ବଢ଼ି ଚାଲିଛି କନ୍ଧମାଳ ପରିବାଚାଷୀଙ୍କ ଦୁଃଖ

ଫୁଲବାଣୀ ଅଫିସ, ୪ା୩ – ପନିପରିବା ଉତ୍ପାଦନ ଏବଂ ଏହାର ଗୁଣବତ୍ତା ପାଇଁ କନ୍ଧମାଳ ଜିଲା ରାଜ୍ୟରେ ପ୍ରସିଦ୍ଧ। ଏଠାରେ ଉତ୍ପାଦିତ ପନିପରିବାର ବେଶ୍‌ ଚାହିଦା ରହିଛି। ଏଠାରୁ ଉତ୍ପାଦିତ କୋବି ଏବଂ ବିନ୍ସର ଚାହିଦା ସବୁଠୁ ଅଧିକ। ଉତ୍ପାଦନ ଓ ଚାହିଦା ଥାଇ ମଧ୍ୟ ଚାଷୀଙ୍କ ଦୁଃଖ ଦୂର ହେଉନି। ଭୁବନେଶ୍ୱର, ବ୍ରହ୍ମପୁର, ଦଶପଲ୍ଲା, ନୟାଗଡର ବ୍ୟବସାୟୀ କନ୍ଧମାଳ ଚାଷୀଙ୍କଠାରୁ କମ୍‌ ଦରରେ ପରିବା କିଣି ନେଇ ଚଢା ଦାମରେ ବିକି ମୁନାଫା ଉଠାଉଛନ୍ତି। ଚାଷୀମାନେ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି। କାରଣ ଚାଷୀଙ୍କ ଉତ୍ପାଦିତ ପନିପରିବା ସଂରକ୍ଷଣ ପାଇଁ ଏଠାରେ ଶୀତଳ ଭଣ୍ଡାର ନାହିଁ।
କନ୍ଧମାଳ ଜିଲାର ପାହାଡିଆ ମୃତ୍ତିକା ତଥା ଜଳବାୟୁ ପରିବା ଚାଷ ପାଇଁ ଅନୁକୂଳ। ବିଶେଷ କରି ଜିଲାର ଟିକାବାଲି, କ.ନୂଆଗଁା, ରାଇକିଆ, ଜି.ଉଦୟଗିରି, ଫିରିଙ୍ଗିଆ, ଫୁଲବାଣୀ ଅଞ୍ଚଳରେ ଚାଷୀମାନେ ପନିପରିବା ଚାଷ କରୁଛନ୍ତି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୩୦ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ସେଥିରୁ ୧୫ ହଜାର ହେକ୍ଟର ଜମିରେ ଫଳ ଚାଷ ସହ ଅନ୍ତଃଚାଷ ଭାବେ ପନିପରିବା ହେଉଛି। ବାର୍ଷିକ ଏକ ହେକ୍ଟର ଜମିରୁ ପ୍ରାୟ ୫୦ ହଜାର ଟଙ୍କାର ପନିପରିବା ଉପତ୍ାଦନ ହେଉଛି। ପନିପରାବି ଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରୋତ୍ସାହନ ଦିଆଯାଉଛି। ଫୁଲ କୋବି, ବନ୍ଧା କୋବି, ବିନ୍ସ, ଭେଣ୍ଡି, କାଙ୍କଡ, ବାଇଗଣ ଆଦି ଅନେକ କିଶମର ପରିବା ଚାଷ ହେଉଛି। ରାଜ୍ୟର ବିଭିନ୍ନ ବଜାରରେ ରାଇକିଆ ବିନ୍ସର ବେଶ୍‌ ଚାହିଦା ରହିଛି। ଏହାକୁ ଜିଆଇ ଟ୍ୟାଗ୍‌ ପାଇଁ ମଧ୍ୟ ଉଦ୍ୟାନ କୃଷି ବିଭାଗ ଉଦ୍ୟମ ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଳବାୟୁ ଅନୁକୂଳ ଥିବାରୁ ଏଠାରେ ଅଦିନରେ ମଧ୍ୟ ପ୍ରଚୁର ପରିମାଣର ଫୁଲକୋବି ଓ ବିନ୍ସ ଉତ୍ପାଦନ ହୋଇଥାଏ।
ମାତ୍ର ଏହାକୁ ସଂରକ୍ଷଣ କରାଯାଇ ପାରୁନାହିଁ। ଜିଲାରେ ଥିବା ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ। ପନିପରିବା ଦୁଇ ତିନି ଦିନରେ ପଚି ଯାଉଥିବାରୁ ଚାଷୀ ବାଧ୍ୟ ହୋଇ ବାହାରର ବ୍ୟବସାୟୀଙ୍କୁ କମ୍‌ ଦାମରେ ବିକୁଛନ୍ତି। ଜିଲାରେ ପରିବା ଚାଷର ସମ୍ଭାବନା ଦେଖି ୧୯୮୧ ମସିହାରେ ଜି.ଉଦୟଗିରି ଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇଥିଲା। ଏହା ଦ୍ୱାରା ଟିକାବାଲି, ଜି.ଉଦୟଗିରି, ରାଇକିଆ, ଚକାପାଦ ବ୍ଲକ ଅଞ୍ଚଳର ଚାଷୀ ଉପକୃତ ହେଉଥିଲେ। ପରିଚାଳନାଗତ ତ୍ରୁଟି ତଥା ଅତ୍ୟଧିକ ବିଦ୍ୟୁତ ବିଲ୍‌ ଯୋଗୁ ୧୦ ବର୍ଷ ପରେ ଏହା ବନ୍ଦ ହୋଇଗଲା। ସେହିପରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ବିଭିନ୍ନ ବ୍ଲକରେ ମିନି ଶୀତଳ ଭଣ୍ଡାର (୨୫ ମେଟ୍ରିକ୍‌ ଟନ୍‌) ପ୍ରତିଷ୍ଠା ହୋଇଛି। ମାତ୍ର ଏହାର ପରିଚାଳନା ପାଇଁ ଫାର୍ମର ସୋସାଇଟି ଗଠନ ହୋଇ ପାରୁନାହିଁ ଅବା କେହି ମିଳୁ ନ ଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ କହିଛନ୍ତି।
ସେହିପରି ସରକାର ଏପିସିଟିଆର୍‌ଓ (ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଇନ୍‌ ଟ୍ରାଇବାଲ ରିଜିଓନ ଅଫ ଓଡିଶା) ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ୧୨ଟି ଆଦିବାସୀ ପାହାଡିଆ ଜିଲାର ୪୦ଟି ବ୍ଲକକୁ ସାମିଲ କରାଯାଇଛି। କନ୍ଧମାଳ ଜିଲାର ଫୁଲବାଣୀ, ବାଲିଗୁଡା ଓ କ.ନୂଆଗାଁ ବ୍ଲକ ଏହି ଯୋଜନାରେ ସାମିଲ ହୋଇଛି। ୨୦୦ ମହିଳାଙ୍କୁ ନେଇ ଗୋଟିଏ ଲେଖାଏ ପ୍ରଡ୍ୟୁସର୍ସ ଗ୍ରୁପ୍‌ ଗଠନ କରାଯିବ। ଏହି ଗ୍ରୁପ୍‌କୁ ପରିବା ଚାଷ ପାଇଁ ସମସ୍ତ ପ୍ରକାର ସହୟତା ପ୍ରଦାନ ସହ ଶୀତଳ ଭଣ୍ଡାର ପରିଚାଳନା ଭାର ପ୍ରଦାନ କରାଯିବ। ସମସ୍ତ ପ୍ରଡ୍ୟୁସର ଗ୍ରୁପ୍‌କୁ ନେଇ ପ୍ରଡ୍ୟୁସର୍ସ କମ୍ପାନୀ ଗଠନ ହେବ। ଯିଏ ଉପତ୍ାଦନର ଗ୍ରେଡିଙ୍ଗ ଓ ମାର୍କେଟିଂ କରିବ। ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ।

(ରାକେଶ କୁମାର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri