Posted inଖେଳ

ବର୍ଷାରେ ଭିଜିଲେ, ମ୍ୟାଚ ଉପଭୋଗ କଲେ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଥଣ୍ଡା କୋହଲା ପାଗ ଏବଂ ଝିପିଝିପି ବର୍ଷା ସତ୍ତ୍ୱେ ହକି ପ୍ରତି ସମର୍ଥନ ଜଣାଇଛନ୍ତି ଓଡ଼ିଶା ଦର୍ଶକ। ପ୍ରତିକୂଳ ପାଗ ଯୋଗୁ ଷ୍ଟାଡିୟମ ଭରି ନ ଥିଲେ ହେଁ ଛତା ଧରି ନିଜ ପ୍ରିୟ ଦର୍ଶକୁ ସମର୍ଥନ ଜଣାଇବା ପାଇଁ ବେଶ୍‌ କିଛି ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଦର୍ଶକଙ୍କ ଉପସ୍ଥିତିରେ ଉତ୍ସାହୀ ପ୍ରଦର୍ଶନ ମଧ୍ୟ କରିଥିଲା ଭାରତ। ସମ୍ମୁଖରେ ବିଶ୍ୱ ଚାମ୍ପିୟନ ଏବଂ ବିଶ୍ୱର ନମ୍ବରଓ୍ବାନ ଦଳ ଥିଲେ ହେଁ ଚାପରେ ନ ରହି କଡ଼ା ଟକ୍କର ଦେବା ସହ ୨-୧ ଗୋଲରେ ବିଜୟ ହାସଲ କରିଥିଲା ଘରୋଇ ଦଳ। ଭାରତ ପକ୍ଷରୁ ୨ୟ ମିନିଟରେ ମନଦୀପ ସିଂ ଓ ୪୬ତମ ମିନିଟରେ ରମଣଦୀପ ସିଂ ଗୋଲ ଦେଇଥିବାବେଳେ ବେଲଜିୟମ ପକ୍ଷରୁ ଗାଥିର ବୋକାର୍ଡ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପୁରା ମ୍ୟାଚରେ ବେଲଜିୟମ ଦକ୍ଷତା ଅନୁସାରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହେଁ ଘରୋଇ ଗ୍ରାଉଣ୍ଡରେ ବିଶ୍ୱ ଚାମ୍ପିୟନକୁ ରୋକିବାରେ ସକ୍ଷମ ହୋଇଥିଲା ମନପ୍ରୀତ ସିଂ ବାହିନୀ।
ରାଜ୍‌ଙ୍କ କ୍ୟାରିୟର ଆରମ୍ଭ
ଭାରତୀୟ ହକି ଦଳର ଯୁବ ପ୍ରତିଭା ମିଡ୍‌ଫିଲ୍ଡର ରାଜ କୁମାର ପାଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶନିବାର ଆରମ୍ଭ ହୋଇଛି। ବେଲଜିୟମ ପରି ଶକ୍ତିଶାଳୀ ଦଳ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିଲେ ହେଁ ନିଜର ପ୍ରଥମ ମ୍ୟାଚ ସ୍ମୃତି ମଧୁର ହୋଇଛି। କାରଣ ଏହି ମ୍ୟାଚରେ ବେଲଜିୟମକୁ ପରାସ୍ତ କରିଛି ଭାରତ। ଭାରତୀୟ ଯୁବ ଦଳର ସଦସ୍ୟଭାବେ ସୁଲତାନ ଜୋହର କପ୍‌ରେ ନିଜ ପ୍ରତିଭା ଦେଖାଇ ସିନିୟର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ। ଟୋକିଓ ଅଲିମ୍ପିକ୍ସ ପାଇଁ ଦଳ ଗଠନ ଲକ୍ଷ୍ୟରେ ଥିବା କୋଚ୍‌ ଗ୍ରାହାମ ରିଡ୍‌ ମଧ୍ୟ ରାଜଙ୍କୁ ବେଲଜିୟମ ବିପକ୍ଷରେ ଷ୍ଟାର୍ଟିଂ-୧୧ରେ ଖେଳାଇଥିଲେ। ଏଥିରେ ଉତ୍ସାହିତ ରାଜ ମଧ୍ୟ ଭଲ ଖେଳିଥିଲେ। ମାଲେସିଆରେ ଅନୁଷ୍ଠିତ ସୁଲତାନ ଜୋହର କପ୍‌ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ରାଜ। ତାଙ୍କ ସ୍ପିଡ୍‌ ଓ ଦକ୍ଷତାରେ ପ୍ରଭାବିତ ହୋଇ ପୁରସ୍କାର ସ୍ବରୂପ ରିଡ୍‌ ରାଜଙ୍କୁ ସିନିୟରରେ ଖେଳାଇବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri