ବଢୁଛି ଆମେରିକା ଅତି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଭୂତାଣୁକୁ ରୋକିବା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନ ହେବା ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। କରୋନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ମହାମାରୀ ଘୋଷଣା କରିଛି। ଏଭଳି ସମୟରେ ବାଣିଜ୍ୟ କାରବାର କ୍ଷତି ହେଉଥିବା ବେଳେ ଛଟେଇ ଭଳି ଘଟଣା ସାମ୍ନାକୁ ଆସିଛି। ମାତ୍ର ଆମେରିକାର ଅତି ଧନୀଙ୍କ ମୋଟ ମିଳିତ ସମ୍ପତ୍ତି କଥା ବିଚାରକୁ ନେଲେ ଏଥିରେ ବୃଦ୍ଧି ଘଟୁଥିବା ଜଣାପଡ଼ିଛି। ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ଏବଂ ଟେସ୍‌ଲାର ମୁଖ୍ୟ ଏଲୋନ ମସ୍କଙ୍କ ଭଳି ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ପ୍ରାୟ ୧୦% ବୃଦ୍ଧି ଘଟିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପଲିସି ଷ୍ଟଡିଜ୍‌ (ଆଇପିଏସ୍‌) ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ତଥ୍ୟ ରହିଥିବା ଜଣାପଡ଼ିଛି।
ଗୋଟିଏ ପଟେ ଆମେରିକାର ଅତି ଧନୀଙ୍କ ସମ୍ପତ୍ତି ବଢୁଥିବା ବେଳେ ପ୍ରାୟ ୨୨ ନିୟୁତ ଲୋକ ବେକାରି ପାଇଁ ସରକାର ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ବୋଲି ଫାଇଲିଂ କରିଥିବା ରଏଟର୍ସ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ବିଶ୍ୱ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ କରୋନା ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। ଲୋକମାନେ ବର୍ତ୍ତମାନ ଘରୁ କାମ କରୁଛନ୍ତି। ଟେକ୍ନୋଲୋଜି ଏବଂ ଭିଡିଓ କନ୍‌ଫରେନ୍ସିଂ ଆପ୍‌ଗୁଡ଼ିକର ଚାହିଦା ବଢ଼ିଛି। ଫଳରେ କମ୍ପାନୀଗୁଡ଼ିକର ବିଲିୟନେୟାର ପ୍ରତିଷ୍ଠାତାଙ୍କ ନେଟ୍‌ଓ୍ବର୍ଥ ବଢୁଥିବା ଦେଖାଯାଉଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ଯାଏ ଆମେରିକାର ୩୪ ବିଲିୟନାରୀଙ୍କ ସମ୍ପତ୍ତିରେ ଏଭଳି ବୃଦ୍ଧି ଦେଖାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଆଇପିଏସ୍‌ ରିପୋର୍ଟ ମୁତାବକ, ୮ ବିଲିୟନେୟାରଙ୍କ ମୋଟ ସମ୍ପତ୍ତିରେ ୧ ବିଲିୟନ ଲେଖାଏ ବୃଦ୍ଧି ଘଟିଛି। ଜେଫ୍‌ ବେଜୋସ, ଜୁମ୍‌ ଭିଡିଓ କମ୍ୟୁନିକେଶନ୍ସ ଇଙ୍କ୍‌ର ପ୍ରତିଷ୍ଠାତା ଏରିକ୍‌ ଉଆନ, ଏଲନ ମସ୍କ ରହିଛନ୍ତି। ଟେସ୍‌ଲାରେ ୧୮.୫% ଅଂଶଧନ ରହିଛି ା ଚଳିତ ବର୍ଷ ଆରମ୍ଭରୁ କମ୍ପାନୀର ଶେୟାରରେ ୭୩% ବୃଦ୍ଧି ଘଟିଛି। ଜେଫ୍‌ ବେଜୋସ ଆମାଜନର ୧୫.୧% ଷ୍ଟକ୍‌ ହାସଲ କରିଥିବା ବେଳେ ଏଥିରେ ୩୧% ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଲୋକମାନେ ବର୍ତ୍ତମାନ ଘରେ ରହୁଥିବାରୁ ଅନ୍‌ଲାଇନ ଅର୍ଡରରେ ବୃଦ୍ଧି ଦେଖାଯାଇଛି। ଗତ ଦଶନ୍ଧିରେ ୟୁଏସ୍‌ ବିଲିୟନେୟାରଙ୍କ ସମ୍ପତ୍ତିରେ ୮୦.୬% ବୃଦ୍ଧି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପୂର୍ବରୁ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?