ଥ ଆସିଥିଲା। ମାତ୍ର ଭିତ୍ତିଭୂମି ସଜାଡିବାରେ ସରକାର ବିଫଳ ହେଲେ। ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଏହାର ଉଚିତ ତଦନ୍ତ ହେବା ଆବଶ୍ୟକ। ଏହି ମର୍ମନ୍ତୁଦ ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଗୋଲକ ଦାବି କରିଛନ୍ତି। ଦକ୍ଷିଣ ଓଡିଶାର ସବୁଠାରୁ ବଡ ଏମ୍‌କେସିଜି ମେଡିକାଲରେ ଜଳାପୋଡା ବିଭାଗରେ ଚିକିତ୍ସା ସୁବିଧା ନାହିଁ। ଏମ୍‌କେସିଜି ମେଡିକାଲର ଉନ୍ନତୀକରଣ ପାଇଁ କେନ୍ଦ୍ର ସରକାର ୧୫୦କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ କାହିଁକି ଟ୍ରମା ୟୁନିଟ୍‌ ଏବଂ ଟ୍ରମା କେୟାର ସେଣ୍ଟର ହୋଇପାରିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହି ଘଟଣାକୁ ନେଇ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, ଗଞ୍ଜାମ ଜିଲାରେ ବିଦ୍ୟୁତ୍‌ ବିତରକ କମ୍ପାନୀ ଓ ଶକ୍ତି ବିଭାଗର ଦାୟିତ୍ୱହୀନତା ଯୋଗୁ ୧୦ଜଣ ନିରୀହ ଯାତ୍ରୀଙ୍କ ଜୀବନ ଅକାଳରେ ଝଡି ପଡିଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଶକ୍ତିମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଦୁର୍ଘଟଣା ଘଟିବା ସମୟରେ ୧୧ କେଭି ବିଦ୍ୟୁତ୍‌ ତାର ବସ୍‌ ସଂସ୍ପର୍ଶରେ ଆସି ଜୀବନହାନି ଘଟିଥିବା ବେଳେ ଟ୍ରିପ୍‌ ମିଟର ନ ଥିବା ଯୋଗୁ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇ ନ ଥିଲା। ଏଠାରେ ସାଧାରଣରେ ପ୍ରଶ୍ନ ଆସୁଛି ବିଦ୍ୟୁତ୍‌ ବିତରଣ କମ୍ପାନୀ ଯେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା କଥା ତାହା ନେଇ ନ ଥିଲେ ଏବଂ ବିଦ୍ୟୁତ୍‌ ବିତରଣ କମ୍ପାନୀର କାର୍ଯ୍ୟକୁ ଯେଉଁ ଅଧିକାରୀମାନେ(ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟର) ତଦାରଖ କରିବା କଥା ତାହା କରାଯାଇ ନ ଥିଲା। ଖାଲି ସେତିକି ନୁହେଁ, ସରକାର ସାଧାରଣ କମ୍ପାନୀ ଏବଂ ପ୍ରତିଷ୍ଠାନଗୁଡିକରେ ଅଘଟଣ ଘଟିଲେ ଯେଭଳି ପଦକ୍ଷେପ ନେବା କଥା ତାହା ନିଅନ୍ତୁ ବୋଲି ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri