ବଢୁଛି ରୋଗୀ ସଂଖ୍ୟା, ବ୍ୟବସ୍ଥା ନାହିଁ

ବାଲେଶ୍ୱର ଅଫିସ, ୧୬।୯(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତର, କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଅଭାବ ରହିଛି। ଫଳରେ ଏଠାକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବେଳେବେଳେ ରୋଗୀମାନେ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଜିଲା ସମେତ ପଶ୍ଚିମବଙ୍ଗରୁ ଦିନକୁ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଟିକେଟ କାଉଣ୍ଟରରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ପୁରୁଷ ଓ ମହିଳାଙ୍କ ପାଇଁ ଟିକେଟ କାଉଣ୍ଟର ଖୋଲା ରହୁଥିବା ବେଳେ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ନିମନ୍ତେ ଥିବା ଟିକେଟ କାଉଣ୍ଟର କର୍ମଚାରୀ ଅଭାବ ଯୋଗୁ ବନ୍ଦ ରହୁଛି। ଏହାସହ ଆବଶ୍ୟକ ସଫେଇ କର୍ମଚାରୀ ନ ଥିବାରୁ ମୁଖ୍ୟ ଚିକିତ୍ସାଳୟ ପରିସରର ବିଭିନ୍ନ ସ୍ଥାନରେ ମଇଳା ଓ ଅପରିଷ୍କାର ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନାରେ ପରିମଳ ବ୍ୟବସ୍ଥା ନ ସୁଧାରିଲେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି।
ଏହି ହସ୍‌ପିଟାଲରେ ୩ଶହ ଡାକ୍ତର ଆବଶ୍ୟକତା ଥିବା ବେଳେ ମାତ୍ର ଅଛନ୍ତି ୧୮୦ଜଣ। ନୂତନ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ଅଲଗା ଅଲଗା ସ୍ଥାନରେ ଥିବାରୁ ଡାକ୍ତରୀ ଶିକ୍ଷା କରୁଥିବା ଛାତ୍ରୀଛାତ୍ରଙ୍କ ପ୍ରାକ୍ଟିକାଲ କରିବା ଲାଗି ସମସ୍ୟା ସୃଷ୍ଟି ହେଉଛି। ସରକାରଙ୍କ ସମସ୍ତ ଅନୁଦାନ ମୁଖ୍ୟ ଚିକିତ୍ସାଳୟ ପାଇଁ ଖର୍ଚ୍ଚ ହେଉଥିବାରୁ ମେଡ଼ିକାଲ କଲେଜ ଅବହେଳିତ ହେଉଛି। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କରିଲେ ଏହି ସମସ୍ୟା ଦୂର ହୋଇପାରିବ ନାହଁି। ଆବଶ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ପାଇଁ କର୍ତ୍ତୃପକ୍ଷ ବିଚାର କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ‘ବାଲେଶ୍ୱର ସ୍ବାସ୍ଥ୍ୟ ବିକାଶ ସମିତି’ ପକ୍ଷରୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗ (ଆର୍‌ଡ଼ିସି) କାର୍ଯ୍ୟାଳୟରେ ଆର୍‌ଡ଼ିସି ଅନିଲ କୁମାର ସାମଲ, କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଫକୀରମୋହନ ମେଡ଼ିକାଲ କଲେଜ ଡିନ୍‌ ଡା. ପ୍ରତାପ ରଥ, ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ ପ୍ରମୁଖଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନ ନେଲେ ଅବସ୍ଥା ସୁଧୁରିବା କଷ୍ଟକର ହୋଇପଡିବ।
୨୦୧୮ ସେପ୍ଟେମ୍ବର ୩ ତାରିଖ ଫକୀରମୋହନ ମେଡ଼ିକାଲ କଲେଜ ଶୁଭାରମ୍ଭ ହୋଇଥିଲା। ୧୦୦ ସିଟ୍‌ ବିଶିଷ୍ଟ ଉକ୍ତ ମେଡ଼ିକାଲ କଲେଜର ରାଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ୮୫ଟି ସିଟ୍‌ ଓ ସର୍ବଭାରତୀୟସ୍ତରରେ ୧୫ ଛାତ୍ରୀଛାତ୍ରଙ୍କ ପାଇଁ ସଂରକ୍ଷିତ ରହିଛି। ୨୦୧୮-୧୯ ଶିକ୍ଷାବର୍ଷରେ ୯୯ଜଣ ଛାତ୍ରୀଛାତ୍ର ନାମ ଲେଖାଇ ଥିବାବେଳେ ଚଳିତବର୍ଷ ୧୦୦ରୁ ୧୦୦ ଯାକ ସିଟ୍‌ରେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ମେଡ଼ିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିକୁ ସୁଦୃଢ଼ ନ କଲେ ଜିଲାବାସୀ ନିଶ୍ଚିତ ଭାବେ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ରହିବେ।
ଏ ସମ୍ପର୍କରେ ଫକୀରମୋହନ ମେଡ଼ିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ କହନ୍ତି, ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ‘ବାଲେଶ୍ୱର ସ୍ବାସ୍ଥ୍ୟ ବିକାଶ ସମିତି’ ଗଠନ କରାଯାଇ ପ୍ରଥମଥର ପାଇଁ ନୀତିନିୟମ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ମେଡିକାଲ କଲେଜର ଥିବା ସମସ୍ତ ଅସୁବିଧା, ସୁବିଧା ସହଜରେ ସମାଧାନ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri