ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ଭୋକରେ ଥିବା ବୁଲା ଗୋରୁଗାଈ, କୁକୁର ଆଦିଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ସରକାର ମଧ୍ୟ ଏମାନଙ୍କ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। କାରଣ ଏସବୁ ପ୍ରାଣୀ ମଣିଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବିଶେଷକରି ଏମାନେ ରାସ୍ତା କଡ଼ ଜଳଖିଆ ଦୋକାନ, ଡାବା, ହୋଟେଲ, ଦୋକାନ ବୁଲି ଭୋକ ଶୋଷ ମେଣ୍ଟାଇଥାନ୍ତି। ହେଲେ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି। ଏହି ପାର୍ଥକ୍ୟକୁ କିଛି ବ୍ୟକ୍ତି ଓ ସଂସ୍ଥା ବୁଝି ନ ପାରି ମାଙ୍କଡ଼ ଓ ଜଙ୍ଗଲୀ ଜନ୍ତୁଙ୍କୁ ସେଓ, କଦଳି ଆଦି ଖାଇବାକୁ ଦେଉଛନ୍ତି। ଏହା ବନ୍ୟପ୍ରାଣୀଙ୍କ ପ୍ରକୃତିର ପରିପନ୍ଥୀ। ଯଦି ଏମାନଙ୍କ ଖାଦ୍ୟାଭ୍ୟାସ ବଦଳିଯିବ ତେବେ ଲକ୍‌ଡାଉନ୍‌ ପରେ କିମ୍ବା ଭବିଷ୍ୟତରେ ଏମାନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବେ। ଏହି ଘଟଣାକୁ ପିସିସିଏଫ୍‌ (ଓ୍ବାଇଲ୍ଡଲାଇଫ୍‌) ତଥା ମୁଖ୍ୟ ବନ୍ୟପାଣୀ ତତ୍ତ୍ୱାବଧାରକ ସନ୍ଦୀପ ତ୍ରିପାଠୀ ଗୁରୁତ୍ୱର ସହ ନେଇଛନ୍ତି। ବନ୍ୟପ୍ରାଣୀମାନଙ୍କୁ ଖାଇବାକୁ ଦେଇ ଭିକାରୀରେ ପରିଣତ ନ କରିବାକୁ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବନ୍ୟପ୍ରାଣୀମାନେ ନିଜେ ନିଜର ଯତ୍ନ ନେଇପାରିବେ। ଲକ୍‌ଡାଉନ ପୂର୍ବରୁ ସେମାନେ କୌଣସି ସୁପର ମାର୍କେଟରୁ ତାଙ୍କର ଖାଦ୍ୟ ସଂଗ୍ରହ କରୁ ନ ଥିଲେ ବୋଲି ପିସିସିଏଫ୍‌ କହିଛନ୍ତି।
ଅନ୍ୟପଟେ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ବିରୋଧାଭାଷ ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବିଶେଷଜ୍ଞ ଆଦିତ୍ୟ ପଣ୍ଡା କହିଛନ୍ତି, ମାଙ୍କଡ଼ ବା ଅନ୍ୟ କେଉଁ ବି ବନ୍ୟପ୍ରାଣୀଙ୍କୁ ଖାଇବାକୁ ଦେବା ପ୍ରଥମତଃ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଉଲ୍ଲଂଘନ। ତା’ ପରେ ମାଙ୍କଡ଼ଙ୍କୁ ଯେଉଁ ଖାଦ୍ୟସବୁ ଦିଆଯାଉଛି, ସେଗୁଡ଼ା ତା’ର ପ୍ରାକୃତିକ ଖାଦ୍ୟ ନୁହେଁ। ତେଣୁ ତାଙ୍କର ଦେହ ଖରାପ ହେବା ସ୍ବାଭାବିକ। ସବୁଠାରୁ ବଡ଼ କଥା ହେଲା ମାଙ୍କଡ଼ମାନଙ୍କର ବ୍ୟବହାର। ମାଙ୍କଡ଼ ସମାଜରେ ସବୁଠାରୁ ତଳିଆ ସ୍ତରର ମାଙ୍କଡ଼ ଖାଦ୍ୟ ଆଣି ସବଳମାନଙ୍କୁ ଦେଇଥାନ୍ତି। ମଣିଷ ତାଙ୍କୁ ଯେଉଁ ଖାଦ୍ୟ ଦେବାରେ ଲାଗିଛି, ମାଙ୍କଡ଼ମାନେ ସ୍ବାଭାବିକ ଭାବରେ ମଣିଷକୁ ନିଜଠାରୁ ନୀଚ୍ଚ ସ୍ତରରେ ଭାବିବ ହିଁ ଭାବିବ। ଲକ୍‌ଡାଉନ ସିନା ଉଠିଯିବ। କିନ୍ତୁ ସେତେବେଳକୁ ମାଙ୍କଡ଼ଙ୍କ ସ୍ବଭାବ ବଦଳି ଯାଇଥିବ। ସେମାନେ ମଣିଷକୁ ସେଓ, କଦଳି, କେକ୍‌ ଭଳି ଖାଦ୍ୟ ମାଗିବା ଅଭ୍ୟାସ ହୋଇଯାଇଥିବ। ଆଉ ନ ପାଇଲେ ଆକ୍ରମଣ ମଧ୍ୟ କରିବାକୁ ପଛେଇବେନି।
ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ମାଙ୍କଡ଼ ବା ମୟୂର କୋଣସି ବି ବନ୍ୟପ୍ରାଣୀଙ୍କୁ ମଣିଷର ଖାଦ୍ୟ ଖାଇବାକୁ ଦେବା ଉଚିତ୍‌ ନୁହେଁ। ମଣିଷ ଆଉ ବନ୍ୟପ୍ରାଣୀ ସଂଘର୍ଷ ମୁକାବିଲାରେ ଏହା ନିହାତି ଅନ୍ତରାୟ ସୃଷ୍ଟି କରିବ। ଆଜି ବିନା ପରିଶ୍ରମରେ ଖାଦ୍ୟ ପାଇଲେ ତାଙ୍କ ସ୍ବଭାବରେ ପରିବର୍ତ୍ତନ ଆସିବ। ଭବିଷ୍ୟତରେ ଏପରି ମାଗଣା ଖାଦ୍ୟ ପାଇଁ ନିଶ୍ଚୟ ସଂଘର୍ଷ ହେବ। ଜଙ୍ଗଲରେ ହାତୀକୁ ଖାଦ୍ୟ ମିଳୁନାହିଁ ବୋଲି ଆମେ କ’ଣ ହାତୀଙ୍କ ପାଇଁ ଖାଦ୍ୟ ବଣ୍ଟନ କରିବା ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri