ବନ୍ୟା ଘେରରେ ବଲାଙ୍ଗୀର ସହର: ୧ ହଜାର ଲୋକ ସ୍ଥାନାନ୍ତରିତ; ତଦାରଖ କରୁଛନ୍ତି ଜିଲାପାଳ, ଏସ୍‌ପି

ବଲାଙ୍ଗୀର ଅଫିସ, ୧୩।୮: ଲଗାଣ ବର୍ଷାରେ ବଲାଙ୍ଗୀର ସହର ଉବୁଟୁବୁ ହେଉଛି । ବନ୍ୟା ଜଳରେ ସମଗ୍ର ସହର ଭାସମାନ ଅବସ୍ଥାରେ। ପରିସ୍ଥିତି ଅନୁଧ୍ୟାନକରି ଜିଲାପାଳ ଅରିନ୍ଦମ ଡାକୁଆ ଜରୁରୀ ବୈଠକ ଡାକିଛନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଡିଆର୍‌ଡିଏ ପିଡି ଡ. ମହେଶ୍ବର ସ୍ବାଇଁ, ଉପଜିଲାପାଳ ସଞ୍ଜୟ ମିଶ୍ର, ସହରାଞ୍ଚଳ ପିଡି ଯୁଗଳେଶ୍ବରୀ ଦାସ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

ରାଜେନ୍ଦ୍ର ପଡା ଡ୍ୟାମ୍‌ରେ ବନ୍ୟା ଜଳ ଭର୍ତ୍ତି ହୋଇଯାଇଛି । ଯେକୌଣସି ସମୟରେ ଏହି ଡ୍ୟାମ୍‌ ଭସାଇ ନେବା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରାହ୍ମଣପଡ଼ା-ବରପାଲିପଡା ରାସ୍ତା ପୋଲ ଉପରେ ୩ ଫୁଟର ପାଣି ଚାଲିଥିବା ବେଳେ ଶିଶୁ ଉଦ୍ୟାନରୁ ପେଲେସ ଲାଇନ ରାସ୍ତା ଉପରେ ୪ ଫୁଟ ପାଣି ଯାଉଛି । ସେହିପରି ତୁଲସୀନଗର ରାସ୍ତା ଉପରେ ୩ ଫୁଟର ପାଣି ଯାଉଛି। ଡ୍ୟାମ୍‌ପଡ଼ା, ଚମାରପଡ଼ା, ରାଜେନ୍ଦ୍ରପଡ଼ା, ଠିକାଦାରପଡ଼ା, ବରପାଲିପଡା, ମାଳପଡ଼ା, ଚିମିନୀଭାଟିପଡା, ବିଭୂତିପଡା, ବ୍ରାହ୍ମଣପଡା, ତୁଲସୀନଗର ଓ ଅନ୍ୟ ପଡ଼ାର ସହସ୍ରାଧିକ ଲୋକ ଜଳ ଘେରରେ ରହିଛନ୍ତି । ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ସେଠାରେ ରିଲିଫ୍‌ ବଣ୍ଟନ କରାଯାଇଛି । ବିଜାଖମନ, ଖୁଜେନପାଲି, ମାଧିଆପାଲି, ରିନବଚନ, ଚନ୍ଦନଭାଟି, ପରଧିଆପାଲି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ସମଗ୍ର ସହରରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏସ୍‌ପି କେ. ଶିବା ଶୁବ୍ରମଣି ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri