ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍‌

ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର ବିଳମ୍ବିତ ରାତିରେ କେତେକ ଲୋକ ବିପୁଳ ପରିମାଣର ଶାଳଗଣ୍ଡି ଲୁଟି ନେଇଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ମକରାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩ଟି ଟ୍ରାକ୍ଟରରେ ଶାଳଗଣ୍ଡି ବୋଝେଇ ହୋଇ ଆସୁଥିବା ନେଇ ବାହାଡ଼ାଝୋଲା ବନପାଳ ସରିତା ବରାଳ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏହି ସମୟରେ ଓଡି୨୫ଜି-୬୬୯୧, ଓଆର୦୨କେ-୨୪୦୭ ଓ ଓଆର ୨୫ବି-୬୧୪୩ ନମ୍ବର ବିଶିଷ୍ଟ ଟ୍ରାକ୍ଟରରେ ଶାଳ ଗଣ୍ଡି ବୋଝେଇ ହୋଇ ଆସୁଥିବା ସେ ଦେଖିଥିଲେ। ସେ କୁଆଡେ ସମ୍ପୃକ୍ତ ୩ ଟ୍ରାକ୍ଟର ଚାଳକ ଓ ସେମାନଙ୍କ ହେଲପର ଏହିପରି ୬ ଜଣଙ୍କୁ ଅଟକ ରଖିବା ନିମନ୍ତେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ସେଠାରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସହିତ ବନ୍ଧାଭୂମି ଗ୍ରାମର କେତେକ ସମର୍ଥକ ପହଞ୍ଚତ୍ ଜବତ କାଠ ଓ ଅଟକ ଟ୍ରାକ୍ଟର କର୍ମଚାରୀଙ୍କୁ ଛାଡିଦେବାକୁ ବନପାଳଙ୍କୁ ଧମକ ଦେଇଥିଲେ। ଏପରି କି ସେମାନେ ବନପାଳଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଘେରାବନ୍ଦୀ କରିରଖିଥିଲେ। ଖବର ପାଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡି, ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପଣ୍ଡା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଆଣିଥିବା ଶାଳ କାଠ ସହିତ ଅଟକ ଟ୍ରାକ୍ଟର କର୍ମଚାରୀଙ୍କୁ ଛାଡିବା ଦାବିରେ ଅଟଳ ରହିଥିଲେ । ଏପରି କି ଗାଁ ମଝିରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ବନଖଣ୍ଡ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷେ ଏସବୁ କାଠ ଗ୍ରାମରେ ହେଉଥିବା ଅଷ୍ଟପ୍ରହରି ନିମନ୍ତେ ଅଣାଯାଉଥିବା ସମ୍ପୃକ୍ତ ଅଭିଯୁକ୍ତମାନେ ଡିଏଫଓଙ୍କୁ କହିଥିଲେ। ହେଲେ ରାତିଅଧିଆ ଏପରି ଶାଳ ଗଣ୍ଡି ବୋହିବା ବେଆଇନ ଓ ଶାଳ କାଠକୁ ଏପରି ବ୍ୟବହାର କରିବା ଆଇନସମ୍ମତ ନୁହେଁ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏସବୁ ସତ୍ତ୍ୱେ ବିଳମ୍ବିତ ରାତିରେ ବନଖଣ୍ଡ ଅଧିକାରୀ, ବନ କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତିମାନେ କାଠ ବୋଝେଇ ଟ୍ରାକ୍ଟର ନେଇ ଚାଲିଯାଇଥିଲେ। ଏହି କାଠର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଘଟଣାର ଗୋଟିଏ ଦିନ ବିତିଯାଇଥିଲେ ସୁଦ୍ଧା ଥାନାରେ କିମ୍ବା ବିଭାଗୀୟ ମାମଲା ରୁଜୁ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏ ସମ୍ପର୍କରେ ଡିଏଫଓଙ୍କ ମୋବାଇଲ (ନଂ.୯୪୩୭୦୫୨୨୨୬)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସୁଇଚ୍‌ ଅଫ ଦର୍ଶାଇଥିଲା। ରେଞ୍ଜର ପଣ୍ଡା ଓ ବନପାଳ ବରାଳ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହାକୁ ନେଇ ବନ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri