Posted inଖେଳ

ବର୍ଷାରେ ଭିଜିଲେ, ମ୍ୟାଚ ଉପଭୋଗ କଲେ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଥଣ୍ଡା କୋହଲା ପାଗ ଏବଂ ଝିପିଝିପି ବର୍ଷା ସତ୍ତ୍ୱେ ହକି ପ୍ରତି ସମର୍ଥନ ଜଣାଇଛନ୍ତି ଓଡ଼ିଶା ଦର୍ଶକ। ପ୍ରତିକୂଳ ପାଗ ଯୋଗୁ ଷ୍ଟାଡିୟମ ଭରି ନ ଥିଲେ ହେଁ ଛତା ଧରି ନିଜ ପ୍ରିୟ ଦର୍ଶକୁ ସମର୍ଥନ ଜଣାଇବା ପାଇଁ ବେଶ୍‌ କିଛି ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଦର୍ଶକଙ୍କ ଉପସ୍ଥିତିରେ ଉତ୍ସାହୀ ପ୍ରଦର୍ଶନ ମଧ୍ୟ କରିଥିଲା ଭାରତ। ସମ୍ମୁଖରେ ବିଶ୍ୱ ଚାମ୍ପିୟନ ଏବଂ ବିଶ୍ୱର ନମ୍ବରଓ୍ବାନ ଦଳ ଥିଲେ ହେଁ ଚାପରେ ନ ରହି କଡ଼ା ଟକ୍କର ଦେବା ସହ ୨-୧ ଗୋଲରେ ବିଜୟ ହାସଲ କରିଥିଲା ଘରୋଇ ଦଳ। ଭାରତ ପକ୍ଷରୁ ୨ୟ ମିନିଟରେ ମନଦୀପ ସିଂ ଓ ୪୬ତମ ମିନିଟରେ ରମଣଦୀପ ସିଂ ଗୋଲ ଦେଇଥିବାବେଳେ ବେଲଜିୟମ ପକ୍ଷରୁ ଗାଥିର ବୋକାର୍ଡ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପୁରା ମ୍ୟାଚରେ ବେଲଜିୟମ ଦକ୍ଷତା ଅନୁସାରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହେଁ ଘରୋଇ ଗ୍ରାଉଣ୍ଡରେ ବିଶ୍ୱ ଚାମ୍ପିୟନକୁ ରୋକିବାରେ ସକ୍ଷମ ହୋଇଥିଲା ମନପ୍ରୀତ ସିଂ ବାହିନୀ।
ରାଜ୍‌ଙ୍କ କ୍ୟାରିୟର ଆରମ୍ଭ
ଭାରତୀୟ ହକି ଦଳର ଯୁବ ପ୍ରତିଭା ମିଡ୍‌ଫିଲ୍ଡର ରାଜ କୁମାର ପାଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶନିବାର ଆରମ୍ଭ ହୋଇଛି। ବେଲଜିୟମ ପରି ଶକ୍ତିଶାଳୀ ଦଳ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିଲେ ହେଁ ନିଜର ପ୍ରଥମ ମ୍ୟାଚ ସ୍ମୃତି ମଧୁର ହୋଇଛି। କାରଣ ଏହି ମ୍ୟାଚରେ ବେଲଜିୟମକୁ ପରାସ୍ତ କରିଛି ଭାରତ। ଭାରତୀୟ ଯୁବ ଦଳର ସଦସ୍ୟଭାବେ ସୁଲତାନ ଜୋହର କପ୍‌ରେ ନିଜ ପ୍ରତିଭା ଦେଖାଇ ସିନିୟର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ। ଟୋକିଓ ଅଲିମ୍ପିକ୍ସ ପାଇଁ ଦଳ ଗଠନ ଲକ୍ଷ୍ୟରେ ଥିବା କୋଚ୍‌ ଗ୍ରାହାମ ରିଡ୍‌ ମଧ୍ୟ ରାଜଙ୍କୁ ବେଲଜିୟମ ବିପକ୍ଷରେ ଷ୍ଟାର୍ଟିଂ-୧୧ରେ ଖେଳାଇଥିଲେ। ଏଥିରେ ଉତ୍ସାହିତ ରାଜ ମଧ୍ୟ ଭଲ ଖେଳିଥିଲେ। ମାଲେସିଆରେ ଅନୁଷ୍ଠିତ ସୁଲତାନ ଜୋହର କପ୍‌ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ରାଜ। ତାଙ୍କ ସ୍ପିଡ୍‌ ଓ ଦକ୍ଷତାରେ ପ୍ରଭାବିତ ହୋଇ ପୁରସ୍କାର ସ୍ବରୂପ ରିଡ୍‌ ରାଜଙ୍କୁ ସିନିୟରରେ ଖେଳାଇବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri