ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ଭୋକରେ ଥିବା ବୁଲା ଗୋରୁଗାଈ, କୁକୁର ଆଦିଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ସରକାର ମଧ୍ୟ ଏମାନଙ୍କ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। କାରଣ ଏସବୁ ପ୍ରାଣୀ ମଣିଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବିଶେଷକରି ଏମାନେ ରାସ୍ତା କଡ଼ ଜଳଖିଆ ଦୋକାନ, ଡାବା, ହୋଟେଲ, ଦୋକାନ ବୁଲି ଭୋକ ଶୋଷ ମେଣ୍ଟାଇଥାନ୍ତି। ହେଲେ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି। ଏହି ପାର୍ଥକ୍ୟକୁ କିଛି ବ୍ୟକ୍ତି ଓ ସଂସ୍ଥା ବୁଝି ନ ପାରି ମାଙ୍କଡ଼ ଓ ଜଙ୍ଗଲୀ ଜନ୍ତୁଙ୍କୁ ସେଓ, କଦଳି ଆଦି ଖାଇବାକୁ ଦେଉଛନ୍ତି। ଏହା ବନ୍ୟପ୍ରାଣୀଙ୍କ ପ୍ରକୃତିର ପରିପନ୍ଥୀ। ଯଦି ଏମାନଙ୍କ ଖାଦ୍ୟାଭ୍ୟାସ ବଦଳିଯିବ ତେବେ ଲକ୍‌ଡାଉନ୍‌ ପରେ କିମ୍ବା ଭବିଷ୍ୟତରେ ଏମାନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବେ। ଏହି ଘଟଣାକୁ ପିସିସିଏଫ୍‌ (ଓ୍ବାଇଲ୍ଡଲାଇଫ୍‌) ତଥା ମୁଖ୍ୟ ବନ୍ୟପାଣୀ ତତ୍ତ୍ୱାବଧାରକ ସନ୍ଦୀପ ତ୍ରିପାଠୀ ଗୁରୁତ୍ୱର ସହ ନେଇଛନ୍ତି। ବନ୍ୟପ୍ରାଣୀମାନଙ୍କୁ ଖାଇବାକୁ ଦେଇ ଭିକାରୀରେ ପରିଣତ ନ କରିବାକୁ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବନ୍ୟପ୍ରାଣୀମାନେ ନିଜେ ନିଜର ଯତ୍ନ ନେଇପାରିବେ। ଲକ୍‌ଡାଉନ ପୂର୍ବରୁ ସେମାନେ କୌଣସି ସୁପର ମାର୍କେଟରୁ ତାଙ୍କର ଖାଦ୍ୟ ସଂଗ୍ରହ କରୁ ନ ଥିଲେ ବୋଲି ପିସିସିଏଫ୍‌ କହିଛନ୍ତି।
ଅନ୍ୟପଟେ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ବିରୋଧାଭାଷ ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବିଶେଷଜ୍ଞ ଆଦିତ୍ୟ ପଣ୍ଡା କହିଛନ୍ତି, ମାଙ୍କଡ଼ ବା ଅନ୍ୟ କେଉଁ ବି ବନ୍ୟପ୍ରାଣୀଙ୍କୁ ଖାଇବାକୁ ଦେବା ପ୍ରଥମତଃ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଉଲ୍ଲଂଘନ। ତା’ ପରେ ମାଙ୍କଡ଼ଙ୍କୁ ଯେଉଁ ଖାଦ୍ୟସବୁ ଦିଆଯାଉଛି, ସେଗୁଡ଼ା ତା’ର ପ୍ରାକୃତିକ ଖାଦ୍ୟ ନୁହେଁ। ତେଣୁ ତାଙ୍କର ଦେହ ଖରାପ ହେବା ସ୍ବାଭାବିକ। ସବୁଠାରୁ ବଡ଼ କଥା ହେଲା ମାଙ୍କଡ଼ମାନଙ୍କର ବ୍ୟବହାର। ମାଙ୍କଡ଼ ସମାଜରେ ସବୁଠାରୁ ତଳିଆ ସ୍ତରର ମାଙ୍କଡ଼ ଖାଦ୍ୟ ଆଣି ସବଳମାନଙ୍କୁ ଦେଇଥାନ୍ତି। ମଣିଷ ତାଙ୍କୁ ଯେଉଁ ଖାଦ୍ୟ ଦେବାରେ ଲାଗିଛି, ମାଙ୍କଡ଼ମାନେ ସ୍ବାଭାବିକ ଭାବରେ ମଣିଷକୁ ନିଜଠାରୁ ନୀଚ୍ଚ ସ୍ତରରେ ଭାବିବ ହିଁ ଭାବିବ। ଲକ୍‌ଡାଉନ ସିନା ଉଠିଯିବ। କିନ୍ତୁ ସେତେବେଳକୁ ମାଙ୍କଡ଼ଙ୍କ ସ୍ବଭାବ ବଦଳି ଯାଇଥିବ। ସେମାନେ ମଣିଷକୁ ସେଓ, କଦଳି, କେକ୍‌ ଭଳି ଖାଦ୍ୟ ମାଗିବା ଅଭ୍ୟାସ ହୋଇଯାଇଥିବ। ଆଉ ନ ପାଇଲେ ଆକ୍ରମଣ ମଧ୍ୟ କରିବାକୁ ପଛେଇବେନି।
ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ମାଙ୍କଡ଼ ବା ମୟୂର କୋଣସି ବି ବନ୍ୟପ୍ରାଣୀଙ୍କୁ ମଣିଷର ଖାଦ୍ୟ ଖାଇବାକୁ ଦେବା ଉଚିତ୍‌ ନୁହେଁ। ମଣିଷ ଆଉ ବନ୍ୟପ୍ରାଣୀ ସଂଘର୍ଷ ମୁକାବିଲାରେ ଏହା ନିହାତି ଅନ୍ତରାୟ ସୃଷ୍ଟି କରିବ। ଆଜି ବିନା ପରିଶ୍ରମରେ ଖାଦ୍ୟ ପାଇଲେ ତାଙ୍କ ସ୍ବଭାବରେ ପରିବର୍ତ୍ତନ ଆସିବ। ଭବିଷ୍ୟତରେ ଏପରି ମାଗଣା ଖାଦ୍ୟ ପାଇଁ ନିଶ୍ଚୟ ସଂଘର୍ଷ ହେବ। ଜଙ୍ଗଲରେ ହାତୀକୁ ଖାଦ୍ୟ ମିଳୁନାହିଁ ବୋଲି ଆମେ କ’ଣ ହାତୀଙ୍କ ପାଇଁ ଖାଦ୍ୟ ବଣ୍ଟନ କରିବା ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?