ବର୍ଷାଜଳ ନିଷ୍କାସନ ପାଇଁ ବିଧାୟକଙ୍କ ସହ ଆଲୋଚନା

ଜଳେଶ୍ୱର,୨୪ା୯- ୨୦୧୪ ମସିହାରୁ ଜଳେଶ୍ୱର ମ୍ୟୁନିସିପାଲିଟି ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ଯୋଜନା ମୁତାବକ କାର୍ଯ୍ୟକାରୀ ହୋଇପାରିନାହିଁ। ନିମ୍ନମାନର ରାସ୍ତା ନିର୍ମାଣ, ପାଣି ନିଷ୍କାସନ ରାସ୍ତାରେ ଜବରଦଖଲ କରି ଗୃହ ନିର୍ମାଣ, ରାସ୍ତା ପାର୍ଶ୍ୱରେ ଡ୍ରେନ ନ କରି ରାସ୍ତା ନିର୍ମାଣ, ଗୃହ ନିର୍ମାଣ ସମୟରେ ମ୍ୟୁନିସିପାଲିଟି ଦ୍ୱାରା ନକ୍ସା ପାସ୍‌ ନ କରିବା ଆଦି କାର୍ଯ୍ୟକୁ ମ୍ୟୁନିସିପାଲିଟିର ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ଓ ରାଜନୈତିକ ନେତୃବୃନ୍ଦ ଅଣଦେଖା କରିବାରୁ ଅଧିବାସୀମାନେ ଅସୁବିଧାରେ ପଡୁଛନ୍ତି ବୋଲି ଜଳେଶ୍ୱର ଡାକ ବଙ୍ଗଳା ପରିସରରେ ପୂର୍ବତନ ଅଧ୍ୟକ୍ଷ ପ୍ରବୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ମ୍ୟୁନିସିପାଲିଟିର ୬ନଂ., ୯ନଂ. ୱାର୍ଡ଼ର ଅଧିବାସୀମାନେ ଦୀର୍ଘଦିନରୁ ଜଳବନ୍ଦୀ ହୋଇ ରହିଛନ୍ତି। ବିଭିନ୍ନ ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲାପାଳ ତଥା ଜିଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସହ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା, ଯୋଜନାଭୁକ୍ତ ଭାବେ ନିର୍ମାଣ କାର୍ଯ୍ୟ କରିବା, ଜଳନିଷ୍କାସନ ରାସ୍ତାକୁ ପରିଷ୍କାର କରିବା ଆଦି କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ବିଧାୟକ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ସେଠୀ, ଉପଜିଲାପାଳ ନିଲୁ ମହାପାତ୍ର ଓ ପୌରାଧ୍ୟକ୍ଷ ହୃଷିକେଶ ପାଣିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ପୂର୍ବତନ କାଉନ୍‌ସିଲର ତଥା ଆଇନଜୀବୀ ନିତ୍ୟଗୋପାଳ ଦାସ, ପୂର୍ବତନ କାଉନ୍‌ସିଲର ଅର୍ଚ୍ଚନା ଗିରି, ରବୀନ୍ଦ୍ର ପାତ୍ର, ଗ୍ରାମ୍ୟ ମୁଖ୍ୟ ଯଜ୍ଞେଶ୍ୱର ଜେନା, ଚନ୍ଦନ ଦାସ, ବାଦଲ ଦାସ, ଭବାନୀ ଶଙ୍କର ପାତ୍ର, ସମର କରଣ, ସୁଧୀର କାମିଳା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ପୂର୍ଣ୍ଣେନ୍ଦୁ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri