ବଳ ଗୋଟାଉଛି ‘ଅମ୍ଫନ’: ୨୦୦ କି.ମି. ବେଗରେ ସ୍ଥଳଭାଗ ଛୁଇଁବ, ସବୁ ବନ୍ଦରରେ ୧ ନଂ. ବିପଦ ସଙ୍କେତ

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୧୦୬୦ କିମି ଏବଂ ପଶ୍ଚିମବଙ୍ଗର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଦୀଘା ଠାରୁ ୧୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ୨୪ ଘଣ୍ଟା ପରେ ଭୟଙ୍କର ସାମୂଦ୍ରୀକ ଝଡ଼ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମୂଦ୍ରିକ ଝଡ଼ ଅଧିକ ବଳ ଗୋଟାଇ ଆସନ୍ତା ୧୭ ତାରିଖରେ ଉତ୍ତର, ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ। ପରେ ଏହା ଉତ୍ତର, ଉତ୍ତର ପୂର୍ବ ଦିଗକୁ ଗତିକରି ଆସନ୍ତା ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ଅମ୍ଫନ ଘଣ୍ଟା ପ୍ରତି ୨୦ କିମି ବେଗରେ ଉପକୂଳ ଆଡକୁ ମୁହାଁଇଛି। ଅବପାତ ଯୋଗୁ ବର୍ତ୍ତମାନ ସମୂଦ୍ରରେ ୪୫ରୁ ୫୫ ଏବଂ ବେଳେବେଳେ ୬୫ କିମି ବେଗରେ ପବନ ବହୁଛି। ଶନିବାର ସନ୍ଧ୍ୟା ସୁଧା ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବାତ୍ୟାରେ ପରିଣତ ହେବା ପରେ ଅମ୍ଫନର ବେଗ କ୍ରମଶଃ ବୃଦ୍ଧି ପାଇବ। ୧୭ ତାରିଖରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ ବୋଲି ଅନୁମାନ କରାଯାଇଛି। ୧୮ ତାରିଖରେ ଏହା ଆହୁରି ଭୟଙ୍କର ସାମୂଦ୍ରୀକ ଝଡ଼ରେ ରୂପାନ୍ତର ହେବାର ସମ୍ଭାବନା ରହିଛି। ୧୮ ତାରିଖ ସନ୍ଧ୍ୟାରେ ଏହାର ବେଗ ଘଣ୍ଟାପ୍ରତି ୧୩୫ରୁ ୧୬୦କିମି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ୧୯ ତାରିଖ ମଧ୍ୟରାତ୍ରସୁଦ୍ଧା ଏହା ଅତ୍ୟନ୍ତ ଭୟଙ୍କର ବାତ୍ୟାରେ ପରିଣତ ହେବ। ସେତେବେଳେ ଏହାର ବେଗ ଘଣ୍ଟାପ୍ରତି ୧୮୦ରୁ ୨୦୦ କିମି ରହିବା ନେଇ ପୂର୍ବାନୁମାନ କରାଯାଇଛି ଏହାର ବେଗ ୧୭୦ରୁ ୧୯୦ କିମି ରହିବ ବୋଲି ଅନୁମାନ କରାଯାଉଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ ଧୀରେ ଧୀରେ ହ୍ରାସ ପାଇବା ସମ୍ଭବନା ରହିଛି। ତେବେ ବାତ୍ୟା ଅମ୍ପନ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥଳଭାଗ ଦେଇ ଅତିକ୍ରମ କରିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନ ଥିବା ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖ ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂପୁର ଏବଂ କେନ୍ଦ୍ରାପଡ଼ା ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଏ ନେଇ ପାଣିବପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୧୯ ତାରିଖରେ ବାତ୍ୟ ଉପକୂଳ ମୁହାଁ ହୋଇଥିବାରୁ ଓଡ଼ିଶା ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ସମ୍ଭାବାର୍ତ୍ତାକୁ ଦୃଷ୍ଟିରେ ରଖି ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମୂଦ୍ରକୁ ନ ଯିବାଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗୋପାଳପୁର, ପାରାଦୀପ, ଚାନ୍ଦବାଲି, ପୁରୀକୁ ଏକ ନମ୍ବର ବିପଦ ସଙ୍କେତ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri