Odisha Elections 2024
Posted inଖେଳ

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ଭିଏତ୍‌ନାମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୪।୧୧(ପି.ଟି.)- ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର ଭିଏତ୍‌ନାମ ରାଜଧାନୀ ହାନୋଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆୟୋଜକ ଭିଏତ୍‌ନାମ ସମ୍ପୂର୍ଣ୍ଣରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଭାରତକୁ କୌଣସି ସୁଯୋଗ ଦେଇ ନ ଥିଲା। ଘରୋଇ ଦଳ ତରଫରୁ ଅଷ୍ଟମ ମିନିଟ୍‌ରେ ଥି ଏନ୍‌ହୁଙ୍ଗ୍‌ ପ୍ରଥମ ଗୋଲ ଦେଇ ଅଗ୍ରଣୀ କରାଇଥିଲେ। ଏହା ପରେ ଉଭୟ ଦଳ ମଧ୍ୟରେ ଦୀର୍ଘ ସମୟଧରି ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ୮୨ ତମ ମିନିଟ୍‌ରେ ଥି ଭାନ ଗୋଲ ଦେଇଥିଲେ। ଶେଷରେ ୮୯ତମ ମିନିଟ୍‌ରେ ଥି ଥୁଇ ହାଙ୍ଗ ଗୋଲ ଦେଇ ଭିଏତନାମକୁ ୩-୦ରେ ଅଗ୍ରଣୀ କରାଇଥିଲେ।
ଦ୍ୱାଦଶ ମିନିଟ୍‌ରେ ଭାରତୀୟ ଗୋଲ କିପର ଆଦିତି ଚୌହାନ ଭିଏତ୍‌ନାମ ଖେଳାଳିଙ୍କ ଏକ ଜବରଦସ୍ତ ପ୍ରୟାସକୁ ପଣ୍ଡ କରିଥିଲେ। ନହେଲ ଭାରତ ଆଉ ଏକ ଗୋଲ ବରଣ କରିଥାନ୍ତା। ମ୍ୟାଚ୍‌ର ମଧ୍ୟରେ ଭାରତର ବାଲା ଦେବୀ ସେଣ୍ଟରୁ ଏକ ଜବରଦସ୍ତ ଶଟ୍‌ ମାରିଥିଲେ ଓ ଏହା ଅଳ୍ପକେ ଗୋଲ ପୋଷ୍ଟ ମିସ୍‌ କରିଥିଲା। ୩୨ତମ ମିନିଟ୍‌ରେ ସୁମିତ୍ରାଙ୍କ ବଦଳରେ ଦୟାଙ୍କୁ କୋଚ୍‌ ମେମୋଲ ରକି ଖେଳାଇଥିଲେ। ୮୦ତମ ମିନିଟ ପର୍ଯ୍ୟନ୍ତ ଗୋଲ କିପର ଚୌହାନ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ଭିଏତନାମଙ୍କୁ ଅଧିକ ଗୋଲ କରିବାର ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ର ଶେଷ ଭାଗରେ ଭିଏତନାମ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଥିଲେ। ବୁଧବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲିଗ୍‌ ଷ୍ଟେଜ୍‌ରେ ହିରୋ, ନକ୍‌ଆଉଟ୍‌ରେ ଜିରୋ: ହାଇଦ୍ରାବାଦ୍‌କୁ ଧୋକା ଦେଲେ ଏହି ଖେଳାଳି

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଫାଇନାଲରେ ଟ୍ରାଭିସ ହେଡ ଏକ ଗୋଲଡେନ୍‌ ଡକ (ପ୍ରଥମ ବଲରେ ଆଉଟ)ରେ ଆଉଟ ହୋଇଥିଲେ। ଫାଇନାଲ ମ୍ୟାଚ୍‌ରେ ହାଇଦ୍ରାବାଦର ଷ୍ଟାର ଓପନର୍‌...

ଜନ୍ମଦିନରେ IPL Final ଖେଳିବେ ଦୁଇ ଆଗଧାଡିର ବ୍ୟାଟ୍ସମ୍ୟାନ, ଜଣେ ଜିତିବେ ଟ୍ରଫି, ଅନ୍ୟଜଣେ ନିଶ୍ଚିତ ହାରିବେ

ନୂଆଦିଲ୍ଲୀ,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ସବୁବେଳେ ରୋମାଞ୍ଚକର ହୋଇଥାଏ। ହେଲେ ଏଥର ଏହି ମ୍ୟାଚ ଦୁଇ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି...

ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଗ୍ରାଣ୍ଡ୍‌ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍‌ ରାଇଡର୍ସକୁ ୧୧୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ସ୍ବର୍ଣ୍ଣ ଜିତିବାରେ ଦୀପା ପ୍ରଥମ ଭାରତୀୟ

ତାସକେଣ୍ଟ,୨୬ା୫: ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ପ୍ରଥମ ଭାରତୀୟ ଭାବେ ଏସିଆନ ସିନିୟର ଚାମ୍ପିୟନଶିପ୍‌ର ମହିଳା ଭଲ୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୩୦...

ଆଇପିଏଲ୍‌ ଗ୍ରାଣ୍ଡ ଫିନାଲେ: ଟସ୍‌ ଜିତିଲା ହାଇଦ୍ରାବାଦ୍‌

ଚେନ୍ନାଇ,୨୬।୫: ଆଇପିଏଲର ୧୭ତମ ସିଜନର ଫାଇନାଲ୍‌ ମ୍ୟାଚ ଚେନ୍ନାଇର ଚେପାକ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦ ଟସ...

ଆଇପିଏଲ୍‌ ଚାମ୍ପିଅନ୍‌ ଟିମ୍‌ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା: ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ଚେନ୍ନାଇ,୨୬।୫: ଆଇପିଏଲ ୨୦୨୪ର ଫାଇନାଲ୍‌ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ...

ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଏଣ୍ଟ୍ରି ମାରିଲେ କ୍ରୁନାଲ: ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ,୨୬।୫:ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଛାଡପତ୍ର ଖବର ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ଏଣ୍ଟ୍ର କରିଛନ୍ତି। ସୋସିଆଲ ମିଡିଆରେ କ୍ରୁନାଲ କିଛି ଫଟୋ ଶେୟାର...

ଜୋତା ଲୁଚାରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିଲେ ଏତିକି ଟଙ୍କା: ଜାଣିଲେ ଉଡିଯିବ ହୋଶ୍‌…

ନୂଆଦିଲ୍ଲୀ,୨୬।୫: ଟିମ ଇଣ୍ଡିଆର ତାରକା ଖେଳାଳି ତଥା ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri