Posted inରାଜ୍ୟ

ବସନ୍ତ କୁମାର ବିଦ୍ୟାପୀଠର ବାର୍ଷିକ ଉତ୍ସବ: ମାଟ୍ରିକରେ ପ୍ରଥମ ୧୦ଜଣରେ ରହିଲେ ୧ଲକ୍ଷ ଟଙ୍କା ପୁରସ୍କାର

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର)-ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ପଙ୍ଘୁଟିଏ ମଧ୍ୟ ସବୋର୍ଚ୍ଚ ଶିଖରରେ ପହଞ୍ଚତ୍ପାରେ ା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆବଶ୍ୟକ ଦୃଢ ମନୋବଳ ଓ ପ୍ରବଳ ଆମତ୍ବିଶ୍ୱାସ ା ବଡ଼ ହେବା ନିମନ୍ତେ ସ୍ବପ୍ନ ଦେଖିବା ଜରୁରୀ ା ମାତାପିତା ଓ ଗୁରୁଙ୍କ ବିନା ସମାଜର ଅଗ୍ରଗତି ହୋଇପାରିବ ନାହିଁ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ନ କଲେ ସମାଜରେ ପରିବର୍ତ୍ତନ ଆସିବ ନାହିଁ ା ଗୁରୁବାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବାଣପୁର ବସନ୍ତ କୁମାର ବିଦ୍ୟାପୀଠର ୩୧ ତମ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ ା ସରପଞ୍ଚ ପ୍ରଦୀପ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ବସନ୍ତ କୁମାର ସ୍ବାଇଁଙ୍କ ଦାୟାଦ ଦୁଷ୍ମନ୍ତ କୁମାର ସ୍ବାଇଁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଆଗାମୀ ମାଟ୍ରିକ ପରୀକ୍ଷାରେ ପ୍ରଥମ ୧୦ଜଣଙ୍କ(ବେଷ୍ଟ ଟେନଥ୍‌)ଙ୍କ ମଧ୍ୟରେ ଏହି ବିଦ୍ୟାଳୟର ଯେଉଁ ଛାତ୍ରୀଛାତ୍ର ସ୍ଥାନ ପାଇବେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସ୍ବାଇଁ ଘୋଷଣା କରିଥିଲେ ା ମୁଖ୍ୟଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ନାୟକ, ଶ୍ରୀ ଜଗନ୍ନାଥ ପଞ୍ଚସୂତ୍ର ପ୍ରଚାର ସମିତି(ଭୁବନେଶ୍ୱର)ର କୋଷାଧ୍ୟକ୍ଷ ନିରଞ୍ଜନ ଦାଶ ମୁଖ୍ୟବକ୍ତା, ଉପସଭାପତି ବୈକୁଣ୍ଠନାଥ ମହାପାତ୍ର ଓ ସଭାପତି ପ୍ରଭାକର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ା ଅନ୍ୟତମ ଅତିଥି ଭାବେ ବିଦ୍ୟାପୀଠର ପୂର୍ବତନ ସମ୍ପାଦକ ଜମ୍ବେଶ୍ୱର ପ୍ରଧାନ, ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ମିଶ୍ର, ସମିତି ସଭ୍ୟ ସଦାନନ୍ଦ ପ୍ରଧାନ, ଶରତ ଚନ୍ଦ୍ର ବେହେରା, ଖବରଦାତା ପ୍ରଭାକର ଶିରୋମଣି, ଭଗବାନ ମାଣ୍ଡୋଇ ପ୍ରମୁଖ ଯୋଗଦେଇଥିଲେ ା ବିଦ୍ୟାଳୟର ଉନ୍ନତି ପାଇଁ ପଞ୍ଚାୟତ ପାଣ୍ଠିରୁ ୧ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବାକୁ ସରପଞ୍ଚ କର ଘୋଷଣା କରିଥିଲେ। ଷ୍ଟେଟବ୍ୟାଙ୍କ ପୂର୍ବତନ ମୁଖ୍ୟ ପରିଚାଳକ ପ୍ରଭାକର ମଲ୍ଲିକ ବିଦ୍ୟାଳୟକୁ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ସୂଚନା ଦେଇଥିଲେ ା ଏହି ଅବସରରେ ଜଗନ୍ନାଥ ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଷ୍ଠାତା ସ୍ବର୍ଗତ ସ୍ବାଇଁଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ା ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ା ପ୍ରଧାନ ଶିକ୍ଷକ ସନାତନ ମହାନ୍ତି ସଭା ପରିଚାଳନା କରିଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ...

ଭାଜପା ବିଧାନସଭା ପ୍ରାର୍ଥୀ: ଘସିପୁରାରୁ ଲଢିବେ…

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,...

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ଅନୁଭବ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, କଟକ ବାରବାଟୀରୁ ଲଢିବେ…

ଭୁବନେଶ୍ୱର,୨।୫: ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା। ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri