ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ

ଆଳି, ୨୩।୪: (ଡି.ଏନ୍‌.ଏ.) ଶନିବାର ସକାଳେ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣାରେ ୩ ଜଣ ଡକାୟତ ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ହାତରେ ବନ୍ଧୁକ ଧରି ସୁନାଦୋକାନ ଲୁଟ ଉଦ୍ୟମ କରିଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଡକାୟତମାନଙ୍କ ଯୋଜନା ପଣ୍ଡ ହୋଇଛି। ଡକାୟତମାନେ ଲୁଟ କରିବାରେ ବିଫଳ ହେବାରୁ ସେଠାରେ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଛକରେ ସେହି ଗ୍ରାମର ରବିନ୍ଦ୍ର ସାହୁଙ୍କ ଶାରଳା ଜୁଏଲର୍ସ ରହିଛି । ସବୁଦିନ ପରି ଶନିବାର ସକାଳେ ରବିନ୍ଦ୍ରଙ୍କ ପୁଅ ଜିତେନ୍ଦ୍ର ଦୋକାନ ଖୋଲିଥିଲେ। ଏହି ସମୟରେ ଏକ ବାଇକ୍‌ରେ ଆସି ୩ ଜଣ ଯୁବକ ଦୋକାନ ଭିତରକୁ ପଶିଥିଲେ। ଜିତେନ୍ଦ୍ର ସେମାନଙ୍କୁ କିଛି କହିବା ଆଗରୁ ସେମାନେ ଜିତେନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ କରିଥିଲେ। ଜିତେନ୍ଦ୍ର ସେମାନଙ୍କ ସହିତ ଧସ୍ତାଧସ୍ତି କରିବା ବେଳେ ତଳେ ପଡି ଯାଇଥିଲେ । ଏହି ସମୟରେ ଜିତେନ୍ଦ୍ର ଦୋକାନରେ ବ୍ୟବହୃତ ଏସିଡ ବୋତଲ ହାତରେ ଧରି ସେମାନଙ୍କୁ ଫୋପାଡ଼ିବାକୁ ଧମକ ଦେବା ସହିତ ଚିତ୍କାର କରିଥିଲେ । ଜିତେନ୍ଦ୍ରଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଯିବାରୁ ଡକାୟତମାନେ ସେମାନଙ୍କୁ ବନ୍ଧୁକ ଦେଖାଇବା ସହିତ ୩ ରାଉଣ୍ଡ ଗୁଳିଚାଳନା କରିଥିଲେ । କିଛି ସମୟ ଧରି ଡକାୟତଙ୍କ ସହିତ ଦୋକାନୀ ଓ ଗ୍ରାମବାସୀଙ୍କ ମୁହଁାମୁହିଁ ହୋଇଥିଲା। ଏହାପରେ ଡକାୟତମାନେ ରିଂବନ୍ଧ ଦେଇ ସହିରା ଆଡ଼କୁ ପଳାଇ ଯାଇଥିଲେ । ଏପରିକି ସେମାନେ ବାଇକ୍‌ରେ ବସି ଯିବା ସମୟରେ ହାତରେ ବନ୍ଧୁକ ଧରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ଖବର ପାଇ ଆଳି ଥାନା ଆଇଆଇସି ଦିଲ୍ଲୀପ ସାହୁ, ରାଜକନିକା ଆଇଆଇସି ବିଲ୍ବମଙ୍ଗଳ ସେଠୀ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସାରାଣୀ ବେହେରା ପ୍ରମୁଖ ପହଞ୍ଚି ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ା ଖୁବ୍‌ଶୀଘ୍ର ଡକାୟତମାନେ ଧରାପଡିବେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri